ଛତ୍ରପୁର,୨୭/୬: ଗଂଜାମ ଜିଲ୍ଲାରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ବ୍ଲକର ପୋଡାପଦର ଓ ଚିକଲଖଣ୍ଡି ଗ୍ରାମପଞ୍ଚାୟତ ର ଦୁଇଜଣ ସରପଞ୍ଚ ଆଜି ଜିଲ୍ଲପାଳଙ୍କ କ୍ଷମତା ପ୍ରୟୋଗ କରି ନିଜ ନିଜ ପଞ୍ଚାୟତର ଗୋଟିଏ ଗୋଟିଏ ଗ୍ରାମକୁ ଆଜି ଠୁ ୭ଦିନ ନିମନ୍ତେ ସଟ ଡାଉନ ଘୋଷଣା କରିଛନ୍ତି । ଏହାସହ ଲୋକମାନେ ନିଜ ନିଜ ଘରେ କିପରି ନିରାପତ୍ତା ରହିବେ ସେଥି ନିମନ୍ତେ ସଚେତନତା କରୁଛନ୍ତି ।
ପୋଡାପଦର ଗ୍ରାମ ପଞ୍ଚାୟତ ଅଧିନସ୍ଥ ହୁମର ଗ୍ରାମରେ କୋରନା ପଜିଟିଭ ପରିଲକ୍ଷିତ ହୋଇଥିବାରୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପଞ୍ଚାୟତର ସରପଞ୍ଚ ପୀତାମ୍ବର ପଣ୍ଡା ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ହୁମର ଗ୍ରାମକୁ ଆଜି ଠୁ ୭ଦିନ ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରିଛନ୍ତି । ଏହାସହ ଗ୍ରାମର ବିଭିନ୍ନ ଯାତାୟତ ରାସ୍ତାକୁ ମଧ୍ୟ ସିଲ୍ କରିଛନ୍ତି । ଗ୍ରାମବାସୀ ମାନେ କିପରୀ ସୁରକ୍ଷିତ ରହିବେ ସେଥି ନିମନ୍ତେ ପଞ୍ଚାୟତ ପକ୍ଷରୁ ବିଭିନ୍ନ ସଚେତନତା କରାଯାଉଛି । ଲୋକମାନଙ୍କୁ ଘରୁ ବାହାରକୁ ନବାହାରିବା ନିମନ୍ତେ କୁହାଯାଇଛି । କୈାଣସି ବ୍ୟକ୍ତି ଗ୍ରାମ ର ପୋଖରୀରେ ନଗାଧେଇବା କୁ ସରପଞ୍ଚ ଶ୍ରୀ ପଣ୍ଡା ଅନୁରୋଧ କରିଛନ୍ତି ।
ସେହିପରି ଚିକଲଖଣ୍ଡି ଗ୍ରାମ ପଞ୍ଚାୟତ ଅଧିନସ୍ଥ ବାଳକୃଷ୍ଣପୁର ଗ୍ରାମରେ ଆଜି ୭ଟି କରୋନା ପଜିଟିଭ ଚିହ୍ନଟ ହେବା ପରେ ସରପଞ୍ଚ ଡି.ଲକ୍ଷ୍ମୀ ରେଡ୍ଡୀ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ବାଳକୃଷ୍ଣପୁର ଗ୍ରାମକୁ ଆଜି ଠୁ ୭ଦିନ ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରିଛନ୍ତି । ଏହାସହ ଲୋକମାନେ କିପରି ସୁରକ୍ଷିତ ରହିବେ ସେଥିନିମନ୍ତେ ବିଭିନ୍ନ ସଚେତନତା କରିଛନ୍ତି ।