Odisha news

ମହାରଥି ବିଜେଡି ରାଜ୍ୟ କାର୍ଯ୍ୟକାରିଣୀକୁ ମନୋନୀତ

0

ପିପିଲି-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ସଭାପତି ଭାବେ ବୁଧବାର ଦିନ ୮ମଥର ପାଇଁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ କମିଟିକୁ ୮୦ଜଣ ମନୋନୀତ ହୋଇଛନ୍ତି ।ସେଥିରେ ଡେଲାଙ୍ଗ ପିପିଲି ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୁର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥିଙ୍କ ନାମ ସିରିଅଲ ୫୦ରେ ରହିଅଛି ।

ଏହି ଖବର ଘୋଷଣା ହେବାପରେ ଡେଲାଙ୍ଗ ପିପିଲି ବିଜେଡି କର୍ମିଙ୍କ ମନରେ ଆନନ୍ଦ ଉଲ୍ଲାସ ଦେଖାଯାଇଛି । ଏହି ଅବସରରେ ପିପିଲି ବ୍ଲକ ଅଧକ୍ଷା କଳ୍ପନା ସାମନ୍ତାରାୟ,ଡେଲାଙ୍ଗ ବ୍ଲକ ଅଧକ୍ଷ ପ୍ରଶନ୍ନ ସାହୁ , ବିଡେଡି ସଭାପତି ଡେଲାଙ୍ଗ ବ୍ଲକ ବୈରାଗୀ ଜେନା ,ଆତ୍ମା ଅଧକ୍ଷ ପିପିଲି ଧରଣୀଧର ସାହୁ,ଆଇନୀଜିବି ଶ୍ରୀଧର ପ୍ରଧାନ ପ୍ରମୁଖ ମହାରଥିଙ୍କୁ ସ୍ୱାଗତ କରିବା ସହିତ ବିଜେଡି ଦଳ ସୁପ୍ରିମୋ ନବୀନ ପଟ୍ଟାନୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply