ଶୀତଋତୁରେ ଆମେ ନିଜର ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବା ଜରୁରୀ l ବିଶେଷ ଭାବରେ ଏହି ଋତୁରେ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବା ଜରୁରୀ ଅଟେ l କାରଣ ଏହି ଋତୁରେ ବିଭିନ୍ନ ପ୍ରକାର ସଂକ୍ରମଣ ଜନିତ ରୋଗ ଦ୍ୱାରା ସଂକ୍ରମିତ ହେବାର ଅଧିକ ସମ୍ଭାବନା ରହିଥାଏ l ଯେପରିକି ସର୍ଦି, କାଶ, ଜ୍ୱର ଭଳି ଅନେକ ପ୍ରକାର ସମସ୍ୟା ଦ୍ୱାରା ଆମେ ସଂକ୍ରମିତ ହୋଇଥାଉ l ତେଣୁ ଶୀତଋତୁରେ ବିଶେଷ ଭାବରେ କିଛିଟା ଖାଦ୍ୟପ୍ରତି ଧ୍ୟାନ ଦେବା ଜରୁରୀ l
– ରାଶି ଖାଇବା ଜରୁରୀ :
ଶୀତଋତୁରେ ରାଶି ସେବନ କରିବା ଖୁବ ହିତକର l ଏଥିରେ ଫାଇବର, ଭିଟାମିନ ଇ , କ୍ୟାଲସିୟମ, ପ୍ରୋଟିନ ଓ ଅନ୍ୟ ପୋଷାକ ତତ୍ୱ ରହିଥାଏ l ଯାହାକି ଅନେକ ରୋଗରୁ ଦୂରେଇ ରଖିଥାଏ l ଏହାକୁ ନିୟମିତ ସେବନ ଦ୍ୱାରା ପାଚନ ସମସ୍ୟା ଠିକ ରହିଥାଏ ଓ ଶରୀର ଭିତରୁ ଗରମ ରହିଥାଏ l
– ଖଜୁରୀ ସେବନ :
ଖଜୁରୀ ରେ ଭିଟାମିନ – ଏ , ଭିଟାମିନ – ବି, କ୍ୟାଲସିୟମ , ପୋଟାସିୟମ ଓ ଅନ୍ୟ ଭିଟାମିନ ରେ ଭରପୁର ଅଟେ l ଏହା ଗରମ ହୋଇଥିବା କାରଣରୁ ଶୀତଋତୁ ରେ ଖଜୁରୀ ସେବନ କରିବା ଦ୍ୱାରା ଶରୀର ଭିତରୁ ଗରମ ରହିଥାଏ l ତେଣୁ ନିୟମିତ ସୀମିତ ମାତ୍ରାରେ ଖାଦ୍ୟରେ ଖଜୁରୀ ସାମିଲ କରନ୍ତୁ l
– ଅଣ୍ଡା ସେବନ କରନ୍ତୁ :
ଅଣ୍ଡାରେ ପ୍ରୋଟିନ ଓ ଅନ୍ୟ ପୋଷାକ ତତ୍ୱ ଭରପୁର ମାତ୍ରାରେ ରହିଥାଏ l ଶୀତଋତୁରେ ଶରୀରକୁ ଭିତରୁ ଗରମ ରଖିବା ପାଇଁ ଖାଦ୍ୟରେ ଅଣ୍ଡାକୁ ସାମିଲ କରନ୍ତୁ l ସବୁଠୁ ସିଝା ଅଣ୍ଡା ଖୁବ ଉପକାରୀ l
– ଗୁଡ଼ ନିୟମିତ ଖାଆନ୍ତୁ :
ଗୁଡରେ ଜିଙ୍କ, କ୍ୟାଲସିୟମ ଫସଫରସ ଓ ଅନ୍ୟ ପୋଷାକ ତତ୍ୱ ରହିଥାଏ l ଏଥିରେ ଆଣ୍ଟି ଅକ୍ସିଡାଂଟ ଗୁଣ ରହିଥାଏ l ଯାହା ଇମ୍ୟୁନ ସିଷ୍ଟମ କୁ ଠିକ ରଖିଥାଏ l ଏହାଦ୍ୱାରା ସର୍ଦି, କାଶ ପ୍ରଭୃତି ଠାରୁ ନିଜକୁ ରକ୍ଷା କରିପାରିବେ l
– ଅଦା ସେବନ କରନ୍ତୁ :
ଅଦା ଆଣ୍ଟି ଅକ୍ସିଡାଂଟ ର ଗୋଟିଏ ଭଲ ସ୍ରୋତ ଅଟେ l ଯାହାକି ଅନେକ ରୋଗରୁ ରକ୍ଷା କରିବା ପାଇଁ ସାହାଯ୍ୟ କରିଥାଏ l ଅଦା ଗରମ ହୋଇଥିବା କାରଣରୁ ଶୀତଋତୁରେ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା ପାଇଥାଏ l