ରାୟଗଡା (Rabindra Patkhandal)-ରାୟଗଡା ଜିଲ୍ଲା ସହରର ଭିଆଇପି ରାସ୍ତାରେ ଥିବା ଜଗନ୍ମାଥ କଂପ୍ଳେସର ଏକ ଘରୁ ବିଫୁଳ ପରିମାଣର ରତ୍ନ ପଥର ଜବତ ଜଣେ ଗିରଫ । ଏହି ମାମଲାରେ ସଂପୃକ୍ତଥିବା ଜିତେନ୍ଦ୍ର କୁମାର ବେହେରା ନାମକ ଜଣେ ଅଭିଯୁକ୍ତଙ୍କ ଘରୁ ବଡ଼ ବଡ଼ ଅଖା ବସ୍ତା ଠାରୁ ଆରମ୍ବକରି ଛୋଟ ଛୋଟ ପଲିଥିନ ପୁଡିଆରେ ବନ୍ଧା ହୋଇଥିବା କିସମ କିସମର ରତ୍ନ ପଥରକୁ ଓଡ଼ିଶା ଗୃହ ବିଭାଗର କ୍ରାଇମବ୍ରାଞ୍ଚ ଏସଟିଏଫ ଠାବ କରିଛି । ଏହି ମାମଲାରେ ସଂପୃକ୍ତ ଘରେ ରହୁଥିବା ଜିତେନ୍ଦ୍ରଙ୍କୁ କ୍ରାଇମବ୍ରାଞ୍ଚ ଓ ପୋଲିସ ଗିରଫ ରଖିବା ସହ ଘଟଣାର ଖୋଲତାଡ଼ ଚଲେଇଛି ।
ତେବେ ଜିତେନ୍ଦ୍ରଙ୍କ ସହ ଶାସକ ଦଳର ବହୁ ମନ୍ତ୍ରୀ, ବିଧାୟକ, ସାଂସଦ ଓ ନେତା ନେତୃବୃନ୍ଦଙ୍କ ଫୋଟ ରହିଥିବା ନେଇ ଚର୍ଚ୍ଚା ଯୋରରେ ଚାଲିଛି ।
ସୂଚନା ମୁତାବକ ରାୟଗଡା ସହରସ୍ଥିତ ଜଗନ୍ନାଥ କଂପ୍ଲେକ୍ସର ଏକ ଘରେ ଚୋରାରେ ବିପୁଳ ପରିମାଣରେ ରତ୍ନପଥର ଗଛିତ ଥିବା ନେଇ କ୍ରାଇମବ୍ରାଂଚ ଏସଟିଏଫ ଏସଆଇ ଜଗନ୍ମାଥ ପ୍ରସାଦ ସାହୁ ଅଭିଯୋଗ ପ୍ରକାରେ ୫ ଜଣିଆ ଟିମ ଉକ୍ତ ସ୍ଥାନରେ ଚଢଉ କରିଥିଲେ ।
ଚଢଉ ସମୟରେ ରତ୍ନ ପଥର ଚୋରା ଚାଲାଣ କରୁଥିବା ଅଭିଯୁକ୍ତ ଜିତେନ୍ଦ୍ର କୁମାର ବେହେରା ନିଜ କାର ଓଡ଼ି ୧୮ଜି ୩୩୫୫ରେ ୨ଟି ଅଖା ଏବଂ ଘରେ ମୂଲ୍ୟବାନ ରତ୍ନପଥର ରଖିଥିଲେ । କ୍ରାଇମବ୍ରାଂଚ ଟିମ ୨ଟି ଅଖା ବସ୍ତାରୁ ହୀରା, କଳାହୀରା, ନୀଲମ, ପଖରାଜ, ପ୍ରବାଳ ଭୋଳି ୨୦ପ୍ରକାର ବିଭିନ୍ନ ରକମର ମୂଲବାନ ୧୫୧ କିଲୋ ପଥର ଜବତ କରିଛନ୍ତି । ଏହାର ଆନୁମାନିକ ମୂଲ୍ୟ ଏକ କୋଟି ହେବ ବୋଲି ଅନୁମାନ କରାଯାଉଛି । ଏନେଇ ରାୟଗଡ଼ା ଥାନାରେ କେସ ନଂ ୩୯୦ ଖଣିଜ ଆଇନ ନିବାରଣର ଅନୁଯାଇ ବେଆଇନ ଚୋରାଚାଲାଣ ଧାରା ୩୭୯,୪୧୧ରେ ମାମଲା ରୁଜ୍ଜୁ ହୋଇଥିବା ଏସପି ଡ଼ା ଶ୍ରବଣ ବିବେକ ଏମ ସୂଚନା ଦେଇଛନ୍ତି । ରତ୍ନପଥର ଚୋରାଚାଲାଣ ମାମଲାରେ ସଂପୃକ୍ତ ଥିବା ଜିତେନ୍ଦ୍ର କୁମାର ବେହେରା ନାମକ ବ୍ୟକ୍ତିକୁ କ୍ରାଇମ ବ୍ରାଂଚ ଟିମ ଗିରଫ କରି ରାୟଗଡା ଥାନାରେ ଅଟକ ରଖିଛି ।
ଏହି ରତ୍ନପଥର ଚୋରା ଚାଲାଣରେ ଆଉ କେହି ସଂପୃକ୍ତ ଅଛନ୍ତି କି ସେନେଇ ଜିତେନ୍ଦ୍ର ବେହେରାଙ୍କୁ କ୍ରାଇମ ବ୍ରାଂଚ ଏସଟିଏଫ ଟିମ ଅଧିକ ପଚରା ଉଚରା କରୁଛନ୍ତି । ତେବେ ଅଭିଯୁକ୍ତ ଜିତେନ୍ଦ୍ର କୁମାର ବେହେରାଙ୍କ ସୋସିଆଲ ମିଡ଼ିଆକୁ ଅନୁଧ୍ୟାନ କଲେ ବିଜେଡ଼ି ଦଳ ସହ ଲିକ୍ ରହିଥିବା ଉପଲବ୍ଧ ହେଉଛି । ଦଳର ବହୁ ମନ୍ତ୍ରୀ ବରିଷ୍ଠ ନେତା, ସାଂସଦ, ପୂର୍ବତନ ସାଂସଦଙ୍କ ଠାରୁ ଆରମ୍ଭକରି ଜିଲ୍ଲା ସ୍ତରୀୟ ବହୁ ନେତୃବୃନ୍ଧ ଫୋଟ ରହିଥିବା ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି । ତେବେ ଇଏ କେଉଁ କିସମର ଲିକ୍ ବୋଲି ରାୟଗଡ଼ା ଜିଲାରେ ଏବେ ଚର୍ଚ୍ଚା ଚାଲିଛି । ତେବେ ଜଗନ୍ମାଥ କଂପ୍ଳେସରେ ରହୁଥିବା ଲୋକଙ୍କୁ ପଚାରି ବୁଝିଲେ ଶୁଣିବା ମିଳୁଛି ଅନୁସୁଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ମାଥ ସାରକା ଏହି ଘରକୁ ବାରମ୍ବାର ଆସୁଥିବା ନଜର ରହିଛି । ତେବେ କ୍ରାଇମବ୍ରାଞ୍ଚ କେଉଁ ଦିଗରେ ତଦନ୍ତ କରୁଛି ଦେଖିବାକୁ ରହିଲା । ଏ ରାଜନୈତିକ ଲିକ୍ ନେଇ ଏସପି କହିଛନ୍ତି ଏହି ଦିଗରେ ମଧ୍ୟ ତଦନ୍ତ କରାଯିବ ବୋଲି ।