Odisha news

ରେମୁଣା ଓ ସୋରୋ ସହରରେ ଭାରତର ସର୍ବବୃହତ୍ ଫ୍ୟାଶନ ଡେଷ୍ଟିନେସନ ଟ୍ରେଣ୍ଡ୍‌ସର ନୂଆ ଷ୍ଟୋର ଶୁଭାରମ୍ଭ

0

ବାଲେଶ୍ୱର: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍ ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ରେମୁଣା ଓ ସୋରୋ ସହରରେ ନୂଆ ଷ୍ଟୋର ଶୁଭାରମ୍ଭ କରିଛି ।

ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାଶନ କ୍ଷେତ୍ରକୁ ଲୋକାଭିମୁଖି କରି ଫ୍ୟାଶନରେ ଗଣତନ୍ତ୍ରର ବିକାଶ କରିଛି । ଏହା ଭାରତର ଗ୍ରାହକଙ୍କ ସହ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାଶନ ଶପିଂ ଡେଷ୍ଟିନେସନ ପାଲଟିଛି ।

ରେମୁଣା ଓ ସୋରୋ ସହରର ନୂଆ ଟ୍ରେଣ୍ଡ୍‌ସ ଷ୍ଟୋରରେ ମଡର୍ଣ୍ଣ ଲୁକ୍ ସହିତ ଉନ୍ନତ ପରିବେଶ ରହିଛି । ଏଥିସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାଶନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଉକ୍ତ ଷ୍ଟୋରକୁ ଅଧିକ ଆକର୍ଷଣୀୟ କରି ତୋଳିଛି । ସ୍ଥାନୀୟ ଅଂଚଳର ଗ୍ରାହକମାନେ ଏବେ ଟ୍ରେଣ୍ଡି ୱିମେନ ୱିୟର, ମେନ୍ସ ୱିୟର, କିଡ୍‌ସ ୱିୟର ଏବଂ ଫ୍ୟାଶନ ଆସେସୋରିଜ ଅତି ସ୍ୱତନ୍ତ୍ର ମୂଲ୍ୟରେ ଚମତ୍କାର କିଣାକିଣି ଅନୁଭୂତି ସହିତ ଏହି ଷ୍ଟୋର ଦ୍ୱୟରେ ପାଇପାରିବେ ।

ରେମୁଣାରେ ୮୯୯୮ ବର୍ଗଫୁଟ ଓ ସୋରୋରେ ୫୧୦୦ ବର୍ଗଫୁଟ ଅଂଚଳରେ ଖୋଲିଥିବା ଷ୍ଟୋର ଉଭୟ ରେମୁଣା ଓ ସୋରୋ ସହରର ପ୍ରଥମ ଟ୍ରେଣ୍ଡ୍‌ସ ଷ୍ଟୋର । ଏହି ଷ୍ଟୋର୍ ଦୁଇଟିରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଉଦଘାଟନୀ ଅଫର ସହିତ ଆକର୍ଷଣୀୟ ଫ୍ୟାଶନ ଓ ଲୋଭନୀୟ ମୂଲ୍ୟର ବ୍ୟାପକ ସମ୍ଭାର ରହିଛି । ୩୯୯୯ ଟଙ୍କାର ବଛାବଛା ସାମଗ୍ରୀ କିଣାକିଣି ସହିତ ମାତ୍ର ୨୪୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଇପାରିବେ । କେବଳ ସେତିକି ନୁହେଁ, ୩୯୯୯ ଟଙ୍କାର କିଣାକିଣି ଉପରେ ଗ୍ରାହକମାନେ ୨୦୦୦ ଟଙ୍କା ମୂଲ୍ୟର କୁପନ ସଂପୂର୍ଣ୍ଣ ମାଗଣାରେ ପାଇପାରିବେ ।

ତେଣୁ ଅନନ୍ୟ ଫ୍ୟାଶନ୍ ସପିଙ୍ଗ୍ ଅନୁଭୁତି ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟିଛି ରେମୁଣା ଓ ସୋରୋ ସହରରେ ଖୋଲିଥିବା ନୂଆ ଟ୍ରେଣ୍ଡ୍‌ସ ଷ୍ଟୋର୍ ।

Leave A Reply