Odisha news

ରାୟଗଡ଼ାରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର ଲୋକାର୍ପିତ କଲେ ଜିଲ୍ଲାପାଳ

0
ରାୟଗଡା-୧୩/୪୧୦୦ଶଯ୍ୟା ବିଶିଷ୍ଟ କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର ଲୋକାର୍ପିତ କଲେ ଜିଲ୍ଲାପାଳ।  କରୋନା ଆକ୍ରାନ୍ତ ଏବଂ ସେମାନଙ୍କ ଉତ୍ତମ ଚିକିତ୍ସା ସକାଶେ ରାୟଗଡା ଜିଲ୍ଲା ଜେକେପୁର ସ୍ଥିତି ଇଏସଆଇ ଚିକିତ୍ସାଳୟ ପରିସରରେ କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର ଆଜି ଲୋକାର୍ପିତ ହୋଇଯାଇଛି। ଜିଲାପାଳ ପ୍ରମୋଦ କୁମାର ବହେରା ଏହାକୁ ଉଦଘାଟନ କରିବା ସହ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ କ୍ରମେ ପ୍ରତି ଜିଲ୍ଲାରେ  କୋଭିଡ ଚିକିତ୍ସାଳୟ କରିବା ପାଇଁ କହିଥିଲେ। ତାହା ଆଜି ଆମ ଜିଲ୍ଲାରେ କାର୍ଯ୍ଯକାରୀ ହୋଇଛି। କୋଭିଡ  ଲକ୍ଷଣ ବା ଆକ୍ରାନ୍ତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାରେ ସହାୟତା ହେବା ସହ ଏଠାରୁ ନମୁନା ସଂଗ୍ରହ କରି ପଠାଯିବ। ଏଠାରେ କେବଳ ରୋଗୀଙ୍କୁ ଓସିଜେନ  ସୁବିଧା ଯୋଗାଇ ଦେବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ  ସୁବିଧା ଦିଆଯିବ। କିନ୍ତୁ ଏଠାରେ ଆଇସିୟୁ ସୁବିଧା ଉପଲବ୍ଧ ନାହିଁ। ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ୧୫ଜଣ ଡ଼ାକ୍ତର , ୩୬ଜଣ ଷ୍ଟାଫ ନର୍ସ , ୯ଜଣ ଫାର୍ମାସିଷ୍ଟ ଏବଂ ୧୮ଜଣ ସଫେଇ କର୍ମଚାରୀ ରହିଥିବା ବେଳେ ସମସ୍ତ କର୍ମଚାରୀ ତିନୋଟି ପର୍ଯ୍ଯାୟରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏଥିସହ ପ୍ରତି ୧୪ଦିନରେ ପରେ ଡ଼ାକ୍ତର ଏବଂ କର୍ମଚାରୀ ମାନଙ୍କୁ ସହରର କୌଣସି ଏକ ହୋଟେଲରେ  ରହିବା ବ୍ୟବସ୍ଥା କରାଯିବ। ଜିଲ୍ଲାରେ କୌଣସି ପ୍ରକାର କୋରନା ଜନିତ ଅସୁବିଧାର ସମ୍ମୁଖୀନର ପ୍ରତିକାର କରିବା ପାଇଁ ସଦା ପ୍ରସ୍ତୁତ ଅଛୁ ବୋଲି ଜିଲ୍ଲାପାଳ କହିଛନ୍ତି। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ଚିକିତ୍ସାଳୟରେ ଏକାଥରେ ୧୦୦ଜଣେ ଚିକିତ୍ସିତ ହୋଇପାରିବେ। ସମସ୍ତ ଉପକରଣ ଏବଂ ଅତ୍ୟାଧୁନିକ ଯନ୍ତ୍ରାଶଂ ରାଜ୍ୟ ସରକାର ଯୋଗାଇଦେଇଥିବା  ମଧ୍ୟ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଚିକିତ୍ସା ଅଧିକାରୀ ଆର୍ତ୍ତବନ୍ଧୁ ନାୟକ, ଆରକ୍ଷୀ ଅଧିକ୍ଷକ ଡ଼ଃ ଶ୍ରବଣ ବିବେକ ଏମ,ପିଡି ଡିଆରଡିଏ ଅମ୍ରିତ ରୁତୁରାଜ, ପିଏ ଆଇଟିଡିଏ ଟୁଟୁ ବାରିକ , ଏବଂ  ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
Leave A Reply