ମାହାଙ୍ଗା : କରୋନା ସମୟରେ ମାହାଙ୍ଗା ବ୍ଲକ୍ରେ ବିଭିନ୍ନ ଅବ୍ୟବସ୍ଥା ଚର୍ଚ୍ଚା ହେଉଥିଲା ବେଳେ ବର୍ତମାନ ବାହାର ରାଜ୍ୟରେ ଥିବା ମାହାଙ୍ଗା ଅଂଚଳର ଲୋକମାନେ ମାହାଙ୍ଗାକୁ ଫେରିବା ପରେ ସେମାନଙ୍କୁ କ୍ୱାରେ ଟାଂଇନ ଗୃହରେ ରଖିବା ନେଇ ଏବେ ସମସ୍ୟା ଦେଖାଦେଇଛି । ଗତକାଲି କଟକ ଜିଲ୍ଳାପାଳ ମାହାଙ୍ଗା ଅଂଚଳର କିଛି କ୍ୱାରେଟାଂଇନ ଗୃହ ପରିଦର୍ଶନ କରିଥିଲେ । କିନ୍ତୁ ବାସ୍ତବରେ ମାହାଙ୍ଗା ବ୍ଲକ୍ରେ କ୍ୱାରେଟାଂଇନ ଗୃହକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ମାହାଙ୍ଗା ଅଂଚଳକୁ ମୋଟ ୪ହଜାର ୯୮ ଜଣ ବାହାର ରାଜ୍ୟରୁ ଫେରିବା ପାଇଁ ନାମ ପଞ୍ଜିକରଣ କରିଥିବା ଜିଲ୍ଳା ପ୍ରଶାସନ ତରଫରୁ ଜଣାପଡିଛି ।
କିନ୍ତୁ ମାହାଙ୍ଗା ବ୍ଲକ୍ରେ ୩୭ଟି ପଂଚାୟତରେ କ୍ୱାରେଂଟାଇନ ଗୃହ ରହିଛି । ଏଥିରେ ମୋଟ ମହିଳା ମାନଙ୍କ ପାଇଁ ୪୧ ଓ ପୁରୁଷ ମାନଙ୍କ ପାଇଁ ୧୬୭ ଶଯ୍ୟା ରହିଥିଲାବେଳେ ମହିଳାମାନଙ୍କ ପାଇଁ ୪୭ଟି ପାଇଖାନା, ପୁରୁଷ ମାନଙ୍କ ପାଇଁ ୬୭ଟି ପାଇଖାନା ରହିଛି । ମହିଳାମାନଙ୍କ ଗାଧୋଇବା ପାଇଁ କୌଣସି ବ୍ୟବସ୍ତା ନଥିଲା ବେଳେ ଅନେକ କ୍ୱାରେଂଟାଇନ ଗୃହରେ ଶଯ୍ୟାର ବ୍ୟବସ୍ଥା କରାଯାଇ ନାହିଁ । କିନ୍ତୁ ସୂଚନା ତଥ୍ୟରେ ଦର୍ଶାଯାଇଛି । ପାନୀୟ ଜଳ ବ୍ୟବସ୍ଥା ଠିକ୍ ରୂପେ କରାଯାଇ ନାହିଁ । ଏପରିକି କ୍ୱାରେଂଟାଇନ ଗୃହରେ ବିଜୁଳି ପଙ୍ଖାର ବ୍ୟବସ୍ଥାର ଠିକ୍ ରୂପେ କରାଯାଇନଥିବାର ଅଭିଯୋଗ ହେଉଛି । ଏ ସମ୍ପର୍କରେ ମାହାଙ୍ଗା ବିଡିଓଙ୍କୁ ମୋବାଇଲରେ ଯୋଗାଯୋଗ କରିବାରୁ ତାଙ୍କ ମୋବାଇଲ ଫୋନ୍ ସୁଇଚ୍ ଅଫ୍ ଅଛି ।
ଏବିଡିଓ ସୂଚନା ଦେଇଛନ୍ତି ଯେ ମାହାଙ୍ଗାରେ ୫୬ଟି କ୍ୱାରେଂଟାଇନ ଗୃହ ପାଇଁ ପ୍ରସ୍ତୁତି ·ଲିଛି । ଆବଶ୍ୟକୀୟ ଶର୍ଯ୍ୟା ନଥିବାରୁ ଆଗାମୀ ଦିନରେ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ । ୨୦ ଦିନରୁ ଉଦ୍ଧ୍ୱ ସମୟ ମଧ୍ୟରେ ବ୍ଲକ୍ ପ୍ରଶାସନ ଯଦି ୨୦୮ ଶଯ୍ୟାର ବ୍ୟବସ୍ଥା କରିଛନ୍ତି ତେବେ ୪ହଜାର ଲୋକଙ୍କ ପାଇଁ କେତେ ଦିନ ସମୟ ଲାଗିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କ ପାଇଁ ମାହାଙ୍ଗା ଅଂଚଳର ଲୋକମାନେ ସମସ୍ୟା ଭୋଗିବେ ବୋଲି ସାଧାରଣରେ ଅଭିଯୋଗ ହେଉଛି । ରାଜ୍ୟ ସରକାର ତୁରନ୍ତ ମାହାଙ୍ଗା ଅଂଚଳର ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।