କୋଣାର୍କ :କୋଣାର୍କ ଏନ ଏ ସି ଅନ୍ତର୍ଗତ ୧୧ନମ୍ବର ର ଅରକୁଦ ଗ୍ରାମରେ ଏକ ଗାଡ଼ିଆ ଖୋଳାକୁ ନେଇ ଗଣ୍ଡଗୋଳ ସୃଷ୍ଟି ହୋଇ ଜଣେ ମହିଳାଙ୍କ ମୁଣ୍ଡ ଫାଟିଥିବାର ଜଣାପଡ଼ିଛି ।ଏନେଇ କୋଣାର୍କ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏହି ଗଣ୍ଡଗୋଳରେ ଅରକୁଦ ଗ୍ରାମର ଅନନ୍ୟା ମହିଳା ସଂଘର ସଭାନେତ୍ରୀ ଟୁନୁଲତା ସ୍ବାଇଁଙ୍କ ମୁଣ୍ଡ ଫାଟି ସେ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ତାଙ୍କ ପରିବାର ଲୋକ ପ୍ରକାଶ କରିଛନ୍ତି ।ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
କୋଣାର୍କ ଏନଏସିକୁ ଆସିଥିବା ସରକାରୀ ଅନୁଦାନ ରାଶିରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ଉନ୍ନୟନ କାର୍ଯ୍ୟ କରାଯିବା ଲାଗି ନିର୍ଦ୍ଦେଶ ରହିଛି ।ମାତ୍ର ବିଭିନ୍ନ ସ୍ଥାନରେ ଏହି ସରକାରୀ ଅନୁଦାନ ରାଶି କାର୍ଯ୍ୟକୁ ନେଇ ବିବାଦୀୟ ଓ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହେଉଛି ।ଏହା ପୂର୍ବରୁ ୯ ନଂ ୱାର୍ଡ଼ର ମାଉସୀ ମା ସାହି ଓ ମଙ୍ଗୁଳେଶ୍ବର ବସ୍ତିରେ ମଧ୍ୟ ଏହି ଅନୁଦାନ ରାଶି ବିନିଯୋଗ କାର୍ଯ୍ୟକୁ ନେଇ ଥାନାରେ ଏକାଧିକ ମାମଲା ହୋଇଥିବାର ଜଣାଯାଏ ।କାର୍ଯ୍ୟ ଆରମ୍ଭ ପୂର୍ବରୁ ବାସ୍ତବସ୍ଥିତି ଅନୁଧ୍ୟାନ ନକରି ଏନଏସି କର୍ତୁପକ୍ଷ କାର୍ଯ୍ୟାଦେଶ ଦେବାପରେ ଅନ୍ୟ ମାନଙ୍କ ପକ୍ଷରୁ ଅଭିଯୋଗ ହୋଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେଉଥିବାର ଦେଖିବାକୁ ମିଳୁଛି।