କେନ୍ଦ୍ରାପଡା-୨୭/୦୬ କେନ୍ଦ୍ରାପଡା ବ୍ଲକ ଅଧିନ ବଗଡା ପଂଚାୟତର ବଗଡା ଗ୍ରାମରେ ଜଣକ ଘରୁ ୧୮ଟି ଛୋଟ ଓ ବଡ ଗୋଖର ସାପ ଉଦ୍ଧାର କରା ଯାଇଥିବା ଜଣାପଡିଛି । ସେହି ଗ୍ରାମର ଚିତ ରଞ୍ଜନ ସାମଲଙ୍କ ପୁରୁଣା ମାଟି ଘରେ ଆଳୁ ରଖା ଯାଇଥିଲା ।
ଘଥକାଲି ଆଳୁ ବାହାର କଲାବେଳେ ୭ ଟି ଗୋଖର ଛୁଆ ଓ ଶନିବାର ଦିନ ପୁଣି ୧୧ ଟି ଗୋଖର ଛୁଆ କୁ ଉଦ୍ଧାର କରାଯାଇଛି । ସ୍ନେକ ହେଲ୍ପ ଲାଇନ ସଦସ୍ୟ ପ୍ରଫୁଲ୍ଲ ସ୍ୱାଇଁଙ୍କ ଉଦ୍ୟମରେ ୧୮ ଟି ଜୀବନ୍ତ ସାପଙ୍କୁ ଉଦ୍ଧାର କରା ଯାଇଥିଲା ।