Odisha news

କୋଣାର୍କ : ୩୫୦ ପ୍ୟାକେଟ ହାତତିଆରି ନକଲି ଚୋରା ଦେଶୀ ମଦ ଜବତ ୨ଗିରଫ ଜଣେ ଫେରାର ।

0
କୋଣାର୍କ, ସବ୍ୟୁ, କୋଣାର୍କ ଥାନା ନିକଟସ୍ଥ ଚନ୍ଦ୍ରଭାଗା ନୋଳିଆ ସାହି ଓ କୋଣାର୍କ ଟୁରିଷ୍ଟ ମାର୍କେଟ ଛକ ଠାରୁ ଅବକାରୀ ବିଭାଗ ଦ୍ଵାରା ଚଢାଉ କରାଯାଇ ୩୫୦ ପ୍ୟାକେଟ ଦେଶୀ ମଦ ଜବତ କରାଯାଇ ଦୁଇଜଣଙ୍କୁ ଗିରଫ ହୋଇଥିବାବେଳେ  ଜଣେ ଚୋରା ବେପାରି ଫେରାର ହୋଇଯାଇଛି।
ଲକଡାଉନ ଯୋଗୁଁ ଚନ୍ଦ୍ରଭାଗା ନୋଳିଆସାହିରେ ଥିବା ସରକାରୀ  ଦେଶୀ ମଦ ଦୋକାନ ଜିଲ୍ଲାପ୍ରଶାସନ ସିଲି କରିଥିବାରୁ ଏହାର ସୁଯୋଗ ନେଇ ଚୋରା ବେପାରି ମାନେ  ସକ୍ରିୟ ହୋଇ ନୋଳିଆସାହି ଏବଂ କୋଣାର୍କ ରେ ଅବାଧରେ ନକଲି ହାତତିଆରି ଦେଶୀ ମଦ ଚଢା ଦରରେ ବିକ୍ରି କରୁଥିବା ଖବର ପାଇ ପୁରୀ ଅବକାରୀ ଅଧୀକ୍ଷକଙ୍କ ନିର୍ଦେଶ ରେ କୋଣାର୍କ ଦାୟିତ୍ୱ ରେ ଥିବା ଅବକାରୀ ଅଧିକାରୀ ଲଷ୍ମୀଧର ପ୍ରଧାନ ଚନ୍ଦ୍ରଭାଗା ସାହିରୁ ଯଥାକ୍ରମେ ୨୦୦ ଓ ୫୦ ପ୍ୟାକେଟ ପାଉଚ ନକଲି ଦେଶୀ ମଦ ଜବତ କରି  ଜଣେ ନୋଳିଆ ସମ୍ପ୍ରଦାୟର ମହିଳାଙ୍କୁ ଗିରଫ କରିଥିଲାବେଳେ ଜଣେ ଫେରାର ହୋଇଯାଇଛି।  ଏବଂ କୋଣାର୍କ ତୁରିଷ୍ଟ ଛକରୁ  ଜଣଙ୍କ ଠାରୁ ୧୦୦ପ୍ୟାକେଟ ମଦ ଜବତ କରାଯାଇଥିବା ଜଣାପଡିଛି।  ଏବଂ ଦୁଇ ଚୋରା ବେପାରୀଙ୍କୁ ଗିରଫ କରି୧୩/୨୦,୧୪/୨୦ ଓ ୧୫/୨୦ରେ ମାମଲା ରୁଜୁ ହୋଇ ୨ଜଣଙ୍କୁ କୋର୍ଟ ଚାଲଣ କରାଯାଇଛି।

Leave A Reply