ରାୟଗଡା,୨୨ ।୬(Rabindra patkhandal)- ରାୟଗଡା ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି । ରାୟଗଡା ସହରରେ ଡକାୟତ କରିବା ପାଇଁ ଯୋଜନା କରୁଥିବା ଆନ୍ତଃରାଜ୍ୟର ୪ ଡକାୟତଙ୍କୁ ସହ ରାୟଗଡା ଜିଲ୍ଲାର ୨ ଜଣଙ୍କୁ ଧରିବାରେ ସଫଳ ହୋଇଛି । ପୋଲିସର କହିବା ମୁତାବକ ରାୟଗଡା ସହରସ୍ଥିତ ଏକ ଇଂଜିନିୟର କଲେଜ ପଛପଟେ ସହରରେ ଡକାୟତ କରିବା ପାଇଁ ଯୋଜନା କରୁଥିବା ଖବର ରାୟଗଡା ପୋଲିସ ନିକଟରେ ପହଂଚିଥିଲା । ଟାଉନ ଥାନା ପୋଲିସ ଏସ.ଆଇ ରିଗୋନ କିଣ୍ଡୋ, ଏସ.ଆଇ କେ.ସିଏଚ.ବେହେରାଙ୍କ ନେତୃତ୍ୱରେ ଟିମ ଗଠନ ହୋଇ ତୁରନ୍ତ ଘଟଣା ସ୍ଥଳରେ ପହଂଚି ୬ ଜଣ ଡକାୟତଙ୍କୁ କାବୁ କରିବାରେ ସଫଳର ହୋଇଥିଲେ ।
୬ ଜଣଙ୍କ ମଧ୍ୟରୁ ୪ ଜଣ ପୋଡଶୀ ଜିଲ୍ଲା ଆନ୍ଧ୍ରପ୍ରଦେଶର ହୋଇଥିବା ବେଳେ ୨ ଜଣ ରାୟଗଡା ସଦର ବ୍ଲକ ସାନ୍ଧୁବାଡି ଗ୍ରାମର ବୋଲି ଜଣାପଡିଛି । ଗିରଫ ହୋଇଥିବା ଡକାୟତ ମାନଙ୍କ ମଧ୍ୟରେ ୩ ଜଣ ନାବାଳକ ଥିବା ସୂଚନା ରହିଛି । ଡକାୟତ ମାନଙ୍କ ନିକଟରୁ ଏକ ନମ୍ବର ବିହୀନ ଅଟୋ, ଗୋଟାଏ ମୋଟର ସାଇକେଲ, ଗୋଟାଏ ଦେଶୀ ବନ୍ଧୁକ, ଗୁଳି, ଖଣ୍ଡ,ହାତ ତିଆରି ବୋମ ଏବଂ ବ୍ୟାଟେରୀ ଚାଳିତ ଟର୍ଚ୍ଚ ଲାଇଟ ଜବତ କରାଯାଇଥିଲା । ଏ ନେଇ ରାୟଗଡା ଥାନାର ୨୧୯/୨୧.୦୬.୨୦୨୦ ପ୍ରକାରେ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।