Odisha news

କ୍ବାରେଣ୍ଟାଇନ କେନ୍ଦ୍ରରେ ବନ୍ଦେ ଉତ୍କଳ ଜନନୀ ଗୀତ ଗାଇ କରେନା ଯୋଧ୍ୟାଙ୍କୁ ଉତ୍ସାହିତ କଲେ ପ୍ରବାସୀ ଓଡ଼ିଆ

0
ଗୋପ-ରାଜ୍ୟରେ ବିଭିନ୍ନ ସମୟରେ ସଂଘରୋଧ କେନ୍ଦ୍ରରେ ଖାଦ୍ୟପେୟ ଫୋପାଡ଼ିବା ଠାରୁ ଆରମ୍ଭ କରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଜି ସଚେତନତାର ବାର୍ତା ଦେଇଛନ୍ତି ସଂଘରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆ।କରେନା ମୁକାବିଲା ଲାଗି କେନ୍ଦ୍ର ଠାରୁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି ।କରନା ଯୁଦ୍ଧରେ ପ୍ରମୁଖ ଯୋଧ୍ୟା ସାଜିଥିବା ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ,ଅଙ୍ଗନବାଡ଼ି କର୍ମୀ,ଅସାକର୍ମୀ,ମିଡ଼ିଆ,ପୋଲିସ,ସଫେଇକର୍ମଚାରି ସମେତ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ।ସେମାନଙ୍କୁ ସଂମାନ ଓସେମାନଙ୍କ ମନବଳ ବୃଦ୍ଧି କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ଭିଡିଓ ବାର୍ତା ମାଧ୍ୟମରେ ସୂଚନା ଦେବା ପରେ ।ବିଭିନ୍ନ ସ୍ଥାନରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିବା ବେଳେ  ।
ପୁରୀ ଜିଲା ଗୋପ ବ୍ଲକ ବଉଲାଙ୍ଗ ପଞ୍ଚୟତ ବାଲିଆ ବିଦ୍ୟାପୀଠ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସି ଓଡ଼ିଆ ମାନେ କରନା ଯୋଧ୍ୟା ମାନଙ୍କୁ ସଂମାନ ଜଣାଇ ସାମାଜିକ ଦୂରତ୍ୱ ରକ୍ଷାକରି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଛନ୍ତି ।ସରପଞ୍ଚ କମଳାକାନ୍ତ କୁଅଁର ପ୍ରବାସୀ ଓଡ଼ିଆ ମାନଙ୍କୁ ଉତ୍ସାହିତ କରିଥିବା ବେଳେ ନିର୍ଧାରିତ ସମୟସୀମା ମଧ୍ୟରେ ସଙ୍ଗୀତ ଗାନ କରାଯାଇଛି ।ଓଡ଼ିଶାର ବିଭିନ୍ନ ଅବ୍ୟବ୍ୟସ୍ଥା କୁ ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ।ପ୍ରବାସୀ ଓଡ଼ିଆ ମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନକରି  କରେନା ଯୋଧ୍ୟାକୁ ଉସାହିତ କରିଛନ୍ତି ।ସେହି ଭଳି ଗୋପ ବ୍ଲକ କାର୍ଯ୍ୟାଳୟ ପରିସରରେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଡିଓ ଦୀପ୍ତିରଣୀ ଦାଶ, ତହସିଲିଦାରଙ୍କ ସହ ସମସ୍ତ କର୍ମଚାରୀ ମାନେ ସଙ୍ଗୀତ ଗାନ କରିଥିଲେ।
Har Ghar Tiranga

Leave A Reply