Odisha news

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟମକୁ ଅମାନ୍ୟ କରିଛି ଜେକେ କାଗଜକଳ ଭୟରେ ଜିଲ୍ଲାବାସୀ

0
ରାୟଗଡା-୩୦/୩(ସ ବ୍ଯୁ) story by rabindra patkhandal :ଲକଡାଉନକୁ ଜେକେ କାଗଜକଳ କରିଚାଲିଥିଲା ଉଲଙ୍ଘନ। ଅସୁରକ୍ଷିତ ଶ୍ରମିକ ଏବଂ କରୋନା ସଙ୍କ୍ରମଣକୁ ନେଇ ସାମାଜିକ ଗଣମାଧ୍ୟମରେ ପ୍ରଶାସନ ଓ କାରଖାନା କର୍ତ୍ତୃପକ୍ଷଙ୍କୁ ନିନ୍ଦା କରାଯାଇଛି। ୨ଦିନ ପରେ କାରଖାନା ହେଲା ଲକଡାଉନ। କୋରନା ସଙ୍କ୍ରମଣକୁ ପ୍ରତିହତ କରିବା ପାଇଁ ସାରା ବିଶ୍ୱରେ ଚାଲିଛି କର ବାମର ସ୍ଥିତି। ଓଡିଶା ସମେତ ସାରା ଭାରତ ଏବେ ଲକଡାଉନ। ଏଭଳି ସ୍ଥିତିରେ ରାୟଗଡା ଜିଲ୍ଲାରେ ଥିବା ଜେକେ କାଗଜକଳ ଭଳି ଏକ ବୃହତ ଶିଳ୍ପ ସହାୟତାର ହାତ ବଢାଇବା ପରିବର୍ତ୍ତେ ଶହଶହ ଶ୍ରମିକଙ୍କୁ ଖଟାଇ ଲକଡାଉନ ଭଳି ଜାତୀୟ ବିପର୍ଯ୍ୟୟ ନିୟମକୁ ଉଲଙ୍ଘନ କରିଥିବା ପରିଲିଖିତ ହୋଇଛି।
ପ୍ରାୟ ୭୦୦ରୁ ଅଧିକ ଦିନ ମଜୁରିଆଙ୍କୁ ଏକାଠି ଖଟାଇବା ସହ ସେମାନଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ହାତ ଧୋଇବା ବ୍ୟବସ୍ଥା ନଥିବା, ମାସ୍କ ଯୋଗାଇ ଦିଆଯାଉନଥିବା ଶ୍ରମିକ ମାନେ କହିଛନ୍ତି। କର୍ମକ୍ଷେତ୍ରରେ ହେଉବା କାରଖାନାର ୨ନମ୍ବର ଫାଟକରେ ସାମାଜିକ ଦୂରତା ରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ପାଳନ କରାଯାଉନଥିବା ବେଳେ ଜିଲାପ୍ରତି ବିପଦ ଘନେଇ ଆସୁଥିବା ସମ୍ପର୍କରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଖୁବ ପ୍ରତିକ୍ରିୟା ଶୁଣିବାକୁ ମିଳିଥିଲା। ଆପରପକ୍ଷରେ ଶ୍ରମିକଙ୍କ ସଂଖ୍ୟା ହ୍ରାସ କରାଯାଇଛି ବୋଲି ସଫେଇ ଦେଉଥିବା କାରଖାନାର ଅସଲି ଗୁମରକଥା ପଦାରେ ପଡିଯାଇଥିଲା।  ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଉଦବେଗ ପ୍ରକାଶ କରିବା ସହ କାରଖାନାକୁ ଲକଡାଉନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରିଣାମ ସ୍ବରୁପ କାରଖାନାକୁ କର୍ତ୍ତୃପକ୍ଷ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି। ପ୍ରକାଶ ଥାଉକି  ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଚିଠି ନଂ ୨୦୩୫/ତା-୨୭.୦୩.୨୦୨୦ରେ ପ୍ରାଞ୍ଜଳ ଭାବରେ ଲେଖାଅଛି କାରଖାନା ବନ୍ଦ କରି ପାଇଁ ତଥାପି ସରକାରଙ୍କ ନିୟମ ଅମାନ୍ୟ କରି କାରଖାନା ଜେକେ କାଗଜକଳ ଚଳିତ ମାସ ୩୦ ତାରିଖ ସକାଳ ଯାଏ କାର୍ଯ୍ଯରତ ଥିଲା ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି କାରଖାନା ନାମରେ ମାମଲା ରୁଜ୍ଜୁ କରାଯିବା ପାଇଁ ବିଭିନ୍ନ ମହଲରେ ଆଲୋଚନା  ହେଉଥିବା ଦେଖିବା ମିଳିଛି।

Leave A Reply