Odisha news

ନୟାଗଡ଼ ଜିଲ୍ଲା “କୋଭିଡ୍-୧୯” ପରିଚାଳନା ବ୍ୟବସ୍ଥା ସମୀକ୍ଷା କଲେ ଆର୍ଡିସି

0

ନୟାଗଡ଼ : କେନ୍ଦ୍ରାଂଚଳ ରାଜସ୍ୱ କମିସନର ଅନିଲ କୁମାର ସାମଲ ନୟାଗଡ଼ ଗସ୍ତରେ ଆସି କୋଭିଡ୍-୧୯, ପରିଚାଳନା ବ୍ୟବସ୍ଥା ସମୀକ୍ଷା କରିଛନ୍ତି । ରାଜସ୍ୱ କମିସନର ଗୁରୁବାର ପୂର୍ବାହ୍ନ ସାଢ଼େ ୧୦ଟା ସମୟରେ ନୟାଗଡ଼ ସର୍କିଟ୍ ହାଉସ ଠାରେ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ କରି କୋଭିଡ୍-୧୯ ପ୍ରସ୍ତୁତି ଓ ପରିଚାଳନା ସମ୍ବନ୍ଧରେ ପଚାରି ବୁଝିଥିଲେ ।

ରାଜ୍ୟ ତଥା ରାଜ୍ୟ ବାହାରୁ ଫେରୁଥିବା ବ୍ୟକ୍ତି ଓ ଶ୍ରମିକମାନଙ୍କର ପଂଜୀକରଣ, ଗ୍ରାମାଂଚଳ ଓ ସହରାଂଚଳ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର, କ୍ୱାରେନ୍ଟାଇନ କେନ୍ଦ୍ର ରେ ୧୪ଦିନ ରହିବା ଖାଇବା ଆଦି ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିଥିଲେ । ସେସବୁ ସ୍ଥାନରେ ପାନୀୟ ଜଳ, ନିରବଚ୍ଛିନ ବିଦୁ୍ୟତ୍ ସେବା ଉପଲବ୍ଧ ନିଶ୍ଚିତ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଗର୍ଭବତୀ ମହିଳାଙ୍କୁ ଉପଯୁକ୍ତ ସ୍ୱସ୍ଥ୍ୟସେବା, ଗରୀବ ଶ୍ରେଣୀର ଲୋକମାନଙ୍କ ପାଇଁ ଶ୍ରମ ଦିବସ ସୃଷ୍ଟି କରିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବ୍ୟବସ୍ଥା ଗହଣ ପାଇଁ ଆର୍ ଡି ସି ପରାମର୍ଶ ଦେଇଥିଲେ ।

ନୟାଗଡ଼ ଜିଲ୍ଲା ସ୍ୱତନ୍ତ୍ର ଦାୟିତ୍ୱରେ ଥିବା କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ସାମଲ ନୟାଗଡ଼ ନୟାଗଡ଼ ପିଟିଏସ୍ କୋଭିଡ୍ କେୟାର ସେଂଟର, ବାଲୁଗାଁରେ ଅସ୍ଥାୟୀ ମେଡିକାଲ ସେଂଟର, ଖଣ୍ଡପଡ଼ା ବ୍ଲକ କୋଭିଡ୍ କେୟାର ସେଂଟର ଆଦି ପରିଦର୍ଶନ କରିଥିଲେ । ଜିଲ୍ଲାପାଳ ପୋମା ଟୁଡୁ , ଜିଲ୍ଲା କୋଭିଡ୍-୧୯ ଅଧିକାରୀ ଧନରାଜ ଏଚ୍ଡି, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ଡା. ଶ୍ୱେତ ମହାପାତ୍ର, ଜାତୀୟ ସ୍ୱସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ନିତ୍ୟରଂଜନ ବରାଳ, ପିଡି ସୁବସ ଚନ୍ଦ୍ର ରାୟ, ଉପ-ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ୍ ରାଉତ, ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ରାଜୀବ କୁମାର ପାଣିଗ୍ରାହୀ, ନୟାଗଡ଼ ପୌର ପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନଙ୍କ ସମେତ ଅନ୍ୟ କେତେକ ଅଧିକାରୀ ଆର୍ ଡି ସିଙ୍କ ସମୀକ୍ଷା ଓ ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ ।

Leave A Reply