Odisha news

ନିମାପଡା : ଲୁହା ଶିକୁଳିରେ ବନ୍ଧା ଜୀବନ,ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

0

ନିମାପଡା,୨୫ା୬ା :ଦୀର୍ଘ ଦୁଇ ବର୍ଷ ହେବ ଲୁହା ଶିକୁଳିରେ ବନ୍ଧା ହୋଇ ଘରେ ପଡି ରହିଛନ୍ତି ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ।ତାଙ୍କର ଅଧିକ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।ନିମାପଡା ବ୍ଲକ ତୁଳସୀପୁର ପଂଚାୟତ କାଞ୍ଜିଆଗର ପାଟଣା ଗ୍ରାମର ହାଡିବନ୍ଧୁ ପୃଷ୍ଟି(୫୨)ାଗତ ୧୫ ବର୍ଷ ତଳେ ହାଡିବନ୍ଧୁ ଓଲଡିଂ ମିସ୍ତ୍ରୀ ଭାବେ କଲିକତାରେ କାମ କରି ଭଲ ରୋଜଗାର କରି ନିଜ ପରିବାର ଚଳାଉଥିଲେ ।କିନ୍ତୁ କିଏ କହିବ କାହା ଜୀବନରେ କେତେବେଳେ କଣ ବି ଆସିପାରେ ।ଧିରେଧିରେ ସେ ମାନସିକ ଭାରସାମ୍ୟ ହରାଇବାକୁ ଲାଗିଲେ ।

ପାଗଳପରି ଏଣେତେଣେ ବୁଲିବାକୁ ଆରମ୍ଭ କଲେ ।ଲୋକଙ୍କୁ ମାରପିଟ କରିବା ସାଙ୍ଗକୁ ଗାଳିଗୁଲଜ ଏବଂ ଟେକାପଥର ପକାଇଲେ ।ତାଙ୍କ ବ୍ୟବହାରରେ କୈାଣସି ପରିବର୍ତନ ଆସିବା ପରିବେର୍ତ ଦିନକୁ ଦିନ ଅଧିକ ବିଗିଡିବାରୁ ତାଙ୍କ ପତ୍ନୀ ତିଳୋତମା ପୃଷ୍ଟି ନିରୁପାୟ ହୋଇ ଚିକିତ୍ସା ପାଇଁ ସ୍ୱାମୀଙ୍କୁ କଟକ ମେଡିକାଲକୁ ନେଇଥିଲେ ।ସେ ମାନସିକ ରୋଗରେ ଆକ୍ରାନ୍ତ ଥିବା ଡାକ୍ତର କହିଥିଲେ ।ଅର୍ଥର ଅଭାବ ଦେଖାଦେବାରୁ ଚିକିତ୍ସା ଅଧାରୁ ସ୍ୱାମୀଙ୍କୁ ସେ ଘରକୁ ନେଇ ଆସିଥିଲେ ।ତାଙ୍କ ପରିବାର କହିଲେ ଉଭୟ ସ୍ୱାମୀ,ସ୍ତ୍ରୀ,୩ଝିଅ ଓ ଗୋଟିଏ ପୁଅ ।ହାଡିବନ୍ଧୁ ଘରର ଏକମାତ୍ର ରୋଜଗାରକ୍ଷମ ମଣିଷ ଥିଲେ ।ଗ୍ରାମବାସୀଙ୍କୁ ଗାଳିଗୁଲଜ,ମାରପିଟ,ଟେକାପଥର ଫୋପାଡିବାରୁ ଲୋକେ ବିରକ୍ତ ହୋଇପଡିଥିଲେ ।ତାଙ୍କର ପାଗଳାମି ଦିନକୁ ଦିନ ବଢି ଅସହ୍ୟ ହେବାରୁ ଗାଁ ଲୋକେ ତିଳୋତମାକୁ ଆସି ବାରକଥା କହିବାକୁ ଲାଗିଥିଲେ ।

କୈାଣସି ଉପାୟନପାଇ ହାଡିବନ୍ଧୁଙ୍କୁ ଦୁଇ ବର୍ଷ ହେବ ଗୋଟିଏ ଘରେ ଲୁହା ଶିକୁଳିରେ ତାଲା ପକାଇ ବାନ୍ଧି ରଖିଛନ୍ତି ପରିବାର ଲୋକେ ।ଖାଇବା ଠାରୁ ଆରମ୍ଭ କରି ପାଇଖାନା,ଗାଧୋଇବା ପର୍ଯ୍ୟନ୍ତ ସମସ୍ତ ନିତ୍ୟକର୍ମ ସେହି ସ୍ଥାନରେ ହାଡିବନ୍ଧୁଙ୍କ କରାଯାଇଥାଏ ।ସ୍ୱାମୀଙ୍କ ମୁଣ୍ଡ ଖରାପ ହୋଇଥିବା ବେଳେ ପିଲାଙ୍କ ଖାଇବା,ପଢିବା ଓ ପରିବାର ଚଳାଇବା ନେଇ ଚିନ୍ତାରେ ଭାଙ୍ଗି ପଡିଛନ୍ତି ତିଲୋତମା ।ସରକାରଙ୍କ ପକ୍ଷରୁ ମିଳିଥିବା ରାସନ କାର୍ଡରୁ ଚାଉଳ ଗଣ୍ଡାକ ପାଉଥିବା ବେଳେ ଘରେ ରଖିଥିବା ଗୋଟିଏ ଗାଈର କ୍ଷୀର ବିକ୍ରି କରି ସେଥିରୁ ଯେତିକି ରୋଜଗାର ହେଉଛି ସେଥିରେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି ବୋଲି ତିଳୋତମା କହିଛନ୍ତି ।ଚିକିତ୍ସା କରାଗଲେ ହାଡିବନ୍ଧୁ ଭଲ ହୋଇପାରନ୍ତେ ।ପ୍ରଶାସନ ସହାୟତା ଯୋଗାଇଦେବାକୁ ତିଳୋତମା ଆକୁଳ ନିବେଦନ କରିଥିବା ବେଳେ ଗ୍ରାମର ରବିନ୍ଦ୍ର ନାୟକ,ଉଷାମଣୀ ସାହୁ,ଗୋପାଳ ଗୁରୁ,ସନ୍ତୋଷ ତ୍ରିପାଠୀ,ଚଇତନ ସାହୁ ପ୍ରମୁଖ ହାଡିବନ୍ଧୁଙ୍କ ଚିକିତ୍ସା ପାଇଁ ସରକାର ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବୀ କରିଛନ୍ତି ।

Leave A Reply