ରାୟଗଡା-୩୦/୩(ସ ବ୍ଯୁ)କରୋନା ପାଇଁ ସମଗ୍ର ବିଶ୍ବରେ ହାହାକାର ପଡିଯାଇଛି। ତେବେ ଏହି ମହାମାରୀରୁ ମାଓବାଦୀ ମାନେ ମଧ୍ୟ ବାଦ ପଡିନଥିବା ସମ୍ପର୍କରେ ରାୟଗଡା ସହରର ଗଳିକନ୍ଦିରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଲିଛି। ଆଜି ସକାଳୁ ସକାଳୁ ତହସିଲଦାର କାର୍ଯ୍ଯାଳୟ, ଜନ ଆହାର କେନ୍ଦ୍ର ଏମିତି ଅନେକ ସ୍ଥାନରେ ପୋଷ୍ଟର ଲଗାଯାଇଥିବା ନେଇ ଲୋକେ ଆତଙ୍କିତ ତେବେ ରାଜ୍ୟବାହାରୁ ଆସିଥିବା କେତେକ ମାଓବାଦୀ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ଏଥିରେ ଉଲ୍ଲେଖ ରହିଛି। ନିୟମଗିରି ପାହାଡ ଉପର ଅଭେଦ୍ୟ ଜଙ୍ଗଲରେ ମାଓବାଦୀ ମାନେ ନିଜକୁ ଆତ୍ମଗୋପନ କରି ରଖୁଥିବା ବେଳେ ଆଦିମ ଜନଜାତି ଏବେ କେତେ ସୁରକ୍ଷିତ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ମାଓବାଦୀ ମାନେ ନିୟମଗିରିରେ ରହୁଥିବା ଡଙ୍ଗରିଆଙ୍କ ସଂସ୍ପର୍ଶରେ ଆସିଥାନ୍ତି। ପ୍ରତ୍ୟେକ ଦିନର ଚାଲିଚଳଣୀ ପାଇଁ ଡଙ୍ଗରିଆଙ୍କ ବସ୍ତି ଉପରେ ନିର୍ଭର କରୁଥିବା ବିଭିନ୍ନ ସମୟରେ ପୁଲିସ ପ୍ରକାଶ କରିଆସିଛି। ଏପରିକି ମାଓବାଦୀଙ୍କ ସହୋଯୋଗୀ ଦର୍ଶାଇ ଅନେକ ସମୟରେ ଡଙ୍ଗରିଆ ଗିରଫ ହୋଇଥିବାର ନିଦାନ ରହିଛ। ତେବେ ବାହାର ରାଜ୍ୟରୁ ଆସିଥିବା ମାଓବାଦୀଙ୍କ ଠାରେ କରୋନା ଭୂତାଣୁ ରହିଥିବା ବେଳେ ମଓବାଦୀଙ୍କୁ ଗାଁ ଭିତରେ ପ୍ରବେଶ କରିବା ପାଇଁ ବାରଣ କରିବାକୁ ପୋଷ୍ଟର ମଧ୍ୟମରେ ସଚେତନ କରାଯାଇଛି। ଏଭଳି ପୋଷ୍ଟର ରାୟଗଡା ସହର ସମେତ କିଛି ଗାଁରେ ମଧ୍ୟ ଏହି ପୋଷ୍ଟର ଲାଗିଛି। ସଚେତନ ନାଗରିକ ମଞ୍ଚ ତରଫରୁ ଏହି ପୋଷ୍ଟର ଲାଗିଥିବା ଉଲ୍ଲେଖ ଅଛି। ତେବେ ବାସ୍ତବରେ କିଏ ଓ କେଉଁ ତଥ୍ୟ ଆଧାରରେ ଏହି ପୋଷ୍ଟର ଲଗାଇଛନ୍ତି ତାହା ଜଣାପଡିନାହିଁ। ସକାଳୁ ସକାଳୁ ଏହି ପୋଷ୍ଟର ଦେଖିବା ପରେ ଲୋକଙ୍କ ମଧ୍ୟରେ ଛନକା ପଶି ଯାଇଛି।