Odisha news

ବୈତରଣୀରେ ପ୍ରଥମ ବନ୍ୟା,ନଦୀ ତଟବର୍ତ୍ତୀ ଲୋକେ ଆତଙ୍କିତ

0
 14/8 : ରାଜକନିକା ବ୍ଲକ ସୀମାଞ୍ଚଳ ସଂଲଗ୍ନ ବୈତରଣୀ ନଦୀରେ ପ୍ରଥମ ବନ୍ଯାର ଆଗମନରେ ଆତଙ୍କିତ ହୋଇ ପଡିଛନ୍ତି ନଦୀକୂଳବର୍ତ୍ତୀ ଗ୍ରାମବାସୀ। ସୂଚନା ଅନୂସାରେ କିଛି ଦିନ ଧରି ଲାଗି ରହିଥିବା ଲଘୁଚାପ ବର୍ଷା ଯୋଗୁଁ ଏବେ ବୈତରଣୀ ନଦୀ ଫୁଲି ଉଠିଛି।ପାଣିର ପ୍ରଖର ସୁଅକୁ ଦେଖି  ଲୋକେ ଆଗକୁ ବଡ ବନ୍ୟା ଆସିବ ବୋଲି ଆଶଙ୍କା କଲେଣି।ଏଥିପାଇଁ ବନ୍ୟା ଆସିଲେ ଗ୍ରାମବାସୀଙ୍କ ନିଦ ହଜିଯିବ ବୋଲି ଆତଙ୍କିତ ଅଵସ୍ଥାରେ ରହିଛନ୍ତି।ବିଶେଷ କରି ନଦୀକୂଳ ଗାଁଗଣ୍ଡା, ଗୋପାଳପୁର,ପଙ୍କି,ଶୁକଦେବ ପୁର,ମାନପୁର,କନପୁର,ଦୋମଣ୍ଡା,ଗହମପାଳ,ବଟରପଡା,ବାଲିସାହି, ସାନହଳପଡା,ବଡହଳପଡା ପ୍ରମୁଖ ଗ୍ରାମମାନଙ୍କରେ ବନ୍ୟାଜନିତ କ୍ଷୟ
କ୍ଷତି ହୋଇଥାଏ।ଵୈତରଣୀରେ ବନ୍ୟା ଆସିଲେ ଏହି ଗ୍ରାମମାନଙ୍କ ତଳିଆ ଅଞ୍ଚଳ ପାଣିରେ ବୁଡିଯାଏ।ଲୋକେ ବାହାରକୁ ଯାଇ ପାରନ୍ତି ନାହିଁ ବାହାର ଦୁନିଆଠାରୁ ଵିଚ୍ଛିନ୍ନ ହୋଇ ଯାଆନ୍ତି।ଅତ୍ୟାବଶ୍ୟକୀୟ ଜିନିଷପତ୍ର ପାଇ ପାରନ୍ତି ନାହିଁ।ଏଣୁ ବୈତରଣୀର ପ୍ରଥମ ବନ୍ୟାରେ ନଦୀକୂଳଵାସୀ ଏକ ପ୍ରକାର ଭୟଭୀତ ଅଵସ୍ଥାରେ ରହିଛନ୍ତି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି ବୈତରଣୀ ନଦୀରେ ଅଣମୌସୁମୀ ସମୟରେ କୁମ୍ଭୀରମାନଙ୍କ ଆତଯାତ ଥିବା ବେଳେ ନଦୀ ବଢିଲେ ଏମାନଙ୍କ ସଂଖ୍ଯା ଆହୁରି ଵଢିଵ
ବୋଲି ଆଶଙ୍କା ଦେଖା ଦେଇଛି।ଯେହେତୁ ନଦୀକୂଳବାସୀଙ୍କ ବୈତରଣୀ ନଦୀ ଏକମାତ୍ର ବ୍ୟବହାରଯୋଗ୍ୟ ମାଧ୍ୟମ ହେଲା ବେଳେ କୁମ୍ଭୀରଙ୍କ ଆତଯାତ ଗ୍ରାମବାସୀଙ୍କୁ ଭୟଭୀତ କରିଦେଇଛି।ଏମିତିକି ନଦୀକୂଳ  ଚାଷଜମିରେ ଚାଷ କରିବାକୁ ଵି ଚାଷୀ ଡରିଲେଣି।ତେଵେ ଯାହାହେଉ ବୈତରଣୀର ପ୍ରଥମ ବନ୍ୟା ଦେଖି ଗ୍ରାମବାସୀ ଛାନିଆ ହୋଇପଡିଛନ୍ତି
Leave A Reply