Odisha news

ରାୟଗଡା ଜିଲ୍ଲାରେ ପୁଣି ୧୬ କରୋନା ପଜିଟିଭ ଚିହ୍ନଟ , ମୋଟ ୩୮ ଆକ୍ରାନ୍ତ

0

ରାୟଗଡା,୨୭ ।୬:  ପୁଣି ରାୟଗଡ଼ା ଜିଲ୍ଲାରେ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ପୁରୁଷ ୧୧ଜଣ ମହିଳା ୫ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ବିଡ଼ମ୍ବନାର କଥା ଯେ ୩ ଜଣ ବ୍ୟକ୍ତି ବାହାର ରାଜ୍ୟରୁ ଫେରି ଆକ୍ରାନ୍ତ ହୋଇଥିବା ବେଳେ ୧୩ ଜଣ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମଣ ହୋଇଥିବା ନେଇ ଜିଲ୍ଲାପାଳ ସୁଚନା ଦେଇଛନ୍ତି ।

ତେବେ ପ୍ରସାଶନ ସଂକ୍ରମଣକୁ ରୋକିବାରେ ସମ୍ପୁର୍ଣ୍ଣ ବିଫଳ ହୋଇଛି । ବର୍ତ୍ତମାନ ରାୟଗଡାରେ ଜିଲ୍ଲାରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ଛୁଇଁଲା । ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୬ ଜଣ ଚିକିିତ୍ସାଧିନ ଅଛନ୍ତି । ଚିହ୍ନଟ ହୋଇଥିବା ୧୬ ଜଣଙ୍କ ମଧ୍ୟରୁ ଜଣେ ରାୟଗଡା ସହରସ୍ଥିତ ରାଣିଗୁଡା ଫାର୍ମର ଜଣେ ୨୧ ବର୍ଷ ଯୁବକ ଅଛନ୍ତି । ସେ ଚଳିତ ମାସ ୧୧ ତାରିଖ ଦିନ ମହାରାଷ୍ଟ୍ରରୁ ଫେରି ଘରୋଇ ସଙ୍ଗରୋଧରେ ରହିଥିଲେ ।

ସେହି ପରି ରାୟଗଡା ସହର ଉପକଣ୍ଠରେ ଥିବା ବାରିଝୋଲା ଗ୍ରାମର ଜଣେ ୨୫ ବର୍ଷ ଯୁବକ ମଧ୍ୟ କୋରନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେ ୧୬ ତାରିଖ ଦିନ ଆନ୍ଧ୍ରପ୍ରଦେଶ ବିଜୟନଗରରୁ ଆସି କୋଟଲାଗୁଡା ସ୍ଥିତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲେ । ସେହିପରି ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୁଗୁପାଡୁ ଗ୍ରାମର ଜଣେ ୨୫ ବର୍ଷ ଯୁବକ ଗତ ୧୮ ତାରିଖ ଦିନ ତାମିଲନାଡୁରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ । ୨୦ ତାରିଖ ଦିନ ଗୁଣପୁର ବ୍ଲକ ସିରିଝୋଲି ପଂଚାୟତ ଅନ୍ତର୍ଗତ ବିଜେପୁର ଗ୍ରାମରେ ଗୋଟିଏ ପରିବାରର ସ୍ୱାମୀ,ସ୍ତ୍ରୀ ଏବଂ ୪ ବର୍ଷର ଶିଶୁ କନ୍ୟା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ।

ବିଜେପୁର ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ୨୧ ତାରିଖ ଦିନ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କ ସ୍ୱାବ ସଂଗ୍ରହ କରାଯାଇ ନମୁନା ଯାଂଚ ପାଇଁ ପଠାଯାଇଥିଲା । ସେଥି ମଧ୍ୟରୁ ୧୩ ଜଣଙ୍କ କରୋନା ପଜେଟିଭ ଆସିଥିବା ଜଣାପଡିଛି । ଆକ୍ରାନ୍ତଙ୍କ ମଧ୍ୟରେ ବାପା ଓ ମା ସମେତ ଜଣେ ଆଶା ଦିଦିଙ୍କ ପରିବାରର ୪ ଜଣ ସଦସ୍ୟ, ଜଣେ ଅଙ୍ଗନବାଡି କର୍ମୀ ଏବଂ ଜଣେ ବ୍ୟବସାୟୀଙ୍କ ପରିବାରର ୨ ଜଣଙ୍କ ସହ ବିଜେପୁର ଗ୍ରାମର ଅନ୍ୟ ୨ ପରିବାରର ୩ ଜଣ ସଦସ୍ୟ ଥିବା ଜଣାପଡିଛି । ଏଥି ସହ ଜଣେ କରୋନା ଯୋଦ୍ଧା ମଧ୍ୟ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି କରୋନା ପଜେଟିଭ୍ ହୋଇଥିବା ସୂଚନା ରହିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣ ପୁରୁଷ ଥିବା ବେଳେ ୫ ଜଣ ମହିଳା ରହିଛନ୍ତି ବୋଲି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି ।

ରାୟଗଡା ସହରରେ କୋରନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ତରଫରୁ ରାୟଗଡା ପୌର ପରିଷଦ ଅଂଚଳରେ ଥିବା ରାଣିଗୁଡା ଫାର୍ମ, ରାୟଗଡା ବ୍ଲକ ଅଧିନରେ ଥିବା କୋଟଲାଗୁଡା ଗ୍ରାମ, ଗୋଗୁପାଡୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଗୁଣପୁର ବ୍ଲକ ସିରିଝୋଲି ପଂଚାୟତ ଅନ୍ତର୍ଗତ ବିଜେପୁର ଗ୍ରାମକୁ ୭ ଦିନ ଯାଏଁ କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ୨୨ ଜଣ କୋରନା ଆକ୍ରାନ୍ତ ଜେ.କେ.ପୁର ସ୍ଥିତ କୋଭିଡ କେୟାର ସେଂଟରରେ ଚିକିତ୍ସିତ ହେଉଥିବା ବେଳେ ୪ ଜଣ ଗୁଣପୁର ସ୍ଥିତ କୋଭିଡ ସେଂଟରରେ ଚିକିତ୍ସିତ ହେଉଥିବା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି ।

ରାୟଗଡା ସହରର ରାଣିଗୁଡା ଠାରେ ପ୍ରଶାସନ ତରଫରୁ କରାଯାଇଥିବା କଂଟେନମେଂଟ ଜୋନକୁ ଯାଇ ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ପୌର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି ଏବଂ ରାୟଗଡା ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ସ୍ଥିତି ଅନୁଧ୍ୟାନ କରିବା ସହ ସେଠାରେ ପୋଲିସ ଫୋର୍ସ ମୁତୟନ କରିଛନ୍ତି । ବର୍ତମାନ ସୁଦ୍ଧା ରାୟଗଡା ଜିଲ୍ଲାରୁ ୩୦୩୧ ଜଣଙ୍କ ସ୍ୱାବ ନମୂନା ପଠାଯାଇଥିବା ବେଳେ ୨୫୫୩ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ୩୮ ଜଣଙ୍କ ରିପୋର୍ଟ ପଜେଟିଭ ଆସିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଆର୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି । ଏଥି ସହ ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଜିଲ୍ଲାବାସୀଙ୍କୁ ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ମାନଙ୍କ ଠାରୁ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ।

Leave A Reply