Odisha news

ବନ୍ଦେ ଉତ୍କଳ ଜନନୀ ଗୀତରେ ପ୍ରକମ୍ପିତ ହେଲା ରାୟଗଡା ଜିଲ୍ଲା

0

ରାୟଗଡା-କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ସରକାରଙ୍କ ତରଫରୁ ଏକ ସୁନ୍ଦର ପରିକଳ୍ପନା କରାଯାଇଥିଲା । କୋଭିଡ ଯୋଦ୍ଧାଙ୍କ ମନବୋଳ ବୃଦ୍ଧି କରିବା ପାଇଁ ଯୋଦ୍ଧାଙ୍କ ଉଦ୍ୟେଶରେ ଶନିବାର ୫.୩୦ ସମୟରେ ଓଡିଶାର ଜାତୀୟ ସଙ୍ଗୀତ ବନେ୍ଦ ଉକ୍ରଳ ଜନନୀ ସାରା ଓଡିଶାରେ ଗାନ କରିବା ପାଇଁ ନିଷ୍ପତି ହୋଇଥିଲେ । ଏଥି ନିମନ୍ତେ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଜାତି, ଧର୍ମ, ବର୍ଣ୍ଣ ନିର୍ବିିଶେଷରେ ସମସ୍ତଙ୍କୁ ଏହି ଅଭିଯାନରେ ସାମିଲ ହେବା ପାଇଁ ଅନୁରୋଧ କରାଯାଇଥିଲା । ରାୟଗଡା ଜିଲ୍ଲାରେ ମଧ୍ୟ ବନେ୍ଦ ଉକ୍ରଳ ଜନନୀ ଗାନ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଠିକ୍ ୫.୩୦ ମିନିଟ୍ ସମୟରେ ବନେ୍ଦ ଉକ୍ରଳ ଜନନୀ ଗାନ କରାଯାଇଥିଲା । ବନେ୍ଦ ଉକ୍ରଳ ଜନନୀ ଗାନ ସମୟରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ତଥା ସଂଖ୍ୟାଲଘୁ ଏବଂ ପଛୁଆବର୍ଗ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ଏବଂ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ସାମାଜିକ ଦୂରତାକୁ ବଜାୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ଏସ.ପି ଡା. ଶ୍ରବଣା ବିବେକ ଏମଙ୍କ ଉପସ୍ଥିତିରେ ବନେ୍ଦ ଉକ୍ରଳ ଜନନୀ ଗାନ କରାଯାଇଥିଲା ।

ପୁଲିସ ବ୍ୟାଣ୍ଡ ବଜାଇ କୋରନା ଯୋଦ୍ଧାଙ୍କୁ ଉତ୍ସାହିତ କରିଥିଲେ । ସେହପରି ମୁଖ୍ୟ ଚିକିତ୍ସାଳୟରେ ସିଡ଼ିଏମ ଡ଼ଃ ଆର୍ତ୍ତବନ୍ଧୁ ନାୟକଙ୍କ ଉପସ୍ଥିତିରେ ସମସ୍ତ ଡ଼ାକ୍ତର, ନୋର୍ସ ଏବଂ ଚିକିତ୍ସାଳୟର ସଫେଇ କର୍ମଚାରୀ ବନେ୍ଦ ଉକ୍ରଳ ଜନନୀ ଗାନ କରାଯାଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣଥିଲା ଗୁଣ୍ଡିଚା ମନ୍ଦିର ଛକ ସେଠାରେ ଏସଡ଼ିପିଓ ତପନ ନାରାୟଣ ରଥଙ୍କ ଉପସ୍ଥିତିରେ ପୋଲିସ କର୍ମଚାରୀ, ଟ୍ରାଫିକ ପୋଲିସ, ଡ଼ାକ୍ତର, ନୋର୍ସ, ପୌରପରିଷଧର ସଫେଇ କର୍ମଚାର. ସ୍ୱଚ୍ଚସାଥୀ ଏବଂ ସାଧାରଣ ଜନତା ଉପସ୍ଥିତିରେ ବନେ୍ଦ ଉକ୍ରଳ ଜନନୀ ଗାନ କରାଯାଇଥିଲା । ଜିଲ୍ଲା ବରିଷ୍ଠ ନାଗରିକ ମଙ୍ଗଳ ସଂଘ ତରଫରୁ ମଧ୍ୟ କୋଭିଡ ଯୋଦ୍ଧାଙ୍କ ଉଦେଶ୍ୟରେ ବନେ୍ଦ ଉକ୍ରଳ ଜନନୀ ଗୀତ ଗାନ କରାଯାଇଥିଲା । ସଂଘର ସଭାପତି ବିନୋଦ ପଣ୍ଡା, ଉପଦେଷ୍ଟା ନରସିଂହ ନାଥ ପାଢୀଙ୍କ ସମେତ ୩୦ରୁ ଉଦ୍ଧ୍ୱର୍ ସଦସ୍ୟ ଉପସ୍ଥିତ ଥିଲେ ।

ଗଜପତି ଛକ ଠାରେ ବିଜୁ ଜନତା ଦଳ ତରଫରୁ କୋଭିଡ ଯୋଦ୍ଧାଙ୍କ ଉଦେଶ୍ୟରେ ଓଡିଶାର ଜାତୀୟ ସଙ୍ଗୀତ ବନେ୍ଦ ଉକ୍ରଳ ଜନନୀ ଗାନ କରାଯାଇଥିଲା । ବିଜେଡି ଜିଲ୍ଲା ସଭାପତି ସୁଧୀର ଦାସ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହମିରିକା, ବାନାଗାଡି ତ୍ରିପତି, ନିରଂଜନ ବକ୍ସିପାତ୍ର, ସୁଜାତା ପାଳ, ଅନୁସୟା ମାଝି ପ୍ରମୁଖ ଉପସ୍ଥିତ ଥିଲେ । କୋରପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଘରେ ରହି ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଥିଲେ । ନିଜ ଧର୍ମପତ୍ନୀଙ୍କ ସହ ବନେ୍ଦ ଉକ୍ରଳ ଜନନୀ ଗାନ କରିଥିଲେ । ସେହିପରି ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟଳୟରେ ଉପଦେଷ୍ଟା ବାଦଲ କୁମାର ତା ଙ୍କ ଅଧ୍ୟକ୍ଷତାରେ ବନେ୍ଦ ଉକ୍ରଳ ଜନନୀ ଗାନ କରାଯାଇଥିଲା , ଓକିଲ ସଂଘ, ସହରର ବିଭିନ୍ନ ଅନୁଷ୍ଠାନ, ଗଳି କନ୍ଦିରେ ଆଜି ବନେ୍ଦ ଉକ୍ରଳ ଜନନୀ ଗୀତ କମ୍ପି ଉଠିଥିଲା । ଯାହା ଥିଲା କୋଭିଡା ଯୋଦ୍ଧାଙ୍କ ନିମନ୍ତେ ରାୟଗଡାବାସୀଙ୍କ ତରଫରୁ ଏକ ହୃଦୟଭରା ଉପହାର ।

Nalco

Leave A Reply