Odisha news

ବଡ ଖବର : ହାରପୁନ ମିସାଇଲ ଭାରତକୁ ବିକ୍ରି କରିବାକୁ ରାଜି ହେଲା ଆମେରିକା

ନୌସେନା କ୍ଷେତ୍ରରେ ଭାରତର ବଡ ସଫଳତା

ନୂଆଦିଲ୍ଲୀ: ବଢିବ ଭାରତୀୟ ନୌସେନାର ଶକ୍ତି | କାରଣ ଶତ୍ରୁ ଵିଧ୍ଵଂସକାରୀ ମିସାଇଲ ହାରପୁନକୁ ବିକ୍ରି କରିବାକୁ ଆମେରିକା ରାଜି ହୋଇଛି | ଆମେରିକା ହାରପୁନ ଜଏଣ୍ଟ କମନ ଟେଷ୍ଟ ସେଟ୍ (JCTS) ଏବଂ ଆନୁଷଙ୍ଗିକ ଉପକରଣକୁ ପ୍ରାୟ ୮୨ ନିୟୁତ ଆମେରିକୀୟ ଡଲାରରେ ଭାରତକୁ ବିକ୍ରିକୁ ଅନୁମୋଦନ କରିଛି। ଏହି ପ୍ରସ୍ତାବ ଦ୍ୱିପାକ୍ଷିକ ରଣନୀତି ସମ୍ପର୍କକୁ ମଜବୁତ କରିବାରେ ସାହାଯ୍ୟ କରିବ। ପେଣ୍ଟାଗନ୍ ର ପ୍ରତିରକ୍ଷା ସୁରକ୍ଷା ସହଯୋଗ ଏଜେନ୍ସି (DSCA) ସୋମବାର ଏହି ସମ୍ଭାବ୍ୟ ବିକ୍ରୟ ବିଷୟରେ ଆମେରିକା କଂଗ୍ରେସକୁ ସୂଚନା ଦେଇଛି ଏବଂ ଆବଶ୍ୟକ ପ୍ରମାଣପତ୍ର ଦେଇଛି।

ଆମେରିକାର ବୈଦେଶିକ ବିଭାଗ କହିଛି ଯେ ପ୍ରସ୍ତାବିତ ମିସାଇଲ ବିକ୍ରୟ ବର୍ତ୍ତମାନର ତଥା ଭବିଷ୍ୟତ ବିପଦର ମୁକାବିଲା ପାଇଁ ଭାରତର ଦକ୍ଷତାକୁ ଉନ୍ନତ କରିବ। ଆମେରିକାର ପ୍ରତିରକ୍ଷା ମୁଖ୍ୟଙ୍କ ଅନୁଯାୟୀ, ହାରପୁନ କ୍ଷେପଣାସ୍ତ୍ର ହେଉଛି ବିଶ୍ୱର ସବୁଠାରୁ ସଫଳ ଆଣ୍ଟି-ସିପ(ଜାହାଜ ରୋଧି) କ୍ଷେପଣାସ୍ତ୍ର ଏବଂ ୩୦ରୁ ଅଧିକ ଦେଶର ସଶସ୍ତ୍ର ବାହିନୀ ଏହାକୁ ବ୍ୟବହାର କରୁଛନ୍ତି ।

ହାରପୁନ ଜଏଣ୍ଟ କମନ ଟେଷ୍ଟ ସେଟ୍ କିଣିବାକୁ ଭାରତ ସରକାର ଅନୁରୋଧ କରିଛନ୍ତି। ଏଥିରେ ଏକ ହାରପୁନ ମଧ୍ୟବର୍ତ୍ତୀ ସ୍ତରର ରକ୍ଷଣାବେକ୍ଷଣ ଷ୍ଟେସନ୍ ମଧ୍ୟ ଅନ୍ତର୍ଭୁକ୍ତ ରହିଛି | ଜୁନ୍ ୨୦୧୬ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଆମେରିକା ଭାରତକୁ ଏକ ପ୍ରମୁଖ ପ୍ରତିରକ୍ଷା ସହଯୋଗୀ ଭାବରେ ସ୍ୱୀକୃତି ଦେଇଥିଲା |

Ad2

Comments are closed.