Odisha news

ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କୁ ପାଠ ପଢ଼ାଇଲେ ଜିଲ୍ଲାପାଳ।

0
        ଛତ୍ରପୁର ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତ ସ୍ଥିତ ଶତ୍ରୁସୋଲ ଗ୍ରାମକୁ ଗ୍ରସ୍ତକରି ସେଠାରେ ରହିଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ାଇଥିବା ଦେଖିବାକୁ ମିଳିଛି। ପରିବେଶ କୁ ସରଶ ସୁନ୍ଦର କରିବା ନେଇ ବୃକ୍ଷ ରୋପଣ କରିବାକୁ ପରାମର୍ଶ ଦେବା ସହ ଅକ୍ଷର ସୁନ୍ଦର କରିବାନେଇ ଇଂରାଜୀହସ୍ତାକ୍ଷର ଡାକିବା ସହ ପାଠ ପଢ଼ାଇଥିଲେ।ଶ୍ରେଣୀଗୃହ ସଫାସୁତରା ରଖିବାକୁ ବିଦ୍ୟାର୍ଥୀ ମାନଙ୍କୁ ପରାମର୍ଶ ଦେଇଥିଲେ।
ତତ ସହିତ ସ୍କୁଲ ର ଲାଇବ୍ରେରୀ,ଖେଳ ପଡିଆ ଓ ଅଟୋରେ ଯିବା ଆସିବା କରୁଥିବା ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା ଓ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା କୁ ନେଇ ସ୍କୁଲ କାର୍ତ୍ୟୁପକ୍ଷ ଙ୍କ ସହ ଆଲୋଚନା କରିଥିଲେ।ଜିଲ୍ଲାପାଳ ଙ୍କ ଏପରି କାର୍ଯ୍ୟକୁ ଉଚ୍ଚ ପ୍ରସଂଶା କରାଯାଇଛି।
     ବିଡ଼ିଓ ଜ୍ୟୋତି ଶଙ୍କର ରାୟ,ସ୍କୁଲ ଅଧକ୍ଷ ପ୍ରମୋଦ କୁମାର ଓଝା,ସ୍କୁଲ ପ୍ରରିଚାଳନା କମିଟି ସଭାପତି ବାବୁଲି ପଲାଇ,ଗ୍ରାମ୍ୟ ସଭାପତି ବିକ୍ରମ ପଲାଇ ପ୍ରମୁଖ ଉପସ୍ଥିତ ଥିଲେ।
ଏଥି ସହିତ  ଶତ୍ରୁସୋଲ ଗ୍ରାମ କୁ ଯାଇ ରୁରାଲ ପାର୍କ ଓ ନିର୍ମାଣ ହୋଇଥିବା ଗାଈ ଗୁହାଳ ଦେଖି ଆସିଥଲେ।
Leave A Reply