Odisha news

ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ଘଟଣାକୁ ପୂରିଲା ୧୦ବର୍ଷ , କ୍ରାଇମ ବ୍ରାଞ୍ଚ ପରିବର୍ତ୍ତେ ସିବିଆଇ ତଦନ୍ତ କରାଯାଉ : ଆଦିବାସୀ ମହାସଂଘ

0

ରାୟଗଡା,୧୫ ।୧୨ (Rabindra Patkhandal) : : ରାୟଗଡା ଜିଲ୍ଳାର ବହୁ ଚର୍ଚ୍ଚିିତ ଭାଗିରଥି ମାଣ୍ଡାଙ୍ଗିଙ୍କ ହତ୍ୟା ଘଟଣାକୁ ୧୦ବର୍ଷ ପୂରି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଗିରଫ ହୋଇପାରିନାହିଁ ଏହାର ହତ୍ୟାକାରୀ । ଫଳରେ ମୃତକ ମାଣ୍ଡାଙ୍ଗିକ ପରିବାର ଏଯାବତ ପାଇନାହାନ୍ତି ନ୍ୟାୟ । ତେବେ ଆଇନ ଉପରେ ବିଶ୍ୱାସ କରି ଚାହିଁ ରହିଛନ୍ତି ସରକାରଙ୍କ ପଦକ୍ଷେପକୁ । ଏବଂ ଦୀର୍ଘ ୧୦ବର୍ଷ ଧରି ମୃତକ ଭାଗିରଥୀ ମାଣ୍ଡାଙ୍ଗିଙ୍କ ପରିବାରକୁ ନ୍ୟାୟ ପାଇଁ ଦାବି କରିଆସୁଛି ରାୟଗଡ ଜିଲ୍ଳା ଆଦିବାସୀ ମହାସଂଘ ।

ତେବେ ଭାଗିରଥି ହତ୍ୟାକାଣ୍ଡକୁ ୧୦ବର୍ଷ ବିତିଯାଇଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବହୁବାର ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ କୈାଣସି ସୁଫଳ ମିଳି ନ ଥିବା ବେଳେ ପୁଣି ମଙ୍ଗଳବାର ଦିନ ଡିସେମ୍ବର ୧୫ ତାରିଖରେ ୧୦ବର୍ଷ ପୂର୍ତିକୁ ନେଇ ସରକାରଙ୍କୁ ଚେତାଇବା ପାଇଁ ମୃତ ଭାଗିରଥିଙ୍କ ପରିବାର ଓ ଆଦିବାସୀ ମହାସଂଘ ପକ୍ଷରୁ ସ୍ଥାନୀୟ ହଲୁଆ ତୋଟାରେ ଶତାଧିକ ଆଦିିବାସୀ ମହିଳା ଓ ପୁରୁଷମାନେ ବୈଠକ କରି ଏକ ପ୍ରତିନିଧି ଦଳ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡ଼ଃ ଶ୍ରର୍ବଣା ବିବେକ ଏମଙ୍କ ଜରିଆରେ ମାନ୍ୟବର ମହାମହୀମ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ଏହି ଦାବିପତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘଟଣାର ତଦନ୍ତ ଭାର ନେଇଥିବା କ୍ରାଇମ ବ୍ରାଂଚକୁ ହଟାଯାଇ ତୁରନ୍ତ ସିବିଆଇ ପକ୍ଷରୁ ତଦନ୍ତ କରାଯିବା ପାଇଁ ଦାବି କରାଯାଇଛି । ପ୍ରକାଶଥାଉ କି ଗତ ୨୦୧୦ ଡିସେମ୍ବର ୧୫ ତାରିଖରେ ମା ମଝିଘରିଆଣୀ ମନ୍ଦିର ଟ୍ରଷ୍ଟିର ସଭ୍ୟ ତଥା ବିଜେଡିର କାଉନସିଲର ଆଦିବାସୀ ଯୁବନେତା ଭାଗିରଥୀ ମାଣ୍ଡାଙ୍ଗିକୁ ଅପରହରଣ କରାଯାଇ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହାର ୨/୩ ଦିନ ପରେ ପଡୋଶୀ ଆନ୍ଧ୍ର ପ୍ରଦେଶର ଏକ ଡ୍ୟାମ ନିକଟରୁ ତାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର କରାଯାଇଥିଲା । ଅପହରଣ କରାଯାଇ ନିର୍ମମ ଭାବେ ହତ୍ୟା କରାଯାଇଥିବା ଖବର ପ୍ରଚାରିତ ହେବା ପରେ ଜିଲ୍ଳା ଆଦିବାସୀ ମହାସଂଘ ପକ୍ଷରୁ ତିବ୍ର ଆନେ୍ଦାଳନ କରାଯିବାରୁ ଏହି ହତ୍ୟାକାଣ୍ଡର ତଦନ୍ତ ନିମନ୍ତେ ରାଜ୍ୟ ସରକାର କ୍ରାଇମବ୍ରାଂଚକୁ ତଦନ୍ତ ଦାୟିତ୍ୱ ଦେଇଥିଲେ ।

କିନ୍ତୁ ଅଦ୍ୟାବଧି ଏହି ହତ୍ୟାକାଣ୍ଡରେ ସଂପୃକ୍ତ କୈାଣସି ହେଲେ ଜଣେ ହତ୍ୟାକାରୀଙ୍କୁ ଗିରଫ କରାଯାଇ ନଥିବା ବେଳେ ତଦନ୍ତକୁ ମଧ୍ୟ ଚାପି ଦିଆଯାଇଥିବା ବେଳେ ଏଥିରେ ରାଜ୍ୟ ସଭା ସାଂସଦ ଏନ ଭାସ୍କର ରାଓଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ କରାଯାଇଛି । ତେବେ ଶାସକ ଦଳର ଜଣେ ବିଜେଡି ନେତାଙ୍କ ସଂପୃକ୍ତି ଥିବାରୁ କ୍ରାଇମବ୍ରାଂଚ ଓ ଓଡିଶା ପୋଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଭାର ଶୀତିଳ ପଡିଯାଇଥିବାରୁ ଏହାକୁ ସିବିଆଇ ତଦନ୍ତ ପାଇଁ ହସ୍ତାନ୍ତର କରାଯାଉ ବୋଲି ଆଦିବାସୀ ମହାସଂଘ ପକ୍ଷରୁ ଦାବି କରାଯାଇଛି ।

ଯଦି ଯଥାଶୀଘ୍ର ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରା ନ ଗଲେ ଆଗାମୀ ଦିନରେ ଜିଲ୍ଳା ଆଦିବାସୀ ମହାସଂଘ ପକ୍ଷରୁ ପୁର୍ନବାର ଆନେ୍ଦାଳନକୁ ତିବ୍ରତର କରାଯାଇ ସଂଘ ରାଜରାସ୍ତାକୁ ଓହ୍ଳାଇବ ବୋଲି ମହାସଂଘର ସଭାପତି ଆପାଲାସ୍ୱାମୀ କାଡ୍ରକା, ଆବାହକ ବସନ୍ତ ଉଲାକା, ମୃତକ ଭାଗିରଥି ମାଣ୍ଡାଙ୍ଗିଙ୍କ ସ୍ତ୍ରୀ କମଳା ମାଣ୍ଡାଙ୍ଗି, ଭାଇ ଜଗନ୍ନାଥ ମାଣ୍ଡାଙ୍ଗି,ଭଉଣୀ ମଂଜୁଳା ମିଣିୟାକା,ଆଦିବାସୀ ନେତା କାଡ଼୍ରାକା ମଉଳିଧରଙ୍କ ସମେତ ଆଦିବାସୀ ମହାସଂଘର ଅନ୍ୟ ସଭ୍ୟସଭ୍ୟାମାନେ ପ୍ରକାଶ କରିଛନ୍ତି । ତେବେ ଦାବିପତ୍ରକୁ ପ୍ରକି୍ରୟା ଅନୁଯାୟୀ ମହାମହୀ ରାଷ୍ଟ୍ରପତିଙ୍କ ନିକଟକୁ ପ୍ରେରଣ କରାଯିବ ବୋଲି ଏସପି ଡ଼ଃ ଶ୍ରର୍ବଣା ବିବେକ ଏମ ପ୍ରକାଶ କରିଛନ୍ତି ।

Leave A Reply