Odisha news

ରିଲାଏନ୍ସ ଜିଓକୁ ସମ୍ମାନଜନକ “ଟେଲିକମ୍ କ୍ଷେତ୍ରରେ ଇଏସ୍‌ଜି ପ୍ରଦର୍ଶନ’ ପୁରସ୍କାର

0

ଭୁବନେଶ୍ୱର: ମୁମ୍ବାଇରେ ଟ୍ରାନ୍ସଫରମାନ୍ସ ଫୋରମ୍‌ସ ପକ୍ଷରୁ ଆୟୋଜିତ ଦ୍ୱିତୀୟ ଇଏସ୍‌ଜି ସମିଟ୍ ଆଣ୍ଡ୍ ଆୱାର୍ଡସ୍ କାର୍ଯ୍ୟକ୍ରମରେ ଟେଲିକମ୍ କ୍ଷେତ୍ରରେ ପରିବେଶ, ସାମାଜିକ ଓ ଗଭର୍ଣ୍ଣାସ (ଇଏସ୍‌ଜି)ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରିଲାଏନ୍ସ ଜିଓ ପୁରସ୍କାର ହାସଲ କରିଛି ।

ଜୀବାଶ୍ମ ଇନ୍ଧନ ବଳଦରେ ଅକ୍ଷୟ ଶକ୍ତିକୁ ଗ୍ରହଣ କରିବା, ୫ଜି ପ୍ରଯୁକ୍ତି ଷ୍ଟାକ୍‌ର ସ୍ୱଦେଶୀ ବିକାଶ ଏବଂ କୃଷି, ସ୍ୱାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ରରେ ୫ଜି ବ୍ୟବହାରର ପ୍ରଦର୍ଶନ ଜରିଆରେ ଜଳବାୟୁ ପରିବର୍ତନର ମୁକାବିଲା ଦିଗରେ ଜିଓର ଉଦ୍ୟମକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ସୁଲଭ ଡିଭାଇସ୍‌ର ବିକାଶ ଜରିଆରେ ଡିଜିଟାଲ୍ ଅନ୍ତର୍ଭୁକ୍ତୀକରଣକୁ ଜିଓ ଆଗକୁ ବଢ଼ାଉଛି, ଯାହା ଜରିଆରେ ୧୦୦ ନିୟୁତରୁ ଅଧିକ ବଂଚିତ ବ୍ୟବହାରକାରୀ ଡିଜିଟାଲ୍ ସେବା ବ୍ୟବହାର କରିପାରୁଛନ୍ତି ।

ଜଳବାୟୁ ପରିବର୍ତନ ମୁକାବିଲାର ଅଂଶ ସ୍ୱରୂପ, ଜିଓ ପକ୍ଷରୁ ସାରା ଭାରତରେ ଏହାର ୧୬,୦୦୦ରୁ ଅଧିକ ସାଇଟ୍‌ରେ ୧୪୪ ମେଗାୱାଟ୍‌ରୁ ଅଧିକ ସୌର ଶକ୍ତି ସ୍ଥାପନ କରାଯାଇଛି । ଅକ୍ଷୟ ଶକ୍ତି କ୍ଷେତ୍ରରେ ଏହି ଉଦ୍ୟମ ୨୦୩୫ ସୁଦ୍ଧା ନେଟ୍ ଜିରୋ ନିର୍ଗମନ ଲକ୍ଷ୍ୟ ଦିଗରେ ଜିଓ ଏବଂ ରିଲାଏନ୍ସ ଗ୍ରୁପ୍‌ର ପ୍ରତିବଦ୍ଧତା ପୂରଣ କରିବାରେ ସହାୟକ ହେବ । ପ୍ୟାରିସ ଚୁକ୍ତିନାମାରେ ଧାର୍ଯ୍ୟ କରାଯାଇଥିବା ୧.୫ଂ ସେଲସିଅସ୍ ଲକ୍ଷ୍ୟ ଅନୁସାରେ ଏହି ନିର୍ଗମନ ହ୍ରାସ ଲକ୍ଷ୍ୟକୁ ବିଜ୍ଞାନ ଭିତିକ ଲକ୍ଷ୍ୟ ଅଭିଯାନ (ଏସ୍‌ବିଟିଆଇ) ଦ୍ୱାରା ସ୍ୱୀକୃତି ପ୍ରଦାନ କରାଯାଇଛି । ଚଳିତ ବର୍ଷ କାର୍ବନ ଡିସ୍‌କ୍ଲୋଜର ପ୍ରୋଜେକ୍ଟ (ସିଡିପି) ତରଫରୁ ଜିଓ ଏହାର ଜଳବାୟୁ ସଂରକ୍ଷଣ ଉଦ୍ୟମ ଲାଗି ଏକ ଲିଡରସିପ୍ ରେଟିଂ (ଏ-) ହାସଲ କରିଛି । ଭାରତରେ କୌଣସି ଟେଲିକମ୍ କ୍ଷେତ୍ରର କଂପାନିକୁ ପ୍ରଦାନ କରାଯାଇଥିବା ଏହା ହେଉଛି ସର୍ବୋଚ୍ଚ ରେଟିଂ ।

Leave A Reply