ଯୁଗ ଯେତିକି ଆଧୁନିକ ହେଉଛି ପ୍ରତ୍ୟେକ ଜିନିଷର ଚାହିଦା ସେତିକି ବଢିବଢି ଚାଲିଛି l କିନ୍ତୁ ସେହି ଜିନିଷ ଗୁଡିକୁ ପ୍ରତେକ ଦିନ କିଛିଙ୍କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି l ରେଡ ୱାଇନ ଦୁନିଆରେ କେଉଁ ଯୁଗରୁ ପ୍ରଚଳିତ ହୋଇ ଆସୁଛି , କିନ୍ତୁ ବିଶେଷ ଭାବରେ ଦେଖିବାକୁ ଗଲେ ଏହାର ଚାହିଦା ଗତ ୧୦ ବର୍ଷରେ ସର୍ବାଧିକ ଦେଖିବାକୁ ମିଳିଛି l କୁହାଯାଉଛି ଏହାର ସମ୍ବନ୍ଧ ଦୀର୍ଘାୟୁ ହେବା ଓ ହାର୍ଟ ସମ୍ବନ୍ଧିତ ରୋଗ ସହିତ ଜଡିତ l କିନ୍ତୁ ଆଜି ମଧ୍ୟ ରେଡ ୱାଇନ କୁ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଚାଲିଛି l ଆଜି ଆସନ୍ତୁ ଜାଣିବା ରେଡ ୱାଇନ ବିଷୟରେ କିଛି ବିଶେଷ ତଥ୍ୟ l
କାହିଁକି କୁହାଯାଏ ରେଡ ୱାଇନ ଲାଭଦାୟକ ?-:
ରେଡ ୱାଇନ କୁ ସ୍ୱାସ୍ଥ୍ୟକର କରିବା ପଛରେ ବିଶେଷ କାରଣ ହେଉଛି ପଲିଫିନୋଲ ର , ଏହା ଗୋଟିଏ ପ୍ରକାର କେମିକାଲ ଅଟେ l ହ୍ୱାଇଟ ୱାଇନ ତୁଳନାରେ ରେଡ ୱାଇନ ରେ ପଲିଫିନୋଲ ୧୦ ଗୁଣ ଅଧିକ ରହିଛି l
– ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଇଟାଲୀର ବୈଜ୍ଞାନିକ ଆଲବର୍ଟ ଵ୍ରଟେଳି କହିଛନ୍ତି ସୀମିତ ମାତ୍ରାରେ ରେଡ ୱାଇନ ସେବନ ଲୋକଙ୍କୁ ହୃଦଘାତ ସମ୍ବଧୀୟ ସମସ୍ୟା ଓ ରୋଗ ଠାରୁ ଦୂରେଇ ରଖିବ l ଵ୍ରଟେଳି କହିଛନ୍ତି ପ୍ରତିଦିନ ଭୋଜନ କରିବା ସମୟରେ ମାତ୍ର ୧୬୦ ମିଲିଲିଟର ରେଡ ୱାଇନ ସେବନ ହିତକର l
– ଅନେକ ଗୁଡିଏ ଗବେଷଣା ରେ କୁହାଯାଇଛି ଯେ ୱାଇନ ରେ ଯେଉଁ ପୋଲିଫିନୋଲ ରେସବେରାଟ୍ରଲ ଉପରେ ଆଧାରିତ ଅଟେ l ରେସବେରାଟ୍ରଲ ଅଙ୍ଗୁର ଚୋପା ଓ ମଞ୍ଜିରେ ରହିଥାଏ l ଗବେଷଣା କହୁଛି ଯେ ଏହା ଧମନୀ ରେ ରକ୍ତକୁ ପତଳା କରିଥାଏ ଓ ଉଚା ରକ୍ତଚାପ ଠାରୁ ରକ୍ଷା କରିଥାଏ l
– ଗବେଷଣା କହୁଛି ଯେ ରେଡ ୱାଇନ ରେ ଏଭଳି ଅନେକ କେମିକାଲ ରହିଥାଏ ଯାହାକି ଆଲଜlଇମର ଠାରୁ ରକ୍ଷା କରିଥାଏ l କିନ୍ତୁ ଏହାକୁ ପ୍ରତିଦିନ ସୀମିତ ମାତ୍ରା ରେ ସେବନ କରିବା ଜରୁରୀ l
– ରେଡ ୱାଇନ ସେବନ ଦ୍ୱାରା ଅନେକ ପ୍ରକାର କ୍ୟାନ୍ସର ସମ୍ଭାବନା କୁ କମ କରିଥାଏ l ଏହାଛଡା ଡିପ୍ରେସନ ମଧ୍ୟ ଦୂର ହୋଇଥାଏ l
– ରେଡ ୱାଇନ ନିୟମିତ ସୀମିତ ମାତ୍ରାରେ ସେବନ କରିବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ ଓ ତ୍ୱଚା ସୁନ୍ଦର ରହିଥାଏ l
– ରେଡ ୱାଇନ ରେ ଆଇରନ , ମଗ୍ନେଶୀୟମ, ଭିଟାମିନ ବି 6, ଓ ଭିଟାମିନ ସି ରହିଥାଏ l ଏହାଛଡା ଆଣ୍ଟି ଅକ୍ସିଡେଣ୍ଟ ପ୍ରଚୁର ପରିମାଣ ରେ ରହିଥିବାରୁ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧିପାଇଥାଏ l
– ଅଧିକ ମାତ୍ରାରେ ରେଡ ୱାଇନ ସେବନ ଶରୀର ପାଇଁ କ୍ଷତିକାରକ ଅଟେ l ରେଡ ୱାଇନ ରେ ଅନ୍ୟ ଡ୍ରିଙ୍କସ ତୁଳନାରେ ଆଲକୋହଲ ଖୁବ ସୀମିତ ମାତ୍ରାରେ ରହିଥାଏ l
କେଉଁଥିରେ ପ୍ରସ୍ତୁତ କରାଯାଏ ରେଡ ୱାଇନ -:
ରେଡ ୱାଇନ ପ୍ରସ୍ତୁତ ପାଇଁ କଳା କିମ୍ବା ନାଲି ଅଙ୍ଗୁର ର ପ୍ରୟୋଗ କରାଯାଏ l ଏହାଛଡା କିଛିଟା କେମିକାଲ ର ମଧ୍ୟ ପ୍ରୟୋଗ କରାଯାଇ ଥାଏ l