Odisha news

ବାରିପଦା : ବିଜେପିର ଭିଡିଓ କନଫାରେନ୍ସ ମାଧ୍ୟମରେ ବାରିପଦା ବିଧାନସଭା କ୍ଷେତ୍ର ଜନ ସମ୍ବାଦରାଲି

0

ବାରିପଦା : ବାରିପଦା ବିଧାନସଭା କ୍ଷେତ୍ର ବିଜେପିର ଭିଡିଓ କନଫାରେନ୍ସ ମାଧ୍ୟମରେ ଜନ ସମ୍ବାଦରାଲି ଅନୁଷ୍ଠିତ ହୋଇଯାଇଛି । ଏହି ଜନସଭାରେ ମୟୂରଭଞ୍ଜ ଜିଲ୍ଲା ବିଜେପିର ସଭାପତି କାନ୍ଦ୍ରା ସୋରେନ୍ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ମସô୍ୟ ଓ ପଶୁସମ୍ପଦ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଯୋଗଦେଇଥିବାବେଳେ ଅନ୍ୟତମ ଅତିଥିଭାବେ ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶେଶ୍ୱର ଟୁଡୁ, ବାରିପଦା ବିଧାୟକ ପ୍ରକାଶ ସୋରେନ୍ ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ ।

ମୁଖ୍ୟଅତିଥି ଶ୍ରୀ ଷଡଙ୍ଗୀ ବ୍ୟକ୍ତବ୍ୟରେ କେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତିୟପାଳି ପ୍ରଥମବର୍ଷର ବିକାଶସିଳ କାର୍ଯ୍ୟକ୍ରମର ଅନୁଭୂତିକୁ ଉପସ୍ଥାପନା କରିବା ସହିତ ରାଜ୍ୟସରକାରଙ୍କ ମୟୂରଭଞ୍ଜ ପ୍ରତି ବୈମାତୃକ ମନଭାବକୁ ଲଜ୍ଜାକର ବୋଲି କହିଥିଲେ । ବିଗତ ଏକବର୍ଷ ଶାସନକାଳ ମଧ୍ୟରେ ମୋଦି ସରକାର ଯେଉଁଭଳି ଭାବରେ ଜାମୁକାଶ୍ମିରରେ ୩୭୦ ଓ ୩୫ଏ ଧାରା ଉଚ୍ଛେଦ କଲେ, ରାମମନ୍ଦିର ଶିଳାନ୍ନାସ କରିବା, ତିନତଳୀକ ଭଳି କୁପୃଥାକୁ ଉଚ୍ଛେଦ କରିବା, ନାଗରିକ ସଂଶୋଧନ ଆଇନ ଆଣିବା ପ୍ରଭୃତି ଜନହିତକାରୀ କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଥିଲେ । ଅନ୍ୟପଟେ ଓଡିଶାରେ ବିଜେଡି ଶାସନକାଳକୁ କଳା ଅଧ୍ୟାୟ ରୂପେ ବିବେଚନ କରିଥିଲେ ।

ଏହି ସମୟ ମଧ୍ୟରେ ମୟୂରଭଞ୍ଜର ସ୍ପିନିଙ୍ଗମିଲ୍ ବନ୍ଦ ହେବା, କାଗଜକଳ ବନ୍ଦହେବା, ୪୦ଏକରରେ ଥିବା ମସôଚାଷ ବନ୍ଦହେବା, ଆର୍ବାନବ୍ୟାଙ୍କ ବନ୍ଦ ହେବା, ଚାରାଘୋଟାଲା ପ୍ରଭୃତି ହିନକାର୍ଯ୍ୟକୁ ନିନ୍ଦା କରିଥିଲେ । ଅନ୍ୟପଟେ ଶହିଦ୍ ନନ୍ଦୁରାମ ସୋରେନ୍ଙ୍କୁ ନେଇ ରାଜନିତୀ କରିବାକୁ ନାପସନ୍ଦ କରିବା ସହ ୨୫ଲକ୍ଷଟଙ୍କାକୁ ଅନେକ ପ୍ରକାରରେ ଉପସ୍ଥାପନ କରି ଚୋରିଛୁପି ତାଙ୍କ ନିଜସ୍ୱ ସଂପତି ଭାବି ପ୍ରଦାନ କରିବାକୁ ହାସ୍ୱାପଦ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବାରିପଦା ନିର୍ବାଚନମଣ୍ଡଳୀର ସମସ୍ତ ମଣ୍ଡଳ ସଭାପତି, ଶକ୍ତିକେନ୍ଦ୍ର ପ୍ରମୁଖଙ୍କ ସହ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଶେଷରେ ନିର୍ବାଚନମଣ୍ଡଳୀର କୋଡିନେଟର ଇଂ ବିଜୟ କୁମାର ଦାସ ଧନ୍ୟବାଦ ଦେଇଥିଲେ ।

Leave A Reply