ହିମାଂଶୁ ଶେଖର ଆଚାର୍ଯ୍ୟ : କୋରାପୁଟ ଜିଲ୍ଲା ଗୁଣୁପୁରରୁ ଜଗନ୍ନାଥଧାମ ଶ୍ରୀକ୍ଷେତ୍ର : ଦୀର୍ଘ ଆଠ ଦଶନ୍ଧିରୁ ଉଦ୍ଧ୍ୱର୍କାଳର ଜୀବନ ଯାତ୍ରା । ସେ ଯାତ୍ରାର ଆରମ୍ଭ ହୋଇଥିଲା ୧୦ ଅଗଷ୍ଟ ୧୯୩୨ ରୁ ଆଉ ଯାତ୍ରାର ସମାପ୍ତି ଘଟିଲା ୨୫ ଅଗଷ୍ଟ ୨୦୧୩ରେ । ସଂଗୀତ ଓ ନୃତ୍ୟର ମୂର୍ଚ୍ଛନା ଭିତରେ ହଜିଗଲା ଜୀବନଟିଏ । ଜୀବନ ସିନା ହଜିଗଲା ହେଲେ ଜଣେ ଅନନ୍ୟ ପ୍ରଛଦପଟ ଗାୟକ ଓ ସଂଗୀତକାର ଭାବରେ ସେ ସବୁଦିନ ପାଇଁ ସ୍ମରଣୀୟ ଓ ବରଣୀୟ ହୋଇ ରହିବେ । ସେ ହେଉଛନ୍ତି ଭାରତୀୟ ଶାସ୍ତ୍ରୀୟ ସଂଗୀତର ଅମଳିନ ପ୍ରତିଭା, ସଂଗୀତ ନିଦେ୍ର୍ଦଶକ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ସୁରମଣି ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀ । ଓଡିଶା ମାଟିର ଏହି ସୁନାମଧନ୍ୟ କଣ୍ଠଶିଳ୍ପୀ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କିରିପାରିଥିଲେ ।
ପଣ୍ଡିତ ରଘୁନାଥ ପାଣିଗ୍ରାହୀ ୧୯୩୨ ମସିହା ଅଗଷ୍ଟ ୧୦ ତାରିଖରେ ଅବିଭକ୍ତ କୋରାପୁଟ ଜିଲ୍ଲା ଗୁଣୁପୁର ଠାରେ ଜନ୍ମ ନେଇଥିଲେ । ତାଙ୍କ ପିତା ଥିଲେ ବିଶିଷ୍ଟ ସଂଗୀତଜ୍ଞ ତଥା ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ନୀଳମଣି ପାଣିଗ୍ରାହୀ, । ବାଲ୍ୟକାଳରୁ ତାଙ୍କ ସଂଗୀତ ପ୍ରତିଭାର ଉନ୍ମୋଷ ହୋଇଥିଲା ଓ ମାତ୍ର ପାଞ୍ଚବର୍ଷ ବୟସରୁ ସେ ନିଜ ପିତାଙ୍କଠାରୁ ସଂଗୀତ ଶିକ୍ଷା ଆରମ୍ଭ କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ୧୯୪୧ ରୁ ୧୯୪୮ ମସିହା ପର୍ଯ୍ୟନ୍ତ ରଘୁନାଥ ପଣ୍ଡିତ ବିଶ୍ୱନାଥ ଦାସ ଓ ପଣ୍ଡିତ ନରସିଂହ ନନ୍ଦଙ୍କଠାରୁ ପାରମ୍ପରିକ ଓଡିଆ ସଂଗୀତ ଶିକ୍ଷାଲାଭ କରିଥିଲେ । ପରେ ସଂଗୀତଜ୍ଞ ମଦୁପାପ୍ପା ରାଓଙ୍କଠାରୁ କର୍ଣ୍ଣାଟକୀ ଏବଂ ପଣ୍ଡିତ ଡି.ଭି. ପାଲସଙ୍କରଙ୍କଠାରୁ ହିନ୍ଦୁସ୍ଥାନୀ ଶେଷ କରି ଓଡିଶା େ‘ରିଥିଲେ ରଘୁନାଥ । ଆଉ ତାପରର ଘଟଣାଥଲା ଏକ ସ୍ୱର୍ଣ୍ଣାଭ ଇତିହାସ । ମାତ୍ର ୧୯ ବର୍ଷ ବୟସରେ ସେ ସୁପରହିଟ୍ ତେଲୁଗୁ ସିନେମା ‘ଇଲାଭେଲପୁ’ ରେ ଏନ୍.ଟି.ରାମାରାଓଙ୍କ ପାଇଁ କଣ୍ଠଦାନ କରି ବେଶ୍ ଲୋକପ୍ରିୟ ହୋଇ ପାରିଥିଲେ ।
ଏକାଧାରରେ ଓଡିଶୀ, ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ପଦ୍ଧତିରେ ସଂଗୀତ ଗାନ କରିବାରେ ଅସାଧାରଣ ପାରଦର୍ଶିତା ଥିଲା ରଘୁନାଥଙ୍କର । ୧୯୪୮ ମସିହାରେ ସେ ଆକାଶବାଣୀ କଟକ କେନ୍ଦ୍ରରେ ଜଣେ ନିୟମିତ କଳାକାର ଭାବେ ଯୋଗ ଦେଇଥିଲେ । ଏହି ସମୟରେ ତାଙ୍କ କଣ୍ଠରେ ଜୟଦେବଙ୍କ ରଚିତ ଭାବେ ଯୋଗ ଦେଇଥିଲେ । ଏହି ସମୟରେ ତାଙ୍କ କଣ୍ଠରେ ଜୟଦେବଙ୍କ ରଚିତ ଗୀତଗୋବିନ୍ଦକୁ ଏଚ୍.ଏମ୍.ଭି କମ୍ପାନୀ ପକ୍ଷରୁ ରେକର୍ଡ କରାଯାଇଥିଲା । ସେତେବେଳେ ଓଡିଶା ସଂଗୀତ ଜଗତରେ ଏହା ଚହଳ ସୃଷ୍ଟି କରିଥିଲା । ସୁର, ତାଳ, ଲୟର ସମ୍ରାଟ ଥିଲେ ସେ । ତାଙ୍କର ଗାୟନ ଶୈଳୀ ଯେତିକି ଲୋକପ୍ରିୟ ସେତିକି ହୃଦୟସ୍ପର୍ଶୀ ଥିଲା ।
ସେ ଥିଲେ ୧୨ଟି ଭାଷାରେ ପ୍ରବୀଣ ସଂଗୀତଜ୍ଞା ଶାସ୍ତ୍ରୀୟ ସଂଗୀତ ଗାଇବାରେ ତାଙ୍କ ଖ୍ୟାତି ଓଡିଶା ବ୍ୟତୀତ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ସମେତ ପ୍ରାୟ ଅନେକ ରାଜ୍ୟରେ ଲୋକପ୍ରିୟତା ହାସଲ କରିଥିଲା । ଜୟଦେବଙ୍କ ଗୀତଗୋବିନ୍ଦ, ବାଧିଲା ଜାଣି କ୍ଷମା, ଆଗୋଚନ୍ଦ୍ରିକା, ନ ଯା ରାଧିକା ଏକା ଏକା, ନାଲି ନାଲି ଏହି କୃଷ୍ଣଚୂଡା ପରି ସଂଗୀତ ଗାନକରି ସେ ଶ୍ରୋତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ଓଡିଆ ସହ ସେ ତେଲୁଗୁ, ତାମିଲ୍, ଓ କନ୍ନଡ ସିନେମାରେ କାର୍ଯ୍ୟକରିଥିଲେ । ଜଣେ ପ୍ରଚ୍ଛଦପଟ ଗାୟକ ଓ ସଂଗୀତକାର ଭାବେ ସେ ଇଲାଭେଲପୁ, ଜୟାଭେରୀ. ଶ୍ରୀ ଶ୍ରୀ ପତିତପାବନ, ୍ଅଭିନେତ୍ରୀ, ସିନ୍ଦୁରବିନ୍ଦୁ, ମୁକ୍ତି, ଅହଲ୍ୟା, ଅରୁନ୍ଧତୀ ପ୍ରଭୃତି ଅନେକ ସିନେମାରେ କାର୍ଯ୍ୟକରି ଛାଡିଯାଛନ୍ତି ନିଜର ଭାବସ୍ପର୍ଶୀ ସ୍ୱାକ୍ଷର ।
ଶାସ୍ତ୍ରୀୟ ସଂଗୀତ ଗାଇବାରେ ଧୂରୀଣ ଥିଲେ ପଣ୍ଡିତ ରଘୁନାଥ । ବିଶେଷକରି ଓଡିଶୀ ସହ ଜଗନ୍ନାଥ ସଂସ୍କୃତି ଓ ଜୟଦେବଙ୍କ ଗୀତଗୋବିନ୍ଦର ପ୍ରଚାର ଓ ପ୍ରସାରରେ ତାଙ୍କର ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଥିଲା । ରଘୁନାଥ ପାଣିଗ୍ରାହୀ ୨୮ ବର୍ଷ ବୟସରେ ୧୯୬୦ ମସିହାରେ ପ୍ରଖ୍ୟାତ ଓଡିଶୀ ନୃତ୍ୟାଙ୍ଗନା ସଂଯୁକ୍ତା ପାଣିଗ୍ରାହୀଙ୍କୁ ବିବାହ କରିଥିଲେ । ଏହାଥିଲା ଉଭୟଙ୍କ ପାଇଁ ଏକ ଅପୂର୍ବ ଯୋଗସୂତ୍ର । ଜୟଦେବ ଓ ପଦ୍ମାବତୀଙ୍କ ପରି ରଘୁ-ସଂଯୁକ୍ତାଙ୍କ ଯୋଡି ଓଡିଶୀ ନୃତ୍ୟ ଓ ସଂଗୀତର ପ୍ରଚାରକ ସାଜିଥିଲେ ।
୧୯୭୦ ରୁ ୧୯୯୦ ମସିହା ପର୍ଯ୍ୟନ୍ତ ଦୁଇ ଦଶନ୍ଧି ଧରି ଏହି ଦମ୍ପତି ଏସିଆ, ୟୁରୋପ ମହାଦେଶର ବିଭିନ୍ନ ଦେଶଗ୍ରସ୍ତକରି ଓଡିଶୀ ନୃତ୍ୟ ଓ ସଂଗୀତ ପରିବେଷଣ ପୂର୍ବକ ଓଡିଆ ସଂସ୍କୃତିର ମହନୀୟତା ପ୍ରତିପାଦନ କରିଥିଲେ । ୧୯୯୭ ମସିହାରେ ସଂଯୁକ୍ତାଙ୍କ ବିୟୋଗ ଫଳରେ ଏହି ସଫଳ ଯୋଡିର ପୂର୍ଣ୍ଣଛେଦ ପଡିଲା । ଏହାପରେ ସେ ‘ନୃତ୍ୟଗ୍ରାମ’ ସହ ସଂପୃକ୍ତ ରହି ୧୯୯୯ ମସିହାରେ ଓଡିଶୀ ନୃତ୍ୟର ପ୍ରସାର ପାଇଁ ସଂଯୁକ୍ତା ପାଣିଗ୍ରାହୀ ମେମୋରିଆଲ୍ ଟ୍ରଷ୍ଟ ଗଠନ କରିଥିଲେ । ୨୦୦୧ ମିସିହାଠାରୁ ଏହି ଟ୍ରଷ୍ଟ ଓଡିଶୀ ନୃତ୍ୟ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ନବାଗତ ନୃତ୍ୟଶିଳ୍ପୀମାନଙ୍କୁ ପ୍ରୋତ୍ସହିତ କରିଆସୁଅଛି ।
ଫୁଲର ବାସ୍ନାଥିଲେ ସେ ମହକିବ, ଆଉ ପ୍ରତିଭା ଥିଲେ ତାର ପରିସ୍ଫୁରଣ ଘଟିବ । ଯାହାକୁ ଯଥାର୍ଥରେ ପ୍ରମାଣିତ କରିଥିଲେ ପଣ୍ଡିତ ରଘୁନାଥ ପାଣିଗ୍ରାହୀ । ସଂଗୀତ କ୍ଷେତ୍ରରେ ସାମଗ୍ରିକ ଅବଦାନ ପାଇଁ ତାଙ୍କୁ ୨୦୧୦ ମସିହାରେ ଭାରତ ସରକାର ସମ୍ମାନ ଜନକ ପଦ୍ମଶୀ ଉପାଧି ପ୍ରଦାନ କରିଥିଲେ । ଉଲ୍ଲେଖନୀୟ ତାଙ୍କୁ ୨୦୧୦ ମସିହାରେ ଭାରତ ସରକାର ସମ୍ମାନ ଜନକ ପଦ୍ମଶୀ ଉପାଧି ପ୍ରଦାନ କରିଥିଲେ । ଉଲ୍ଲେଖନୀୟ ସଂଗୀତ ସାଧନା ପାଇଁ ସେ ସଂଗୀତ ଏକାଡେମୀ ପୁରସ୍କାର, ସଂଗୀତ ନାଟକ ଏକାଡେମୀ ଫେଲୋସିପ୍ ଓ ଜୟଦେବ ସମ୍ମାନ ପ୍ରାପ୍ତ ହୋଇଥିଲେ । ବିଶେଷକରି ୧୯୮୨ ମସିହାରେ ଗୀତଗୋବିନ୍ଦ ପାଇଁ ତାଙ୍କୁ ଫ୍ରାନସ୍ର ସର୍ବୋଚ୍ଚ ପୁରସ୍କାର ଗ୍ରାଁ.ପ୍ରି. ମିଳିଥିଲା । ସେତେବେଳେ ଏଭଳି ଗୌରବ ପାଇବାରେ ସେ ଏକମାତ୍ର ଭାରତୀୟ ଥିଲେ ।
ଉକ୍ରଳ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ମହୀଶୂର ବିଶ୍ୱବିଦ୍ୟାଳୟ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନ ସୂଚକ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରିଥିଲେ । ରାଜ୍ୟ ସରକାର ତାଙ୍କୁ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ସମ୍ମାନରେ ସମ୍ମାନିତ କରିଥିଲେ । ଏହା ବ୍ୟତୀତ ସେ ମୁକ୍ତି ଚଳଚିତ୍ରରେ ସଂଗୀତ ଗାନକରି ରାଜ୍ୟ ଚଳଚିତ୍ର ପୁରସ୍କାର ଅର୍ଜନ କରିଥିଲେ । ସେହିପରି ୧୯୯୨ ମସିହାରେ ଅହଲ୍ୟା ଚଳଚିତ୍ର ପାଇଁ ସେ ପାଇଥିଲେ ଶ୍ରେଷ୍ଠ୍ର ସଂଗୀତ ନିଦେ୍ର୍ଦଶନା ପୁରସ୍କାର । ସର୍ବୋପରି ୧୯୬୮ ମସିହାରେ ମୁମ୍ବାଇର ସୁର ସିଙ୍ଗାର ସଂସଦ ପକ୍ଷରୁ ତାଙ୍କୁ ‘ସୁରମଣି’ ଉପାଧିରେ ଭୂଷିତ କରାଯାଇଥିଲା ।
ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଆଜି ଆମ ଗହଣରେ ନାହାଁନ୍ତି । ବିଦାୟ ନେଇଛନ୍ତି ସୁରମଣି ସବୁଦିନ ପାଇଁ । ସବୁଦିନ ପାଇଁ ବନ୍ଦ ହୋଇଗଲା ସେହି ଲଳିତ କଣ୍ଠସ୍ୱର । ମାତ୍ର ତାଙ୍କ କଣ୍ଠରୁ ନିଃସୃତ ସଂଗୀତର ମୂର୍ଚ୍ଛନା ଭିତରେ ସେ ଚିରଅମର, ସ୍ମରଣୀୟ ହୋଇ ରହିବେ ।