Odisha news

ବହୁମୁଖୀ ଇନଡୋର ଷ୍ଟାଡିୟମ ସ୍ଥାନ ନିରୁପଣ ପାଇଁ ବୈଠକ

ରାୟଗଡା ୧/୮ : ରାୟଗଡା ଜିଲ୍ଳା ସଦର ମହକୁମାରେ ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ ନିମନ୍ତେ ଆଜି ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଳାସ୍ତରୀୟ କ୍ରୀଡା କମିଟିର ଅଧ୍ୟକ୍ଷ ତଥା ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନ ନିରୁପଣ କମିଟିକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଦିଗକୁ ଧ୍ୟାନରେ ରଖି ବହୁମୁଖୀ ଇନଡୋର ଷ୍ଟାଡିୟମ୍ ନିର୍ମାଣ କରାଯିବ ଏବଂ ଏଥି ନିମନ୍ତେ ଉପଜିଲ୍ଳାପାଳ, ତହସିଲଦାର ଏବଂ ପୈାରପରିଷଦ ନିର୍ବାହୀ ଅଧିକାରୀ ତିନିଜଣଙ୍କୁ ଯଥାଶୀଘ୍ର ଚିହ୍ନଟ ସରକାରୀ ଜାଗାଗୁଡିକର ମାପଚୁପ କରି ଉଦ୍ଧିଷ୍ଟ ଜାଗା ନିରୁପଣ ପାଇଁ ଜିଲ୍ଳାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ ।
ପ୍ରଥମତଃ ରାୟଗଡା ସହରର ମଝିରେ ୧.୩୫ଏକର ସରକାରୀ ଜାଗାର ଚିହ୍ନଟ କରାଯିବ ଏବଂ ଦ୍ୱିତୀୟରେ କ୍ରୀଡାବିତମାନଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ଜାଗାଟି ଉପଲବ୍ଧ ଥିବ ଏବଂ ତୃତୀୟରେ ଉକ୍ତ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଯେପରି ନ ହେବ ସେ ଦିଗଗୁଡିକ ପ୍ରତି ଉକ୍ତ ୩ ଅଧିକାରୀ ଦୃଷ୍ଟି ଦେଇ ଉପଯୁକ୍ତ ସ୍ଥାନ ନିରୁପଣ କରିବେ ବୋଲି ଜିଲ୍ଳାପାଳ ଶ୍ରୀ ମିଶ୍ର ବୈଠକରେ କହିଥିଲେ । ସହରର କେନ୍ଦ୍ରୀୟସ୍ଥଳରେ ଏବଂ ମହିଳା କ୍ରୀଡ଼ାବିତ ମାନଙ୍କ ସୁବିଧା ପାଇ ଦୃଷ୍ଟିରେରଖି  ଜିଲ୍ଳାପାଳ ଶ୍ରୀ ମିଶ୍ର ସ୍ଥାନ ନିରୁପଣ କମିଟି ନିଷ୍ପତି ପ୍ରକାରେ ଜାଗା ଚିହ୍ନଟ ହେବ ବୋଲି କହିବା ପରେ ଆଜି ଉକ୍ତ ବୈଠକଟି ଅନୁଷ୍ଠିତ ହୋଇଥିଲା ।
ପ୍ରଥମ ଜାଗାଟି ରାୟଗଡା ସହରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲ ସମ୍ମୁଖ ଜମି ହୋଇଥିବା ବେଳେ ଦ୍ୱିତୀୟଟି ମହିଳା ମହାବିଦ୍ୟାଳୟ ନିକଟସ୍ଥ ଏକ ସରକାର ଜମି ଏବଂ ତୃତୀୟ ସ୍ଥାନଟି ଜୟରାମଗୁଡା ନିକଟରେ ବୋଲି ତହସିଲଦାର ସ୍ଥାନ ନିରୁପଣ ସମ୍ବନ୍ଧରେ ବୈଠକରେ ସୂଚନା ପ୍ରଦାନ କରିଥିଲେ । ତେବେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟ ନିକଟସ୍ଥ ସରକାରୀ ଜମି ବହୁମୁଖୀ ଇନଡୋର ଷ୍ଟାଡିୟମ ନିମନ୍ତେ ପରିପୂର୍ଣ୍ଣ ହୋଇ ପାରିବ ନାହିଁ ବୋଲି ବୈଠକରେ ଉପସ୍ଥିତ ବୁଦ୍ଧିଜୀବି ଓ କିଛି କ୍ରୀଡାବିତ୍‌ମାନେ ମତାମତ ଦେଇଥିଲେ । ତେବେ ସହର ମଝିରେ ଉକ୍ତ ଦୁଇଟି ସ୍ଥାନ ଷ୍ଟାଡିୟମ ନିମନ୍ତେ ସଠିକ୍ ଥିବା ନେଇ ଅନ୍ୟ କିଛି କ୍ରୀଡାବିତମାନେ ବୈଠକରେ ନିଜ ମତାମତ ଉପସ୍ଥାପନ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନ,ପିଡି-ଡିଆରଡିଏ ମହେଶ୍ୱରଚନ୍ଦ୍ର ନାୟକ,ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ,ତହସିଲଦାର ଉମାଶଙ୍କର ବେହେରା,ଜିଲ୍ଳା କ୍ରୀଡା ଅଧିକାରୀ ଶେଖ ଅଲିନୁରଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ,କ୍ରୀଡାବିତ ଓ ହାଇସ୍କୁଲ,ମହାବିଦ୍ୟାଳୟର କର୍ତ୍ତୃପକ୍ଷମାନଙ୍କ ସହ ବୁଦ୍ଧିଜୀବିମାନେ ଉପସ୍ଥିତ ରହିଥିଲେ ।

Comments are closed.