ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବ୍ରିହନ୍ ମୁମ୍ବାଇ ମହାନଗର ନିଗମ ସହ ମିଳିତ ଭାବରେ ମୁମ୍ବଇରେ ବିନାମୂଲ୍ୟରେ ୩ ଲକ୍ଷ କୋଭିଡ-୧୯ ଟିକା ଦିଆଯିବ
ଧରାଭି,ୱର୍ଲି,ୱାଡାଲା,କୋଲାବା,କାମା
– ରିଲାଏନ୍ସ ଫାଉଣ୍ଡେସନ, ସାର୍ ଏଚ୍ ଏନ୍ ରିଲାଏନ୍ସ ଫାଉଣ୍ଡେସନ୍ ହସପିଟାଲ ଜରିଆରେ ଟିକାକରଣ ଅଭିଯାନ ପାଇଁ ଅତ୍ୟାଧୁନିକ ଭ୍ରାମ୍ୟମାଣ ଯାନ ୟୁନିଟ ନିୟୋଜିତ କରୁଛି
– ମହାନଗର ନିଗମ (ଏମସିଜିଏମ) ଏବଂ ବିଇଏସଟି ଭିତିଭୂମି ଓ ଲଜିଷ୍ଟିକ୍ସ ସହାୟତା ଯୋଗାଇବେ
ମୁମ୍ବଇ: ମୁମ୍ବଇର ଆପଦଶଙ୍କୁଳ ଜନସମୁଦାୟଙ୍କୁ ସୁରକ୍ଷିତ ରଖିବା ପାଇଁ ଏକ ବୃହତର ଆଉଟରିଚ୍ କାର୍ଯ୍ୟକ୍ରମରେ ରିଲାଏନ୍ସ ଫାଉଣ୍ଡେସନ ମୁମ୍ବଇର ୫୦ଟି ସ୍ଥାନରେ ରହୁଥିବା ଜନସାଧାରଣଙ୍କୁ ୩ ଲକ୍ଷ କୋଭିଡ-୧୯ ଟିକା ପ୍ରଦାନ କରିବାକୁ ସାର୍ ଏଚ୍ ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସପିଟାଲ ଜରିଆରେ ବ୍ରିହନ ମୁମ୍ବଇ ମହାନଗର ନିଗମ (ଏମସିଜିଏମ) ସହିତ ମିଶି କାର୍ଯ୍ୟ କରିବ । ଧରାଭି, ୱର୍ଲି, ୱାଡାଲା, କୋଲାବା, ପ୍ରତୀକ୍ଷା ନଗର, କାମାଥିପୁରା, ମନଖୁର୍ଦ, ଚେମ୍ବୁର, ଗୋଭାଣ୍ଡି ଏବଂ ଭାଣ୍ଡୁପ ସମେତ ୫୦ଟି ସ୍ଥାନରେ ରହୁଥିବା ଆପଦଶଙ୍କୁଳ ଜନସମୁଦାୟଙ୍କୁ ସୁରକ୍ଷିତ ରଖିବା ଏହି ମାଗଣା ଟିକାକରଣର ଉଦ୍ଦେଶ୍ୟ ।
ମୁମ୍ବଇର ମନୋନୀତ ସ୍ଥାନଗୁଡିକରେ ଟିକାକରଣ ଅଭିଯାନ ପରିଚାଳନା କରିବାକୁ ସାର୍ ଏଚ୍ ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସପିଟାଲ ଅତ୍ୟାଧୁନିକ ଭ୍ରାମ୍ୟମାଣ ୟୁନିଟ ନିୟୋଜିତ କରୁଥିବାବେଳେ ଏମସିଜିଏମ ଏବଂ ବିଇଏସ୍ଟି ଏହି ଅଭିଯାନ ପାଇଁ ଭିତିଭୂମି ଓ ଲଜିଷ୍ଟିକ୍ସ ସହାୟତା ଯୋଗାଇଦେବେ । ସାର୍ ଏଚ୍ ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସପିଟାଲ ପକ୍ଷରୁ ମୁମ୍ବଇରେ ନିୟମିତ ସ୍ୱାସ୍ଥ୍ୟସେବା ଆଉଟରିଚ ପଦକ୍ଷେପ ଆଧାରରେ ଭ୍ରାମ୍ୟମାଣ ଡାକ୍ତରୀ ଭ୍ୟାନ ଏବଂ ସ୍ଥିର ଚିକିତ୍ସା ୟୁନିଟଗୁଡିକ ଜରିଆରେ ଆପଦଶଙ୍କୁଳ ଜନସାଧାରଣଙ୍କ ପ୍ରାଥମିକ ଏବଂ ପ୍ରତିଷେଧମୂଳକ ସ୍ୱାସ୍ଥ୍ୟସେବା ଆବଶ୍ୟକତା ପୂରଣ କରାଯାଉଛି । ଏହାକୁ ଅଗକୁ ବଢାଇ ଏହି ଟିକାକରଣ କାର୍ଯ୍ୟକ୍ରମ ଆଗାମୀ ତିନିମାସ ଧରି କାର୍ଯ୍ୟକାରୀ କରାଯିବ ଏବଂ ଏହା ରିଲାଏନ୍ସ ଫାଉଣ୍ଡେସନର ‘ମିଶନ ଭାକ୍ସିନ ସୁରକ୍ଷା’ ପ୍ରୟାସର ଅଂଶବିଶେଷ, ଯେଉଁଥିରେ ଆଗାମୀ କିଛିମାସ ମଧ୍ୟରେ ସମଗ୍ର ଦେଶରେ ଆପଦଶଙ୍କୁଳ ତଥା ଅବହେଳିତ ଜନସମୁଦାୟଙ୍କୁ ମଧ୍ୟ ଟିକା ଯୋଗାଇ ଦିଆଯିବ ।
ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ଶ୍ରୀମତୀ ନିତା ଏମ୍ ଅମ୍ବାନି କହିଛନ୍ତି, “କୋଭିଡ-୧୯ ମହାମାରୀ ବିରୁଦ୍ଧରେ ଏହି ନିରନ୍ତର ଲଢେଇରେ ରିଲାଏନ୍ସ ଫାଉଣ୍ଡେସନ ରାଷ୍ଟ୍ର ସହିତ ପ୍ରତିଟି ପାଦରେ ଛିଡା ହୋଇଛି । ସଂପ୍ରତି ଭୂତାଣୁ କବଳରୁ ଜନସମୁଦାୟଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଗଣ ଟିକାକରଣ ଏକମାତ୍ର ସର୍ବବୃହତ ଅସ୍ତ୍ର ହୋଇଛି । ପ୍ରତ୍ୟେକ ଭାରତୀୟ ଯେଭଳି ଯଥାଶୀଘ୍ର ଏବଂ ଫଳପ୍ରଦ ଭାବରେ ଟିକାର ସୁଯୋଗ ନେଇପାରିବେ ତାହା ସୁନିଶ୍ଚିତ କରିବାକୁ ଆମ ଦ୍ୱାରା ଯାହା ସମ୍ଭବ ତାହା କରିବାକୁ ଆମେ ପ୍ରତିବଦ୍ଧ । ମୁଁ ଦୃଢନିଶ୍ଚିତ ଯେ ସମ୍ମିଳିତ ଭାବରେ ଆମେ ଏହି ଆହ୍ୱାନମୂଳକ ସମୟର ଊର୍ଦ୍ଧ୍ୱକୁ ଉଠିବା ଏବଂ ପୁନର୍ବାର ଆମ ପାଇଁ ଭଲ ସମୟ ଫେରିଆସିବ ।”
ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଫାଉଣ୍ଡେସନ କୋଭିଡ-୧୯ ବିରୋଧୀ ଲଢେଇରେ ରାଷ୍ଟ୍ରକୁ ସମର୍ଥନ କରିବାରେ ଅଗ୍ରଣୀ ଭୂମିକା ନେଇଆସୁଛି । ଗତ ୧୬ ମାସ ମଧ୍ୟରେ ଶ୍ରୀମତୀ ନିତା ଏମ୍ ଅମ୍ବାନିଙ୍କ ନେତୃତ୍ୱରେ ରିଲାଏନ୍ସ ଫାଉଣ୍ଡେସନ ସମଗ୍ର ଦେଶରେ ସ୍ୱାସ୍ଥ୍ୟ ପରୀକ୍ଷା, ମେଡିକାଲ୍ ଗ୍ରେଡ୍ ଅମ୍ଳଜାନ ଠାରୁ ନେଇ ଅବହେଳିତ ବର୍ଗଙ୍କୁ ମାଗଣା ଭୋଜନ ଓ ମାସ୍କ ବଂଟନ ଭଳି ବହୁବିଧ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଆସୁଛି । ଏହା ଦୈନିକ ୧ ଲକ୍ଷ ରୋଗୀଙ୍କୁ ମାଗଣାରେ ଡାକ୍ତରୀ ଅମ୍ଳଜାନ ଯୋଗାଣ, ସମଗ୍ର ଦେଶରେ ୨ହଜାରରୁ ଅଧିକ କୋଭିଡ ଯତ୍ନ ଶଯ୍ୟା ଏବଂ ସୁବିଧା ସୃଷ୍ଟି ପାଇଁ ସହାୟତା, ମହାମାରୀରେ ପ୍ରଭାବିତ ଅବହେଳିତ ଜନସାଧାରଣଙ୍କୁ ୭.୫ କୋଟିରୁ ଅଧିକ ଭୋଜନ ଯୋଗାଣ, ସୁରକ୍ଷା ପାଇଁ ୧ କୋଟିରୁ ଅଧିକ ମାସ୍କ ବଂଟନ ଏବଂ ସଚେତନତା ବାର୍ତା ପ୍ରଚାର କରିଆସୁଛି । ‘ମିଶନ ଭାକ୍ସିନ ସୁରକ୍ଷା’ ର ଅଂଶବିଶେଷ ଭାବରେ ରିଲାଏନ୍ସର କର୍ମଚାରୀ, ପରିବାର ସଦସ୍ୟ ଏବଂ ନିର୍ଭରଶୀଳ ଲୋକଙ୍କୁ ୧୦ ଲକ୍ଷରୁ ଅଧିକ କୋଭିଡ-୧୯ ଟିକା ପାନ ଯୋଗାଇ ଦିଆଯାଇଛି । ଆଜି ପର୍ଯ୍ୟନ୍ତ ୯୮%ରୁ ଅଧିକ ସମସ୍ତ ଯୋଗ୍ୟ କର୍ମଚାରୀଙ୍କୁ ଅନ୍ୟୂନ ଗୋଟିଏ ପାନ କୋଭିଡ-୧୯ ଟିକା ଦିଆଯାଇସାରିଛି ।

Comments are closed.