Odisha news

ଅବକାରୀ ଲିଙ୍କ୍ ନେଇ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ କୁଶପୁଳିକା ଦାହ

ରାୟଗଡା : ରାଜ୍ୟ ସରକାରଙ୍କ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ରାୟଗଡା ଅବକାରୀ ବିଭାଗର କଳା ସାମ୍ରାଜ୍ୟରେ ସମ୍ପୃକ୍ତ ଥିବା ଅଭିଯୋଗ ଆସିବା ପରେ ରାୟଗଡା ଜିଲ୍ଲା ବିଜେପି ସଭାପତି  ଶିବ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ନଗର ସଭାପତି  ଶ୍ୟାମ କୁମାର ଦାଶଙ୍କ ତତ୍ୱାବଧାନରେ ନଗର ଯୁବ ମୋର୍ଚ୍ଚା ନଗର ସଭାପତି ରାଜେଶ ପାଣିଗ୍ରାହୀ ଏବଂ ମହିଳା ମୋର୍ଚ୍ଚା ସଭାନେତ୍ରୀ ବି. ଲକ୍ଷ୍ମୀଙ୍କ ନେତୃତ୍ୱରେ ଆଜି ମନ୍ତ୍ରୀଙ୍କ ବହିଷ୍କାର ଦାବି କରିବା ସହ ନଗରର ବହୁ ବିଜେପି କର୍ମୀ ବିକ୍ଷୋଭ ଏବଂ କୁଶପୁତ୍ତଳିକା ଦାହ କରିଥିଲେ. ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ରାୟଗଡ ବିଧାୟକ ପାର୍ଥୀ ବସନ୍ତ କୁମାର ଉଲ୍ଲାକା ଉପସ୍ଥିତ ଥିଲେ।
ଠୀକ ସେହିପରି ଆମ ଆଦମୀ ପାର୍ଟି ତରଫରୁ ଜିଲ୍ଲାପାଳ କାର୍ଯ୍ଯାଳୟ ସମ୍ମୁଖରେ ପାର୍ଟିର ଜିଲ୍ଲା ସଭାପତି ଜନ୍ମେଜୟ ସ୍ବାଇଁଙ୍କ ତ୍ବାବଧାନରେ ବିଭିନ୍ନ ନାରାବାଜି କରିବା ସହ  ମନ୍ତ୍ରୀ ସାରକା ଏବଂ ଏନ୍ ଭାସ୍କର ରାଓଙ୍କ କୁଶପୁଳିକା ଦାହ କରିଥିଲେ । ଏଥିସହିତ ଏହି ଦୁଇ ନେତାଙ୍କୁ ଦଳରୁ ବହିଷ୍କାର କରିବାସହ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ତୁରନ୍ତ ମହିଳା କନେଷ୍ଟବଲ ପ୍ରଜ୍ଞା ପରମିତଙ୍କୁ ସୁରକ୍ଷା ଦେବା ସହିତ  ତାଙ୍କ ସ୍ବାମୀ ଅଭିଯୁକ୍ତ ସୁଶାନ୍ତ କୁମାର ପାତ୍ରଙ୍କୁ ଗିରଫ କରାଯାଉ ଏବଂ ଅବକାରୀ ସୁପରିଟେଣ୍ଡେଣ୍ଡଙ୍କୁ  ନିଳମ୍ବିତ କରିବା ସହ ତାଙ୍କ ନାମରେ ମାମଲା ରୁଜ୍ଜୁ କରାଯାଉ ବୋଲି ଲିଖିତ ଅଭିଯୋଗ କରିଥିଲେ।   ପ୍ରକାଶ ଥାଉକି ଭୁବନେଶ୍ୱର ଝିଅ ପ୍ରଜ୍ଞା ପରମିତା ଗୁରବାଡୁଙ୍କୁ ତାଙ୍କ ସ୍ବାମୀ ରାୟଗଡ଼ା ଅବକାରୀ କନେଷ୍ଟବଳ ସୁଶାନ୍ତ କୁମାର ପାତ୍ର ନିର୍ଯ୍ୟାତନା ଦେଉଥିବା ସହ ରାଜନୈତିକ ଦଳର ଲିଙ୍କ ସହ  ଗଞ୍ଜେଇ ଚାଲାଣ ଅଭିଯୋଗ  ନେଇ ଗଣମାଧ୍ୟମରେ ପ୍ରକାଶ ହେବା ପରେ ବିଭିନ୍ନ ରାଜନୈତିକ ଦଳର ଏହାକୁ ମୁଦ୍ଧାକରି  ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରଛନ୍ତି।

Comments are closed.