ବୋରିଗୁମ୍ମା- ବୋରିଗୁମ୍ମା ପଞ୍ଚାୟତ ସମିତି ଅନ୍ତର୍ଗତ ତରଭଟ୍ଟା ସ୍ଥିତ କିଶୋର ଚନ୍ଦ୍ର ଡିଗ୍ରୀ ମହାବିଦ୍ୟାଳୟ ର ଦୁଇ ଛାତ୍ର ବାଙ୍ଗାଲୋର ସ୍ଥିତ ଆୟୁର୍ବେଦିକ ବିଜ୍ଞାନ ଓ ଚିକିତ୍ସା ମହାବିଦ୍ୟାଳୟ ଠାରେ ଏନ ଏସ ଏସ ଜାତୀୟ ସ୍ତରୀୟ ଜାତୀୟ ସଂହତି ଶିବିରରେ ଯୋଗ ଦେଇଛନ୍ତି। ସେମାନେ ହେଲେ ଯୁକ୍ତ ତିନି ପ୍ରଥମ ବର୍ଷ ର ଛାତ୍ର ଶିବ ଶଙ୍କର ହୋତା ଓ ଯୁକ୍ତ ତିନି ଦ୍ଵିତୀୟ ବର୍ଷ ର ଛାତ୍ର ହରିହର ଗଦାବା।
ଏହି ଶିବିରରେ ଯୋଗ ଦେବା ପାଇଁ ଓଡ଼ିଶାର ୧୨ ଜଣ ଛାତ୍ରଛାତ୍ରୀ ମୋନାନୀତ ହୋଇଥିବା ବେଳେ କୋରାପୁଟ ଜିଲ୍ଲାର ପାଞ୍ଚ ଜଣ ରହିଛନ୍ତି।।ବାଙ୍ଗାଲୋର ରେ ଏହି ଶିବିର ଫେବୃଆରୀ ୨୪ ତାରିଖ ରୁ ଆରମ୍ଭ ହୋଇ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଜାତୀୟ ସଂହତି ଶିବିରରେ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ଶିକ୍ଷା ଦିଆଯିବ।
ରାୟଗଡା ମହିଳା ମହାବିଦ୍ୟାଳୟ ର ଅଧ୍ୟାପିକା ଅର୍ଚ୍ଚନା ପଟନାୟକ ଙ୍କ ନେତୃତ୍ୱରେ ଓଡ଼ିଶାର ୧୧ ଜଣ ଛାତ୍ରଛାତ୍ରୀ ଉକ୍ତ ଶିବିରରେ ଯୋଗ ଦେଇଛନ୍ତି। କିଶୋର ଚନ୍ଦ୍ର ଡିଗ୍ରୀ ମହାବିଦ୍ୟାଳୟ ତ ଅଧ୍ୟକ୍ଷ ବିଜୟ ମହାପାତ୍ର, କାର୍ଯ୍ୟକ୍ରମ ଅଧିକାରୀ ସରୋଜ କୁମାର ପ୍ରହରାଜ, ସ୍ନେହଲତା ଦାସ, ତପସ୍ୱିନୀ ସାହୁ, ନରହରି ହରିଜନ ପ୍ରମୁଖ ଦୁଇ ଛାତ୍ର ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିବା ସଙ୍ଗେ ସଙ୍ଗେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ କୋରାପୁଟ ଜିଲ୍ଲା ଏନ ଏସ ଏସ ଅଧିକାରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।