Odisha news

ପୁରୁଣା ମୁଦ୍ରା ଓ ନୋଟ୍ ବିକ୍ରି କରିବା ପୂର୍ବରୁ ହୋଇ ଯାଆନ୍ତୁ ସାବଧାନ : RBI ଜାରୀ କଲେ ଜରୁରୀ ସୂଚନା

ନୂଆଦିଲ୍ଲୀ : ଗତ କିଛିଦିନ ହେଲା ପୁରୁଣା ନୋଟ ର କିଣା ବିକାକୁ ନେଇ ଅନେକ ଖବର ସାମ୍ନା କୁ ଆସୁଛି । ଏହାକୁ ନେଇ RBI ନିକଟରେ ଗୋଟିଏ ଜରୁରୀ ସୂଚନା ଜାରି କରିଛନ୍ତି । RBI ପକ୍ଷରୁ କୁହାଯାଇଛି ଯେ କିଛି ଠକେଇ କରୁଥିବା ବ୍ୟକ୍ତି ଅନଲାଇନ୍ ଓ ଅଫଲାଇନ ପ୍ଲାଟଫର୍ମ ରେ ପୁରୁଣା ବ୍ୟାଙ୍କ୍ ନୋଟ୍ ଓ ମୁଦ୍ରା ର ବିକ୍ରି ପାଇଁ କେନ୍ଦ୍ରୀୟ ବ୍ୟାଙ୍କ୍ ଗୁଡ଼ିକର ନାମ ର ବ୍ୟବହାର କରୁଛନ୍ତି ।

ଯଦି ଆପଣ ମଧ୍ୟ ପୁରୁଣା ନୋଟ୍ ଓ ମୁଦ୍ରାକୁ ବିକ୍ରି କରିବାକୁ ଚାହୁଁଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । ଅନଲାଇନ୍ ରେ ଠକେଇ କରୁଥିବା ଲୋକ ଲଗାତାର ଗ୍ରାହକ ମାନଙ୍କୁ ହଇରାଣ କରିବା ପାଇଁ ଜଗି ବସିଥାନ୍ତି । ଏଥିପାଇଁ ପ୍ରତିଦିନ ନୂଆ ନୂଆ ଉପାୟ ଖୋଜି ଥାଆନ୍ତି ।

Comments are closed.