Odisha news

ଡାକ୍ତର ପ୍ରିତମଙ୍କୁ ସମ୍ବର୍ଦ୍ଧିତ କଲେ ମହାମହିମ ରାଜ୍ୟପାଳ

0

ପିପିଲ;-ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପିପିଲି ର ଡାକ୍ତର ଭାବେ କାର୍ଯ୍ୟରତ ପ୍ରିତମ ବାଗ୍ ନିଜର ପ୍ରତିଭା ପାଇଁ ରାଜ୍ୟପାଳଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଛନ୍ତି ।ସେ ଡାକ୍ତରଭାବେ ରୋଗୀଙ୍କ ସେବା କରିବା ଏବଂ ଡ୍ୟାନ୍ସ ଓ ମଡେଲିଙ୍ଗିରେ ଦେଶ ତଥା ବିଦେଶରୁ ଅନେକ ଗୁଡିଏ ପଦକ ହାସଲ କରିଛନ୍ତି । ସେହୀ ସୁନାମ ପ୍ରତିଭା ପାଇଁ ଓଡିଶାର ମହାମହିମ ରାଜ୍ୟପାଳ ଡଃ ପ୍ରଫେସର ଗଣେଶୀ ଲାଲ ନିଜ ବାସ ଭବନରେ ପି୍ରତମ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ଆର୍ନ୍ତଜାତିୟ ସ୍ତରରେ ନିଜର ପ୍ରତିଭା ପଦର୍ଶନ ପାଇଁ ରାଜ୍ୟପାଳ ସହଯୋଗ କରିବା ପାଇଁ ଜଣାଇଥିବା ଡାକ୍ତର ପ୍ରିତମ୍ କହିଛନ୍ତି । ପେସାରେ ଡାକ୍ତର ହୋଇଥିବାରୁ ଆଦିବାସୀ ଅଂଚଳରେ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଶିବିର ଦ୍ୱାରା ରୋଗୀ ସେବା ଯୋଗାଦେବା ପାଇଁ ମହାମହିମ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ପ୍ରକାଶ ଥାଉକି ନେପାଳସ୍ଥିତ ଚିତୁବାନ ଠାରେ ମଞ୍ଜରୀ ଗ୍ରୁପ ଦ୍ୱାରା ଆୟୋଜିତ ହୋଇଥିବା ମିଷ୍ଟର ଏସିଆ ୨୦୨୦ ପ୍ରତିଯୋଗିତାରେ ଭାଗନେଇ ଓଡିଶା ଏବଂ ଭାରତ ପାଇଁ ମିଷ୍ଟର ଏସିଆ ପିସ୍ ୨୦୨୦ ଏବଂ ମିଷ୍ଟର ଏସିଆ ସୋସିଆଲ ୨୦୨୦ ଟାଇଟାଲ ହାସଲ କରିଥିଲେ ।

ସେହୀପରି ମିଷ୍ଟର ପର୍ସନାଲଟିରେ ସ୍ୱର୍ଣ୍ଣପଦକ, ସୁନ୍ଦର କଷ୍ଟି୍ୟମ୍ ରେ ରନର୍ସଅପ ରେ ସିଲଭର ପଦକ ସହିତ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।ଏହି ପ୍ରତିଯୋଗିତାରେ ଡାକ୍ତର ପ୍ରିତମ ଓଡିଶାର ସମ୍ବଲପୁରୀ ଡ୍ରେସକୁ ପରିଧାନ କରିଥିଲେ ।ବିଶ୍ୱର ସାତଟି ଦେଶର ପ୍ରତିଯୋଗି ଏଥିରେ ଅଂଶ ଗ୍ରହଣ କରିଥିବା ବେଳେ ଭାରତରୁ ସମୁଦାୟ ୫ଜଣ ଏବଂ ପୁର୍ବଭାରତ ତଥା ଓଡିଶାରୁ ମାତ୍ର ଜଣେ ଡାକ୍ତର ପ୍ରିତମ୍ ଅଂଶ ଗ୍ରହଣ କରିଥିଲେ ।

Nalco
Leave A Reply