Odisha news

ଗାର୍ଡ଼ ବିହୀନ ଟ୍ରେନ୍ ଚଳାଚଳ ପାଇଁ ପୂର୍ବ ତଟ ରେଳପଥ ଆରମ୍ଭ କଲା ଇଓଟିଟି ସିଷ୍ଟମ୍

0

• ଲୋକୋ ଡ଼୍ରାଇଭରଙ୍କୁ ସଂକେତ ଦେଇ ଗାର୍ଡ଼ଙ୍କ କାର୍ଯ୍ୟ କରିବା ନିମନ୍ତେ ଏହି ଉପକରଣକୁ ତିଆରି କରାଯାଇଛି ।
• ଏହି ଉପକରଣ ଲୋକୋ ମୋଟିଭ୍ ଡ଼୍ରାଇଭର୍ ଓ ଟ୍ରେନ୍ର ଅନ୍ତିମ ୱାଗନ ମଧ୍ୟରେ ଯୋଗାଯୋଗ ରକ୍ଷା କରିବା କାର୍ଯ୍ୟରେ ବ୍ୟବହୃତ ହେବ ।
• ଏହି ପ୍ରଯୁକ୍ତି ବିଦ୍ୟା ଦ୍ୱାରା ଗାର୍ଡ଼ ଭ୍ୟାନ୍ ର ଆବଶ୍ୟକତା ପଡ଼ିବ ନାହିଁ, ଯାହା ଦ୍ୱାରା ଏହା ଖର୍ଚ୍ଚ କମାଇବା ସହିତ ରେଳବାଇର ରାଜସ୍ୱ ବୃଦ୍ଧିରେ ସହାୟକ ହେବ ।
• ଇଲେକ୍ଟ୍ରିକ୍ ଲୋକୋ ସେଡ଼୍ ଅନୁଗୁଳ ସଫଳତାର ସହ ଏହି ଉତ୍ପାଦର ସଫଳ ପରୀକ୍ଷଣ ସହିତ ଏହାକୁ କାର୍ଯ୍ୟକ୍ଷମ କରିଛନ୍ତି ।
ଗାର୍ଡ଼ ଓ ବ୍ରେକ୍ ଭ୍ୟାନ୍ ବିହୀନ ଟ୍ରେନ୍ ପରିଚାଳନା ପାଇଁ ଭାରତୀୟ ରେଳପଥ ଦ୍ୱାରା ଗ୍ରହଣ କରାଯାଇଥିବା ଏହି ଏଣ୍ଡ୍ ଅଫ୍ ଟ୍ରେନ୍ ଟେଲିମେଟ୍ରି (ଇଓଟିଟି) ସିଷ୍ଟମ ବିଶ୍ୱର ଏକ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା । ଫାଷ୍ଟ୍ ଟ୍ରାକ୍ ମୋଡ୍ ରେ କାର୍ଯ୍ୟକାରୀ ଦ୍ୱାରା ଇଓଟିଟି ସହିତ ଟ୍ରେନ୍ ଗୁଡ଼ିକର ପରିଚାଳନା କରିବା ଭାରତୀୟ ରେଳପଥ ର ଏକ ମହତ୍ୱାକାଂକ୍ଷୀ ପ୍ରକଳ୍ପ ।

ତାଳଚେର – ପାରାଦ୍ୱୀପ ସେକ୍ସନରେ ଏହି ପ୍ରଯୁକ୍ତି ବିଦ୍ୟାର ସଫଳ ପରିକ୍ଷଣ ପରେ, ପୂର୍ବ ତଟ ରେଳପଥ ଏଣ୍ଡ୍ ଅଫ୍ ଟ୍ରେନ୍ ଟେଲିମେଟ୍ରି (ଇଓଟିଟି) ବ୍ୟବହାର କରି ଟ୍ରେନ୍ ଚଳାଚଳ କ୍ଷେତ୍ରରେ ଭାରତୀୟ ରେଳପଥ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଇଲେକ୍ଟ୍ରିକ୍ ଲୋକୋ ସେଡ଼୍, ଅନୁଗୁଳ ସଫଳତାର ସହ ଏହାର ପରୀକ୍ଷଣ କରି ଏହାକୁ କାର୍ଯ୍ୟକ୍ଷମ କରିପାରିଛି ।

ଏଣ୍ଡ୍ ଅଫ୍ ଟ୍ରେନ୍ ଟେଲିମେଟ୍ରି (ଇଓଟିଟି) ସିଷ୍ଟମ ମୁଖ୍ୟତଃ ଟ୍ରେନ୍ ଇଞ୍ଜିନ୍ରେ ଲାଗିଥିବା ହଟ୍ (ହେଡ଼୍ ଅଫ୍ ଟ୍ରେନ୍) ଏବଂ ଟ୍ରେନ୍ର ଅନ୍ତିମ ବଗି ସହିତ ଲାଗିଥିବା ଇଓଟି (ଏଣ୍ଡ୍ ଅଫ୍ ଟ୍ରେନ୍) କୁ ନେଇ ଗଠିତ । ଟ୍ରେନ୍ ର ଅବସ୍ଥିତି ସମ୍ବନ୍ଧରେ ସୂଚନା ନିମନ୍ତେ ଇଓଟିଟି ରେ ଗ୍ଲୋବାଲ୍ ପୋଜିସନିଂ ସିଷ୍ଟମ୍ (ଜିପିଏସ୍) ମୋଡ଼ୁ୍ୟଲ୍ ରହିଥାଏ, ମୋଡ଼ୁ୍ୟଲ୍ ଯୋଗାଯୋଗ ପାଇଁ ଗ୍ଲୋବାଲ୍ ସିଷ୍ଟମ୍, ମୋଡ଼ୁ୍ୟଲ୍ରୁ ସର୍ଭରକୁ ଡ଼ାଟା ସ୍ଥାନାନ୍ତରଣ ପାଇଁ ଏବଂ ଏଚ୍ଓଟି (ସମ୍ମୁଖ ୟୁନିଟ୍) ଓ ଇଓଟି (ପଛ ୟୁନିଟ୍) ମଧ୍ୟରେ ଯୋଗାଯୋଗ ଓ ନିୟନ୍ତ୍ରଣ ରକ୍ଷା ନିମନ୍ତେ ରେଡ଼ିଓ ଡ଼ିଭାଇସ୍ ରହିଥାଏ । ଖରାପ ଆଲୋକ ଅବସ୍ଥା ଥିବା ସମୟରେ ଅଟୋମେଟିକ୍ ଅନ୍ ଅଫ୍ ସୁଇଚ୍ ସହିତ ଉଚ୍ଚ କ୍ଷମତା ସମ୍ପନ୍ନ ଭିଜିବିଲିଟି ମାର୍କର ଲାଇଟ୍ ଫ୍ଲାସର୍ ଡ଼ିଭାଇସ୍ ବ୍ୟବସ୍ଥା ଇଓଟି ରେ ରହିଥାଏ ।

ଲୋକୋମୋଟିଭ୍ର କ୍ୟାବିନ୍ରେ ଟ୍ରେନ୍ର ଅନ୍ତିମ ବଗି ର ବ୍ରେକ୍ ପାୱାର ପ୍ରେସର ଟ୍ରେନ୍ ଡ଼୍ରାଇଭର୍ଙ୍କୁ ହଟ୍ ଡ଼ିସ୍ପ୍ଲେ ମାଧ୍ୟମରେ ପ୍ରଦର୍ଶିତ ହୋଇଥାଏ । ଟ୍ରେନ ଚାଳକ ଏୟାର ବ୍ରେକ୍ ବ୍ୟବହାର କରିବା ସମୟରେ ହଟ୍ ଡ଼ିସ୍ପ୍ଲେ ମାଧ୍ୟମରେ ଦୂରରୁ ଥାଇ ଅନ୍ତିମ ବଗିର ବ୍ରେକ୍ ପାୱାର୍ ପ୍ରେସରକୁ ଲକ୍ଷ୍ୟ କରି ଅନ୍ତିମ ବଗି ପର୍ଯ୍ୟନ୍ତ ଟ୍ରେନ୍ରେ ବ୍ରେକ୍ ପାୱାର୍ ପ୍ରେସର ଡ଼୍ରପ୍ ବିଷୟରେ ସୁନିଶ୍ଚିତ ହୋଇପାରିବେ । ଲୋକୋମୋଟିଭ୍ର କ୍ୟାବିନ୍ରୁ ଇଓଟି ରେ ଏକ ଭାଲ୍ବ୍ ଖୋଲି ଦୂରରେ ଥିବା ଟ୍ରେନ୍ର ଅନ୍ତିମ ବଗି ରୁ ଜରୁରୀକାଳୀନ ବ୍ରେକ୍ ବ୍ୟବହାର କରିବାର ବ୍ୟବସ୍ଥା ଏଥିରେ ଅଛି ।

କ୍ୟାବିନ୍ରୁ ଲୋକୋ ପାଇଲଟ୍ ଜରୁରୀକାଳୀନ ଏୟାର୍ ବ୍ରେକ୍ ବ୍ୟବହାର ସମୟରେ, ପଛ ବଗିରୁ ଟ୍ରେନ୍ ଜରୁରୀକାଳୀନ ଏୟାର୍ ବ୍ରେକ୍ ମଧ୍ୟ ସ୍ୱୟଂଚାଳିତ ଭାବେ କାର୍ଯ୍ୟ କରିଥାଏ, ଯାହା ବ୍ରେକିଂ ଦୂରତ୍ୱ ଓ ସମୟ କୁ ହ୍ରାସ କରି ଟ୍ରେନ୍କୁ ନିୟନ୍ତ୍ରଣ କରିଥାଏ । ଲୋକୋ ପାଇଲଟ୍ଙ୍କ ଦ୍ୱାରା ଟ୍ରେନ୍ ରହିବା ସୁନିଶ୍ଚିତ କରାଯିବା ସମୟରେ ଯଦି ଟ୍ରେନ୍ ଡ଼୍ରାଇଭର୍ ଆବଶ୍ୟକ କରିଥାଆନ୍ତି ତାହା ପଛ ପାଶ୍ୱର୍ ବଗିକୁ ଶୀଘ୍ର ଅଟକାଇବା ପାଇଁ ବ୍ୟବହାର କରାଯାଇଥାଏ । ଇଓଟିଟି ସହିତ ଟ୍ରେନ୍ ଚଳାଚଳ କରିବା ସମୟରେ ଏହି ସବୁ ଉପଲବ୍ଧ ଥିବା ବ୍ୟବସ୍ତା ଗୁଡ଼ିକ ଦ୍ୱାରା ଲୋକୋ ପାଇଲଟ୍ ମାନଙ୍କର ସୁରକ୍ଷିତ ଯାତ୍ରା ପାଇଁ ମନୋବଳ ବୃଦ୍ଧି କରିବାରେ ସହାୟକ ହେବ ।

ଏହି ପ୍ରଯୁକ୍ତିବିଦ୍ୟା ବ୍ରେକ୍ ଭ୍ୟାନ୍ ଗୁଡ଼ିକର ଆବଶ୍ୟକତା ଓ ଟ୍ରେନ୍ ଗୁଡ଼ିକରେ ଗାର୍ଡ଼ ମାନଙ୍କର ଆବଶ୍ୟକତାକୁ ହଟାଇବ । ବ୍ରେକ୍ ଭ୍ୟାନ୍ ବଦଳରେ ଟ୍ରେନ୍ରେ ଗୋଟିଏ ଅତିରିକ୍ତ ୱାଗନ୍ ସଂଯୋଗ କରାଯିବା ଦ୍ୱାରା ଅଧିକ ରାଜସ୍ୱ ଆୟର ମଧ୍ୟ ସୁଯୋଗ ସୃଷ୍ଟି ହୋଇ ପାରିବ ।

Leave A Reply