Odisha news

କଣାସ : ରାସ୍ତା ସାଜିଛି ମରଣ ଯନ୍ତା

0

କଣାସ ତା-୨୭/୦୬/୨୦୨୦ : ସାଧାରଣ ଲୋକଙ୍କ ଗମନା ଗମନ ଓ ଯାତାୟତ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ଥା ନିର୍ମାଣ କରୁଛନ୍ତି ।ହେଲେ ଅନେକ ସମୟରେ ନିମ୍ନମାନର କାମ ଯୋଗୁଁ କେଉଁଠାରେ ରାସ୍ଥାରେ ଖାଲଖମା ସୃଷ୍ଟି ହେଉଛିତ ଅନେକ ସ୍ଥାନରେ ଠିକାଦାର ଅଧାବିଧା କରି ବିଲ ହାତେଇ ନେଉଛନ୍ତି । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଗୋଲରା ଠାରୁ ହର୍ଷପଡାକୁ ସଂଯୋଗ କରୁଥିବା ରାସ୍ଥାରେ ।

ପୁରୀ ଜଳସେଚନ ବିଭାଗ  ଦ୍ଵାରା ଏହି ରାସ୍ଥାଟି ଅଳ୍ପ କିଛି ଦିନ ପୂର୍ବରୁ ନିର୍ମାଣ ହୋଇଥିଲା ।ଏହିରାସ୍ଥାରେ ଦାମୋଦରପୁର,ଗୋଲରା,ମାଳିସାହି,ହର୍ଷପଡା,ଖଣ୍ଡହତା,ନାବଡା,ସୁହାଗପୁର,ବାଲିପଡା,ବିନ୍ଧନ,ନନ୍ଦିଗୋଦା,ବସନ୍ତପୁର ଆଦି ତିନୋଟି ପଞ୍ଚାୟତର ଲୋକମାନେ ଓ ସ୍କୁଲ କଲେଜ ଛାତ୍ର ଛାତ୍ରୀ ଦୈନଦିନ ଯାତାୟତ କରନ୍ତି ।ହେଲେ ଖରାଦିନେ ଯାହା ଯେମିତି କଷ୍ଟେମଷ୍ଟେ ଲୋକେ ଯାତାୟତ କରୁଥିବା ବେଳେ ବର୍ଷା ଦିନ ଆସିଲେ ଯାତାୟତ କରିବାପାଇଁ ଲୋକମାନଙ୍କ ମୁଣ୍ଡରେ ଭାଳେଣି ପଡୁଛି ।

ରାସ୍ଥା ସାରା ଖାଲଖମା ସୃଷ୍ଠି ହୋଇଥିବାରୁ ଅନେକ ସ୍ଥାନରେ ପାଣି ଜମିରହୁଛି ।ଏହି ମରଣଯନ୍ତା ପଲଟିଥିବା ରାସ୍ଥାରେ ପ୍ରତେକ ସମୟରେ ଛୋଟ ବଡ ଦୃଘଟଣା ଘଟି ଲୋକମନେ ମେଡିକାଲ ଯାଇ ଚିକିତ୍ସା ହେଉଥିବା ଜଣାପଡିଛି ।ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଗ୍ରାମବାସୀମାନେ ଅଭିଯୋଗ କରୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇଲାଭଳି ନିରାଵଦ୍ରଷ୍ଟା ସାଜିଛନ୍ତି ।ଯାହାଦ୍ୱାରା ଦୀର୍ଘ ଦିନର ଏହି ରାସ୍ଥା ସମସ୍ୟା ଦୂର ହୋଇପାରୁନାହିଁ ।

ଏଠାରେ ପ୍ରନ୍ନ ଉଠୁଛି ପ୍ରତେକ ଗ୍ରାମକୁ ପକ୍କା ସଡକ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ଥା ନିର୍ମାଣ କରୁଥିବା ବେଳେ ଏହି ରାସ୍ଥା ସରକାରଙ୍କ ଦୃଷ୍ଟି ଆଢୁଆଳ  ରହିଯାଉଥିବା ବେଳେ କାହାର ନଜର ପଡୁନାହିଁ। ଏହିପ୍ରତି ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ୫ଟି ସଚିବ ଦୃଷ୍ଟିଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Nalco
Leave A Reply