ରାୟଗଡା,୬ ।୭(Rabindra patkhandal): ୭୨ଘଣ୍ଟାର ଧରି ଚାଲିଥିବା କଳ୍ପନା ଜଳ୍ପନା ଅନ୍ତ ଘଟିଛି । ୩ଜଣ କୋଭିଡ଼ ଯୋଦ୍ଧାଙ୍କ ସହ ୧୩ଜଣ କରୋନା ପଜେଟିଭ ଥିବା ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଯୋଦ୍ଧାଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ରୋଗ ବିଶେଷଜ୍ଞଙ୍କ ସହ ଜଣେ ମହିଳା ସ୍ୱାସ୍ଥ୍ୟ ସହାୟିକା ଏବଂ ଅନ୍ୟ ଜଣେ ଚିକିତ୍ସାଳୟର ସଫେଇ କର୍ମଚାରୀ ଥିବା ଜଣାପଡ଼ିଛି । ତେବେ ଚିହ୍ନଟ ପରେ ବର୍ହିର ବିଭାଗକୁ ବନ୍ଦ କରିଦିଆଯାଇଥିବା ବେଳେ ନବଜାତ ଶିଶୁଙ୍କ ଯତ୍ନ ବିଭାଗ ଏବେ ବି ଚାଲୁରହିଛି । ଅନ୍ୟ ୧୦ଜଣଙ୍କ ମଧ୍ୟରେ ଗୁଣପୁର ବ୍ଲକର ୫ଜଣ କଲୋନରା ବ୍ଲକର ୪ ଜଣ ରାୟଗଡ଼ା ସହରର କରୋନା ସମେତ ୪ଜଣ ସଂକ୍ରମଣ ହୋଇଥିବା ପିଡ଼ି ଡ଼ିଆରଡ଼ିଏ ଆଇଏସ୍ ଅମ୍ରିତ ଋତୁରାଜ ଭିଡ଼ିଓ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ।
ଆକ୍ରାନ୍ତଙ୍କ ମଧ୍ୟରୁ ୩ ମହିଳା ଏବଂ ୧୦ ଜଣ ପୁରୁଷ ଥିବା ସୂଚନା ରହିଛିା ଏଥି ସହ ୩ ଜଣ କରୋନା ଯୋଦ୍ଧା ଜଣେ ଶିଶୁ ରୋଗ ବିଶେଷଜ୍ଞ, ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀ ଏବଂ ଜଣେ ସଫେଇ କର୍ମଚାରୀ ଥିବା ସୂଚନା ରହିଛି । ନେହୁରୁ ନଗର ଅଂଚଳରେ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ନେଇ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ଗୁଣପୁର ବ୍ଲକ ସିରିଝୋଲି ପଂଚାୟତ ଅନ୍ତର୍ଗତ ବିଜୟପୁର ଗ୍ରାମରୁ ୫ ଜଣ କରୋନା ପଜେଟିଭ୍ ଚିହ୍ନଟ ପରେ ବିଜୟପୁର ଗ୍ରାମର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୫ରେ ପହଂଚିଛି । ସେହିପରି କୋଲନର ବ୍ଲକରୁ ୪ ଜଣ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ରହିଛି । ୩ ଜଣ କୋଲନରା ବ୍ଲକ ସ୍ଥିତ ବଡଖିଲାପଦର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଥିଲେ । ୩ ଜଣ ଯାକ ଆନ୍ଧ୍ରପ୍ରଦେଶରୁ ଫେରିଥିଲେ ।
ସେହିପରି ଅନ୍ୟ ଜଣ ଆକ୍ରାନ୍ତ ଥେରୁବାଲିର, ସେ ଘରୋଇ ସଙ୍ଗରୋଧରେ ଥିଲେ । ଶିଶୁ ରୋଗ ବିଶେଷଜ୍ଞ ଡାକ୍ତରଙ୍କୁ ଭୂବନେଶ୍ୱର ସ୍ଥିତ ଅଶ୍ୱିନୀ ହସ୍ପିଟାଲକୁ ପଠାଯାଇଥିବା ବେଳେ ଅନ୍ୟ ମାନଙ୍କୁ ଜେ.କେ.ପୁର ସ୍ଥିତ କୋଭିଡ ହସ୍ପିଟାଲ ଏବଂ ଗୁଣପୁର ସ୍ଥିତ କୋଭିଡ କେୟାର ସେଂଟରକୁ ପଠାଯାଇଛି । ଚିହ୍ନଟ ନ୍ୟୁ କଲୋନୀ, ପାଇକ ସାହି, ନେହୁରୁ ନଗରରକୁ କଂଟେନମେଂଟ ଜୋନ କରାଯାଇଛି । ନୂଆ ୧୩ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ରେ ପଂହଚିଥିବା ବେଳେ ସୁସ୍ଥ ହୋଇ ୨୨ ଜଣ ଫେରିଥିବା ପିଡି, ଡିଆରଡିଏ ସୂଚନା ଦେଇଛନ୍ତି । ବର୍ତମାନ ସୁଦ୍ଧା ରାୟଗଡା ଜିଲ୍ଲାରୁ ୪୩୧୭ ଜଣଙ୍କର ସ୍ୱାବ ନମୁନା ପଠାଯାଇଛି । ସେମାନଙ୍କ ମଧ୍ୟରୁ ୪୧୯୮ ଜଣଙ୍କ ନେଗେଟିଭ୍ ଆସିଥିବା ବେଳେ ୧୨୮ ଜଣଙ୍କ ସ୍ୱାବ ରିପୋର୍ଟ ପଜେଟିଭ୍ ଆସିଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଆର୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି ।
