ରାୟଗଡା,୩୦।୭ (Rabindra patkhandal)-ଭାରତୀୟ ମଜଦୁର ସଂଘ ଯଥା ଉଭୟ କେନ୍ଦ୍ର ଓ ରାଜ୍ୟ ସଙ୍ଘର ନିଷ୍ପତି କ୍ରମେ ଚଳିତ ଜୁଲାଇ ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ରାଜ୍ୟ ରାଜଧାନୀ ଠାରୁ ଆରମ୍ଭ କରି ସମସ୍ତ ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟରେ ଆନ୍ଦୋଳନାତ୍ମକ କର୍ଯ୍ୟକ୍ରମ କରାଯାଇଛି ଏହି କର୍ଯ୍ୟକ୍ରମ କରିବାପାଇଁ ଭାରତୀୟ ମଜଦୁର ସଂଘର ରାଷ୍ଟ୍ରୀୟ ସଭାପତି ସିକେ ସାରଜୀ ନାରାୟଣ ଓ ସମ୍ପାଦକ ବ୍ରିଜେଶ ଉପାଦ୍ଧେୟଙ୍କ ଉପସ୍ଥିତିରେ ଗତ ୭ ଜୁଲାଇରେ ନିଷ୍ପତ୍ତି ହୋଇଥିଲା ଏହି ସରକାର ଜଗାଓ କାର୍ଯ୍ୟକ୍ରମ ମୁଖ୍ୟତଃ ୫ଟି ଦାବିକୁ ନେଇ ପର୍ଯ୍ୟବେସିତ ହୋଇଥିଲା ଯଥା ପ୍ରବାସୀ ଶ୍ରମିକ ମାନଙ୍କୁ କର୍ମନିୟୋଜିତ ତଥା ଥଇଥାନ କରିବା,
କରୋନା ତାଲା ବନ୍ଦ ସମୟରେ ଶ୍ରମିକ ମାନଙ୍କ ବକେୟା ଦରମା, ଭତ୍ତା ତଥା ଅନ୍ୟାନ୍ୟ ସୁଭିଧା ପ୍ରଦାନ, ଦେଶରେ କର୍ମ ସାଂସ୍ଥାନକୁ ହରାଇ ବସୁଥିବା ବେରୋଜଗାରି ସମସ୍ୟାର ସମାଧାନ, ଅପ୍ରତ୍ୟାଶିତ ଭାବେ କେତେକ ରାଜ୍ୟରେ ହୋଇଥିବା ଦୈନିକ ଶ୍ରମ ନିର୍ଘଣ୍ଟ ବୃଦ୍ଧିକୁ ବନ୍ଦ କରିବା, ସର୍ବଜନୀନ ଉପକ୍ରମକୁ ଘରୋଇ କରଣ କରିବା ତଥା ପ୍ରତିରକ୍ଷା ରେଳବିଭାଗ ଭଳି ମହତ୍ୱ ପୂର୍ଣ୍ଣ ଉପକ୍ରମକୁ ନଗମି କରଣ କରିବାକୁ ବନ୍ଦ କରିବା, ସ୍ଥାନୀୟ ରାୟଗଡା ଜିଲ୍ଲାରେ କର୍ଯ୍ୟରତ ଅଙ୍ଗନବାଡି କର୍ମୀ, ଆଶା ସାଥି ଓ ଆଶା କର୍ମୀ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ସଫେଇ କର୍ମଚାରୀ, ରେଳ ବିଭଗରେ କର୍ଯ୍ୟରତ ଠିକା ସଫେଇ କର୍ମଚାରୀ ଏବଂ ଜିଲ୍ଲାରେ ବିଭିନ୍ନ କଳ କାରଖାନାରେ କର୍ଯ୍ୟରତ ଠିକା ଶ୍ରମିକ ମାନଙ୍କର ବକେୟା ଦରମା, ପ୍ରତ୍ସାହନ ଭତ୍ତା ସହ କୋଭିଡି ସୁରକ୍ଷା ଦେବାପାଇଁ ଦାବି ଭାରତୀୟ ମଜଦୁର ସଙ୍ଘର ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ସଭାପତି ଯୋଗେଶ୍ୱର ଦାଶ ଓ ଜିଲ୍ଲା ସମ୍ପାଦକ ଖଗେଶ୍ୱର ସିଂ ଙ୍କ ନେତୃତ୍ୱରେ ଏହି ସପ୍ତାହ ବ୍ୟାପି ଆନ୍ଦୋଳନ ଜିଲ୍ଲାରେ ବ୍ଲକ ଠାରୁ ଆରମ୍ଭ କରି ମୁଖ୍ୟ ସରକାରୀ କର୍ଯ୍ୟାଳୟ, ବିଭିନ୍ନ କମ୍ପାନୀ ସମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ସରକାର ଜଗାଅ ସ୍ଲୋଗାନ ଦିଆଯାଇଥିଲା,
ଏହି ସପ୍ତାହ ବ୍ୟାପି ସରକାର ଜଗାଅ ଆନ୍ଦୋଳନ ଆଜି ଶେଷ ଦିନରେ ସଂଘ ସହ ସଂଲଗ୍ନ ଯଥା ଅଲ ଓଡିଶା ଅଙ୍ଗନବାଡ଼ି ଲେଡ଼ିଜ ୱାର୍କର ଆସୋସିଏସନ, ଓଡିଶା ରାଜ୍ୟ ଆଶା ସାଥି ଓ ଆଶା କର୍ମୀ ସଂଘ, କୋଠା ବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ, ଉତ୍କଳ ଆଲୁମିନା କର୍ମଚାରୀ ସଂଘ, ଜେକେ ପେପର ମଜଦୁର ସଂଘ, ଇମ୍ଫା ଠିକା ମଜଦୁର ସଂଘ, ରାୟଗଡା ଜିଲ୍ଲା ସଫେଇ ମଜଦୁର ସଂଘ, ଜିଲ୍ଲା ବ୍ୟବସାୟ ମଜଦୁର ସଂଘ, ଇଷ୍ଟ କୋଷ୍ଟ ରେଲୱେ ଠିକା ଶ୍ରମିକ ମଜଦୁର ସଂଘର ପ୍ରତିନିଧି ଯଥା ଅରୁଣ କୁମାର ଲେଙ୍କା, ଜୟନ୍ତୀ ପଦ୍ମାଳୟା ସାହୁ, ଉଷାରାଣି ଦାସ, ମୋହନ ରାଓ ମାଝୀ, କିଶୋର କୁମାର ବାଗ ପ୍ରମୁଖ ଉପସ୍ଥିତ ରହି ଉପରୋକ୍ତ ଦାବି ସମ୍ବଳିତ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡା ଜିଲ୍ଲାର ଜିଲ୍ଲାପାଳଙ୍କୁ ଦାବିପତ୍ର ପତ୍ର ପ୍ରଦାନ କରାଯାଇଛି।