Odisha news

ବ୍ଲକର ସୁନାମୀ ଟାଓ୍ୱାରରୁ ତମ୍ବା ପାତ ଚୋରୀ ଅଭିଯୋଗ

0

ବାସୁଦେବପୁର,: ଉପକୂଳ ଓଡିଶାର ବିପର୍ଯ୍ୟୟ ସମୟରେ ଧନ ଜୀବନ କ୍ଷୟ କ୍ଷତିକୁ ରୋକାବା ପାଇଁ ବାସୁଦେବପୁରୁ ବ୍ଲକର ଥିବା ପ୍ରାକ୍‍ ସୂଚନା ପ୍ରଦାନ ବ୍ୟବସ୍ଥା (ଆର୍ଲି ଓ୍ୱାର୍ଣ୍ଣିଙ୍ଗ୍‍ ଡିସ୍‍ମିସେନ ସିଷ୍ଟମ) ଟାଓ୍ୱାର ମଧ୍ୟରୁ ବିରାଟକାୟ ତମ୍ବା ପାତ ଚୋରୀ ହୋଇଥିବାର ବାସୁଦେବପୁର ଥାନାରେ ଅଭିଯୋଗ ହୋଇଛି । ଯାହାର ମୂଲ୍ୟ ୮୮ ହଜାର ଟଙ୍କା ହେବ ବୋଲି ଏତାଲାକରୀ ଶୀତଲ ପ୍ରସାଦ ସାମଲ ଜଣାଇଛନ୍ତି । ଓଡିଶା ସରକାରଙ୍କ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସହାୟତାରେ ନିର୍ମାଣ ହୋଇଥିବା ଏହି ଟାଓ୍ୱାର ଏଲ ଏଣ୍ଡ ଟି କମ୍ପାନୀକୁ ରକ୍ଷଣା ବେକ୍ଷଣ ଦାୟିତ୍ୱ ପ୍ରଦାନ କରାଯାଇଛି ।

ବିପର୍ଯ୍ୟୟ ସମୟରେ ପ୍ରାକ୍‍ ସୂଚନା ପ୍ରଦାନ ବ୍ୟବସ୍ଥାର ଏହି ଟାଓ୍ୱାର ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ସୂଚନା ପ୍ରଦାନ କରିବ । ବାସୁଦେବପୁର ବ୍ଲକ ପରିସରରେ ପ୍ରତିଷ୍ଠା ହୋଇଥିବା ଟାଓ୍ୱାରକୁ ବଜ୍ରପାତରୁ ରକ୍ଷା କରିବା ପାଇଁ ତମ୍ବା ପାତ ଲଗାଇ ଆରଥିଙ୍ଗ୍‍ କରାଯାଇଥିଲା । ଏହି ଟାଓ୍ୱାରରେ ୮୮ ମିଟର ତମ୍ବା ପାତ ଲାଗିଥିଲା । ଗତ କିଛି ଦିନ ତଳେ ଦୁଇ ଜଣ ଲୋକ ଫୋରସେଣ୍ଟ ଡ୍ରେସ ପିନ୍ଧି ଟାଓ୍ୱାର ଉପରକୁ ଚଢି ତମ୍ବା ପାତ କାଟି ନେଇଥିଲେ ବୋଲି କ୍ଲକରେ ବୁଲୁଥିବା କିଛି ଲୋକ କହୁଥିବାର ଶୁଣିବାକୁ ମିଳିଥିଲା । ଯାହାର ମୂଲ୍ୟ ୮୮ ହଜାର ଟଙ୍କା ହେବ ବୋଲି ଏଲ ଏଣ୍ଡ ଟିର ଜିଲ୍ଲା ଭାରପ୍ରାପ୍ତ ଅଧିକାରୀ ଶୀତଲ ପ୍ରସାଦ ସାମଲ ଲିଖିତ ଭାବେ ବାସୁଦେବପୁର ବିଡିଓ ପ୍ରଣବ କୁମାର ବେହେରାଙ୍କୁ ଜଣାଇବା ସହିତ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଏଠାରେ ପ୍ରଶ୍ନ ଉଠୁଛି ସାଧାରଣ ଲୋକ ଟାଓ୍ୱାର ବିଷୟରେ କିଛି ଜାଣିବା ସମ୍ଭବ ନୁହେଁ । ସ୍ପଷ୍ଟ ଦିବା ଲୋକରେ ସମସ୍ତଙ୍କୁ ଚକ୍‍ମା ଦେଖା ସାହସର ସହିତ ଚଢି ତମ୍ବା ପାତ କାଟି ନେବା ଛୋଟ ଘଟଣା ନୁହେଁ । କିଏ ଏହି କର୍ମଚାରୀ । ସାହାସର ସହ କାଟି ଚମ୍ପଟ ମାରିଥିଲେ । ଏହା ଏହି ଟାଓ୍ୱାର ସହିତ ଜଡିତ ଥିବା କିଛି କର୍ମଚାରୀଙ୍କ କାର୍ଯ୍ୟ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି । ନଚେତ୍‍ ବାହାର ଲୋକ ଦିନରେ ଟାଓ୍ୱାରରେ ଚଢି ନେବାକୁ ସାହାସ କରିପାରିବେ ନାହିଁ । ଏସମ୍ପର୍କରେ ବିଡିଓ ପ୍ରଣବ କୁମାର ବେହେରାଙ୍କୁ ଆମ ପ୍ରତିନିଧି ଯୋଗାଯୋଗ କରିବାରୁ ସେ କହିଥିଲେ ଘଟଣା ସମ୍ପର୍କରେ ଏଲ ଏଣ୍ଡ ଟି କମ୍ପାନୀର କର୍ମଚାରୀଙ୍କ ଠାରୁ ଶୁଣିଲି । ବାସୁଦେବପୁର ଥାନରେ ଲିଖିତ ଅଭିଯୋଗ କରାଯାଇଛି ।

Leave A Reply