ରାୟଗଡା,୧୦ ।୧୦(Rabindra Patkhandal) – ପଦ୍ମପୁର ବ୍ଳକ ଅନ୍ତର୍ଗତ ନୂଆଗଡ଼ ଗ୍ରାମ ପଞ୍ଚାୟତ ସଦର ମହକୁମା ରାସ୍ତା ମରାମତି ନାମରେ ୨୦୧୭ ମସିହାରୁ ଚଳୁ ହୋଇଥିବା ନେଇ ଗ୍ରାମବାସୀଙ୍କ ଅଭିଯୋଗ । ଗ୍ରାମରେ ରାସ୍ତା ମରାମତି କାର୍ଯ୍ୟ ହେବା ପାଇଁ କଲର୍ଭଟ ଖୋଳାଗଲା, ୫ଟି ସ୍ଥାନରେ ମେଟେଲ ପଡିଲା, ୧୦ଟି ସ୍ଥାନରେ ମୋରମ ପଡିଲା କିନ୍ତୁ ୩ ବର୍ଷ ବିତିଗଲା ରାସ୍ତା ମରାମତି ହୋଇପାରିଲା ନାହିଁ । ତେବେ ମରାମିତ ପାଇଁ ପଡିଥିବା ମେଟାଲ ଓ ମୋରମକୁ ଠିକାଦର ଜଣଙ୍କ ଅନ୍ୟତ୍ର ବିକ୍ରୀ କରିଦେଲେ । ଫଳରେ ଗ୍ରାମର ରାସ୍ତା ଅଧପନ୍ତରିଆ ହୋଇ ରହିଗଲା । ଯାହାକି ଗତ କିଛି ଦିନ ତଳେ ବୟସ୍କ ବୃଦ୍ଧାଙ୍କୁ ଚିକିତ୍ସାଳୟ ନେବାପାଇଁ ଆସିଥିବା ଆମ୍ବୁଲାନ୍ସ ଗାଁକୁ ରାସ୍ତା ନଥିବାରୁ ଅଧା ବାଟରେ ଅଟକିଯାଇଥିଲା । ଏଣୁ ଗ୍ରାମବାସୀ ମାନେ ଭରା ସାହାର୍ଯ୍ୟରେ ରୋଗୀଙ୍କୁ ଆମ୍ବୁଲାନ୍ସ ନିକଟକୁ ନେଇଥିଲେ ।
ଏନେଇ ନୂଆଗଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଠାରୁ ମାତ୍ର ୪୦୦ ମିଟର ଦୂରରେ ଥିବା ନୂଆଗଡ ଗ୍ରାମରେ ଦୀର୍ଘ ୩ ବର୍ଷ ହେଲା ଜାତୀୟ ରାଜପଥ ୩୨୬ ଠାରୁ ଯୋଗଯୋଗ ବିଛିନ୍ନ ହୋଇଥିବା ନେଇ ମାହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାର ଲୋକପାଳଙ୍କ ନିକଟରେ ନୁଆଗଡ଼ ଗ୍ରାମବାସୀ ଗତ ତା ୩୦ ସେପ୍ଟେମ୍ବରରେ ଅଭିଯୋଗ କରିଥିଲେ । ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଲୋକପାଳ ଶ୍ରୀମତି ବିଦୁଲତା ହୁଇକା ସେହି ଦିନ ହିଁ ପଦ୍ମପୁର ବ୍ଲକ ପ୍ରଶାସନକୁ ଇ ମେଲ ମାଧ୍ୟମରେ ନୋଟିସ ପ୍ରଦାନ କରିବା ସହ ଅକ୍ଟୋବର ୬ ତାରିଖ ଦିନ ରାସ୍ତା କାମର ସମସ୍ତ ନଥିପତ୍ର ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ରାୟଗଡା ଠାରେ ଉପସ୍ଥିତ ରହିବା ପାଇଁ ଆଦେଶ ଦେଇଥିଲେ । ସେହି ଦିନ କୌଣସି କାରଣ ବସତ ବ୍ଲକ ପ୍ରଶାସନ ଅନୁପସ୍ଥିତ ହେବାରୁ ଚଳିତ ମାସ ୧୩ ତାରିଖ ଦିନ ପୁଣି ଥରେ ଲୋକାପାଳ କାର୍ଯ୍ୟାଳୟରେ ବିଡିଓଙ୍କୁ ଉପସ୍ଥିତ ରହିବା ପାଇଁ ନୋଟିସ ଦେଇଛନ୍ତି ।
ବର୍ତ୍ତମାନ ଏ ନେଇ ବ୍ଲକ ପ୍ରଶାସନ ଓ ଠିକାଦାର ବାରମ୍ବାର ଏକ ଲିଖିତ କାଗଜ ନେଇ ଦସ୍ତଦତ କରିବାକୁ ବାଧ୍ୟ କରାଯାଉ ଥିବା ନେଇ ନୂଆଗଡ଼ ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏହା ସହ ପୁଣି ଏକ ଦୁର୍ନିତୀ ନୂଆଗଡ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପଛପଟର ମାତ୍ର ୨୦୦ ମିଟର ଦୂରରେ ଥିବା ନୁଆଗଡ ଠାରୁ ପାଜିଲିବନ୍ଧ ଭାୟା ମଶାଣି ରାସ୍ତାକୁ ସଂପୂର୍ଣ୍ଣ ଚଳୁ କରିଦେଇଥିବା ନେଇ ଅଭିଯୋଗ ଆସିଛି । ଉକ୍ତ ରାସ୍ତା କାମ ଦାୟିତ୍ୱରେ ଥିବା ନୁଆଗଡ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ରାଜେନ୍ଦ୍ର କୁମାର ରଣାଙ୍କୁ ପଚାରିବାରୁ ରାସ୍ତା କାମ ହୋଇଛି କିନ୍ତୁ କିଛି ଭୂଲ ହୋଇଯାଇଛି ବୋଲି ନେହୁରା ହୋଇଥିଲେ ଏବଂ ପୁଣି ଥରେ ଉକ୍ତ କାମ କରିବା ପାଇଁ ଆମ ପ୍ରତିନିଧଙ୍କୁ ପ୍ରତିଶୃତି ଦେଇଛନ୍ତି । ଏ ନେଇ ବିଡିଓ ଦୟାମୟ ପାଢୀଙ୍କୁ ପଚାରିବାରୁ ଘଟଣା ସଂପର୍କରେ ମୁଁ ଅବଗତ ନାହିଁ, ନଥିପତ୍ର ଯାଞ୍ଚ ପରେ ସଠିକ୍ ତଥ୍ୟ ଦେଇପାରିବି ବୋଲି ପ୍ରକାଶ କରିଥିଲେ ।