ରାୟଗଡା-ଡ୍ରାଇଭରକୁ ଗଳାକାଟି ହତ୍ୟା କରାଯାଇଥିବା ଭଳି ଅଭାବନିୟ ଘଟଣା ଘଟିଯାଇଛି ରାୟଗଡା ଜିଲ୍ଲା ଟିକିରିଥାନା ନଟରାଜ ପେଟ୍ରଲ ପମ୍ପ ସମ୍ମୁଖରେ। ସୂଚନା ଅନୁଯାୟୀ ମଙ୍ଗଳବାର ମଧ୍ୟାହ୍ନରେ ଏକ ଟ୍ରକ ଓଆର ୦୭ ଡବ୍ଲ୍ୟୁ- ୦୯୫୫ ରାଉରକେଲା ଠାରୁ ଟିକିରି ସ୍ଥିତ ଉତ୍କଳ ଆଲୁମିନା କମ୍ପାନୀକୁ ଲୁହା ବୋଝେଇ ନେଇ ଆସୁଥିଲା।ଟିକିରି ପହଞ୍ଚିବା ପରେ ନଟରାଜ ପେଟ୍ରଲ ପମ୍ପ ସମ୍ମୁଖରେ ଅଟକି ରହିଥିଲା।ତେବେ ଗତକାଲି ମଧ୍ୟାହ୍ନ ପର୍ଯ୍ୟନ୍ତ ଦୀର୍ଘ ସମୟ ଗାଡିଟି ଅଟକି ରହିଥିବାରୁ ସ୍ଥାନୀୟ ଲୋକେ ଯାଇ ଗାଡ଼ିର କବାଟ ବାଡେଇଥିଲେ ।
ଉତ୍ତର ନ ମିଳିବାରୁ ଉପରକୁ ଉଠି ଦେଖିବା ବେଳେ ଡ୍ରାଇଭରର ରକ୍ତ ଜୁଡୁବୁଡୁ ଶବ ଦେଖିବାକୁ ପାଇଥିଲେ। ଏନେଇ ପୋଲିସକୁ ଖବର ଦେବାପରେ ଘଟଣା ସ୍ଥଳରେ ପୋଲିସ,ସାଇଣ୍ଟିଫିକ ଟିମ ସହ ଡଗ ସ୍ବାର୍ଡ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ପ୍ରାଥମିକ ତଦନ୍ତରୁ ଡ୍ରାଇଭର ଜଣକ ଆସ୍କାର ସୁରେନ୍ଦ୍ରନାଥ ପାତ୍ର ବୋଲି ଜଣାପଡିଥିବା ବେଳେ ବ୍ୟବହୃତ ଛୁରୀ ଜବତ ହୋଇଛି।
ଏନେଇ ଡ୍ରାଇଭରଙ୍କ ପରିବାରକୁ ଖବର ଦିଆ ଯାଇଛି।ତେବେ ଟ୍ରକର ହେଲ୍ପର ଫାରାର ହୋଇଥିବାରୁ ହେଲ୍ପରକୁ ଧରିବାକୁ ପଲିସ ଉଦ୍ୟମ ଜାରି ରହିଥିବା ବେଳେ ବିଳମ୍ବିତ ରାତିରେ ହେଲ୍ପର ଆତ୍ମ ସମର୍ପଣ କରିଥିବା ଜଣା ପଡ଼ିଛି। ଅନ୍ୟପଟେ ପରିବାର ବର୍ଗ ପହଞ୍ଚି ଶବକୁ ଚିହ୍ନଟ କରିବାପରେ ଶବ ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରାଯିବା ସହ ଖୁବ ଶୀଘ୍ର ସମସ୍ତ ଘଟଣା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ଟିକିଟି ଥାନା ଅଧିକାରୀ ସୁଜ୍ଞାନୀ ସାହୁ ।