Odisha news

ଭାତ ଖାଇଲେ ବଢ଼ିବନି ଓଜନ ଜଣାନ୍ତୁ କିପରି ଖାଇବେ ଓ ପ୍ରସ୍ତୁତ କରିବେ

0

ଆଜିକାଲି ଲୋକମାନେ ନିଜର ଫିଟନେସ କାରଣରୁ ଅଧିକାଂଶ ସମୟ ନିଜର ପ୍ରିୟ ଖାଦ୍ୟକୁ ମଧ୍ୟ ଖାଇପାରୁ ନାହାନ୍ତି l ସେହି ମାନଙ୍କ ମାଧ୍ୟାରୁ ଗୋଟିଏ ହେଲା ଭାତ ,ଭାତକୁ ଆଜିକାଲି ଲୋକମାନେ ଖାଇବାକୁ ଡରୁଛନ୍ତି କାରଣ ଭାତ ଓଜନ ବଢ଼ାଇଥାଏ ବୋଲି କହୁଛନ୍ତି l ଭତରେ କାର୍ବୋହାଇଡ୍ରେଡ଼ ପରିମାଣ ଅଧିକ ରହିଥାଏ l ଯାହା ଶରୀରର ଶକ୍ତିକୁ ବଢ଼ିବାରେ ସାହାଯ୍ୟ କରିଥାଏ ,କିନ୍ତୁ ଅଧିକ ମାତ୍ରାରେ କାର୍ବୋହାଇଡ୍ରେଡ଼ ସେବନ କଲେ ଓଜନ ବଢିବା ସହିତ ଶର୍କରା ମଧ୍ୟ ବଢିଥାଏ ଵଂତେଣୁ ମୋଟା ଲୋକମାନଙ୍କୁ ଭାତ କମ ଖାଇବା ପାଇଁ କୁହାଯାଇଥାଏ l

ଅଧିକାଂଶ ଲୋକଙ୍କୁ ଭାତ ସହିତ ଗୋଟିଏ ନିର୍ଦ୍ଧିଷ୍ଟ ତରକାରୀ ପସନ୍ଦ ହୋଇଥାଏ ,ତା ସହିତ ଅଧିକାଂଶ ଲୋକ ବିରିୟାନୀ ପଲଉ ଇତ୍ୟଦି ଖାଇବାକୁ ପସନ୍ଦ କରିଥାନ୍ତି l କିନ୍ତୁ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବିଭୟମଧ୍ୟ କରିଥାନ୍ତି l ଯଦି ଆପଣ ଭାତ ଖାଇବାକୁ ପ୍ରତେକ ଦିନ ଚାହୁଁଛନ୍ତି ତେବେ ଆଉ ଭୟ କରନ୍ତୁ ନାହିଁ ,କାହିଁକିନା ବର୍ତ୍ତମାନ ଆପଣ ଭାତ ଖାଇଲେ ଆଉ ମୋଟା ହେବେ ନାହିଁ l ଆମର ପଡୋଶୀ ଦେଶ ଶ୍ରୀଲଙ୍କାର ବୈଜ୍ଞାନିକ ମାନଙ୍କର ଗୋଟିଏ ଦଳ ଭାତକୁ କିପରି ଭାବରେ ରୋଷେଇ କରି ଖାଇଲେ ତାର କ୍ୟାଲୋରୀ ଅଧା ହୋଇଯାଅ ସେ ବିଷୟରେ ଗବେଷଣା କରି ଜାଣିଛନ୍ତି l ବର୍ତ୍ତମାନ ସାରା ବିଶ୍ୱରେ ଏହାକୁ ସମସ୍ତେ ପସନ୍ଦ କରିବାକୁ ଲାଗିଛନ୍ତି l

ଭାତକୁ ଥଣ୍ଡା କରିବା ଦ୍ୱାରା ଏଥିରେ ଥିବା ଷ୍ଟାର୍ଚ୍ଚରେ ଏମିଲୋଜ ନାମକ ପଦାର୍ଥ ଚାଉଳରୁ ଅଲଗା ହୋଇଯାଏ l ଯେତେବେଳେ ଆପଣ ଏହି ରନ୍ଧା ହୋଇଥିବା ଭାତକୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜରେ ରଖିଦେବେ ତେବେ ଏହି ଏମିଲୋଜ ରେଜିଷ୍ଟଏନ୍ସ ଷ୍ଟାର୍ଚ୍ଚରେ ପରିଣତ ହୋଇଯାଏ l ଏହି ରେଜିଷ୍ଟଏନ୍ସ ଷ୍ଟାର୍ଚ୍ଚ ଆପଣଙ୍କ ଶରୀରରେ ଥିବା ଏଞ୍ଜାଇମ ପାଇଁ ହଜମ କରିବାକୁ ସୁବିଧା ଯୋଗାଇଥାଏ l ଏହି ଷ୍ଟାର୍ଚ୍ଚକୁ ଖାଇବାର ଆଉ ଗୋଟିଏ ଫାଇଦା ହେଲା ଆପଣଙ୍କ ଅନ୍ତନଳୀରେ ଭଲ ବ୍ୟକ୍ଟେରିଆର ସଂଖ୍ୟା ବଢ଼ିଯାଇଥାଏ l ଯାହା ଦ୍ୱାରା ଆପଣଙ୍କ ପେଟ ସୁସ୍ଥ ରହିଥାଏ l

ବୈଜ୍ଞାନିକ ମାନେ ମତ ଦେଇଛନ୍ତି ଯେ ଭାତକୁ ନଡ଼ିଆ ତେଲରେ ରାନ୍ଧି ୧୨ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜରେ ରଖି ତାପରେ ବାହାର କରି ଖାଇଲେ ଏଥିରେ ଥିବା କ୍ୟାଲୋରୀ ୫୦ ରୁ ୬୦ ପ୍ରତିଶତ କମ ହୋଇଯାଇଥାଏ l ଯାହା ଦ୍ୱାରା ଆପଣଙ୍କର ଓଜନ ବଢିବାର ସମସ୍ୟା ଦେଖା ଦେଇନଥାଏ l

Leave A Reply