ରାଜ୍ୟ ଔଷଧ ନିଗମର ଅଧ୍ୟକ୍ଷା ଶ୍ରୀମତୀ ଯାମିନୀ ଷଡ଼ଙ୍ଗୀ :କରୋନା ମୁକାବିଲା ଲାଗି ଓଡ଼ିଶାରେ ୫ ମାସ ପାଇଁ ମହଜୁଦ ଅଛି ଅତ୍ୟାବଶ୍ୟକ ଔଷଧ
ଭୁବନେଶ୍ୱର: କୋଭିଡ ୨୯କୁ ମୁକାବିଲା କରିବାକୁ ରାଜ୍ୟରେ ଥିବା ମେଡିକାଲମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ଔଷଧ ଓ ମେଡିକାଲ ଉପକରଣ ପହଂଚାଇବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି | ଓଡିଶା ରାଜ୍ୟ ଔଷଧ ନିଗମର ଅଧ୍ୟକ୍ଷା ଶ୍ରୀମତୀ ଯାମିନୀ ଷଡ଼ଙ୍ଗୀ ନିଗମ ପକ୍ଷରୁ କଣ କଣ ପଦକ୍ଷେପ ନିଆଯାଇଛି ସେ ବାବଦରେ ବିସ୍ତୃତ ସୂଚନା ଦେଇଛନ୍ତି | ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ କୋଭିଡ ୨୯କୁ ମୁକାବିଲା କରିବା ପାଇଁ ଜାନୁୟାରୀ ମାସରୁ ପଦକ୍ଷେପ ନେବା ଆରମ୍ଭ ହୋଇଥିଲା | କରୋନା ଟେଷ୍ଟିଙ୍ଗ ପାଇଁ ଆର୍ଟିପିସିଆର ମେସିନ, ବାଓସେଫଟି କ୍ୟାବିନେଟ, ବିଏସଏଲ୨ ପ୍ଲସ ଲାବ ଅଣାଯାଇଛି |
ସେହିପରି ବର୍ତ୍ତମାନ ଆଇସିୟୁ ଭେଣ୍ଟିଲେଟର ୨୯୯ଟି କାର୍ଯ୍ୟକ୍ଷମ ଥିବାବେଳେ ୪୨୪ଟି ଅର୍ଡର ଦିଆଯାଇଥିଲା, ଯେଉଁଥିରୁ ୫୭ଟି ପହଞ୍ଚିସାରିଛି | ଆସନ୍ତା ୬ ସପ୍ତାହ ଭିତରେ ଅନ୍ୟ ଅର୍ଡ଼ରଗୁଡିକ ମିଳିଯିବ | ଅକ୍ସିଜେନ କନସେନଟ୍ରଟର୍ସ ୧୦୦୪ଟି କାର୍ଯ୍ୟକ୍ଷମ ଥିବାବେଳେ ୧୦ ହଜାରଟି ଅର୍ଡର ଦିଆଯାଇଛି, ଏଥିରୁ ୫୮୬ଟି ପହଞ୍ଚିସାରିଛି | ନେବୁଲାଇଜର ୭୭୦୦ଟି ଅର୍ଡର ଦିଆଯାଇଥିବାବେଳେ ୭୨୦୦ଟି ପହଞ୍ଚିସାରିଛି | ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ ଯାହାକୁ ଆଇସିୟୁ ଆବଶ୍ୟକ ନାହିଁ କିନ୍ତୁ ଅକ୍ସିଜେନ ଆବଶ୍ୟକ ଅଛି ସେମାନଙ୍କ ପାଇଁ ଅକ୍ସିଜେନ କନସେନଟ୍ରଟର୍ସ ଓ ନେବୁଲାଇଜର ଆବଶ୍ୟକ |
ସେହିପରି ରାଜ୍ୟରେ ୫ ମାସ ପାଇଁ ଅତ୍ୟାବଶ୍ୟକ ଔଷଧ ମହଜୁଦ ଥିବାର ସୂଚନା ଦେଇଛନ୍ତି | ତେବେ ଅତିରିକ୍ତ ୪ ମାସର ଔଷଧ ମହଜୁଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବାରୁ ମେ ମାସ ସୁଦ୍ଧା ଔଷଧ ଆଣି ରଖାଯିବ ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି |