Odisha news

ଖଇରା : ଜିଲାପାଳ ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ କୁପାରୀ ଗସ୍ତ , ନିର୍ମୀତ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ପାଇଁ ଯାଗା ଅନୁଧ୍ୟାନ କରିବା ସହ ବେଆଇନ ଭାବେ ଖୋଳାଯାଉଥିବା ମୋରମ ଖଣି ଅନୁଧ୍ୟାନ

0
 କୁପାରୀ : ୨୭/୬ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ବାଲେଶ୍ବର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଶନିବାର ଅପରାହ୍ନରେ ଖଇରା ତହସିଲ ଅଧିନ କୁପାରୀ ଅଞ୍ଚଳରେ ନିର୍ମୀତ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ପାଇଁ ଯାଗା ଅନୁଧ୍ୟାନ କରିବା ସହ ବେଆଇନ ଭାବେ ଖୋଳାଯାଉଥିବା ମୋରମ ଖଣି ଅନୁଧ୍ୟାନ କରି ଫେରିଛନ୍ତି ା ପ୍ରଥମେ ବାଉଁଶ ଗଡିଆ ଠାରେ ଏକ ଅଙ୍ଗନଓ୍ବାଡି କେନ୍ଦ୍ର ନିକଟରେ  ବ୍ୟକ୍ତିଗତ ଯାଗାରୁ ବେଆଇନ ଭାବେ ମୋରମ ଖୋଳି ବିକ୍ରି କରୁଥିବା ଯାଗାକୁ ବୁଲି ଦେଖିବା ପରେ ଉକ୍ତ ବ୍ୟକ୍ତି ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ା ପରେ କୁପାରୀ କଲେଜ ନିକଟରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରକଳ୍ପ ଅନ୍ତର୍ଗତ ଏକ ପାର୍କ ପ୍ରତିଷ୍ଠା ନିମନ୍ତେ ଚିହ୍ନଟ ହୋଇଥିବା ଯାଗା ବୁଲି ଦେଖିଥିଲେ ା ସେହିଭଳି କୁପେଶ୍ବର ମନ୍ଦିର ନିକଟରେ ମ୍ତଜିୟମ ପ୍ରତିଷ୍ଠା ଏବଂ ନହଙ୍ଗ ନିକଟରେ ସଂସ୍କୃତି ବିଦ୍ୟାଳୟ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଯାଗା ବୁଲି ଦେଖି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ା ମନ୍ତ୍ରୀ ଜିଲାପାଳଙ୍କ ବ୍ୟତିତ ତହସିଲଦାର ପ୍ରଦୀପ କୁମାର ସାହୁ,ଅତିରିକ୍ତ ତହସିଲଦାର ବିଭାସ ରଞ୍ଜନ ପାଣିଗ୍ରାହୀ,ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ,ବ୍ଲଜ ଉପାଧକ୍ଷ ଜୟନ୍ତ କୁମାର ରାଉତ ଉପସ୍ଥିତ ଥିଲେ
Leave A Reply

Your email address will not be published.