Odisha news

ନକଲି ତେଲ କାରଖାନା ଠାବ କଲା ପୋଲିସ

0

ରାୟଗଡା ସହରସ୍ଥିତ ଗୌତମ ନଗର ପ୍ରଥମ ଗଳିରେ ଏକ ନକଲି ତେଳ କାରଖାନା ଠାବ ହୋଇଛି । ଗତ କିଛି ଦିନ ହେବ ଗୋଟାଏ ବେଆଇନ କାରବାର ଚାଲୁଥିବା ନେଇ ପୋଲିସକୁ ସନେ୍ଦହ ହୋଇଥିଲା । ଏ ନେଇ ଆଜି ରାୟଗଡା ପୋଲିସ ଏସ.ଆଇ ରିଗନ କିଣ୍ଡୋ ଏବଂ ପୋଲିସ ଟିମ ଚଢଉ କରିଥିଲେ । ଚଢାଉ ବେଳେ ବିପୁଳ ପରିମାଣରେ ଛୋଟ ଛୋଟ ପ୍ୟାକଟରେ ଗଛିତ ତେଲ ପ୍ୟାକେଟ ଠାବ ହୋଇଛି । ଏହି ଘଟଣାରେ ପୋଲିସ ଟି.ଦୁର୍ଗା ପ୍ରସାଦ ନାମକ ଜଣେ ବ୍ୟବସାୟୀକୁ ଥାନାରେ ଅଟକ ରଖିଛି । ସଂଗ୍ରହ କରାଯାଇଥିବା ତେଲ ନମୁନାକୁ ଭୂବନେଶ୍ୱର ପରୀକ୍ଷାଗାରକୁ ପଠାଯିବ । ଏଠାରେ ସୂଚନାଯୋଗ୍ୟ ଯେ ଗୌତମ ନଗର ପ୍ରଥମ ଗଳିରେ ଶ୍ରୀଦୁର୍ଗା ପେକର୍ସ ନାମରେ ଗୋଟିଏ କାରଖାନା ରହିଛି । ଏହି କାରଖାନାରେ ବିଭିନ୍ନ ପ୍ରକାର ଫଳରସରୁ ପ୍ରସ୍ତୁତ ଜୁସକୁ ପ୍ୟକିଙ୍ଗ କରି ବିକ୍ରୀ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି । କିନ୍ତୁ ବ୍ୟବସାୟୀ ଜଣକ ବଡ ବଡ ଟିଣ ଡବାରେ ଖାଇବା ତେଲ ଆଣି ଏଠାରେ ପ୍ରିୟାଶ୍ରୀ ବ୍ରାଣ୍ଡରେ ନିର୍ମାଣ ହୋଇଥିବା ଛୋଟ ଛୋଟ ପଲିଥିନରେ ତେଲ ଗୁଡିକ ପ୍ୟାକିଂ କରାଇ ବିକ୍ରୀ କରୁଥିଲେ । ତେବେ ଜବତ ହୋଇଥିବା ତେଲ ଗୁଡିକ ଖାଇବା ଯୋଗ୍ୟ କି ନୁହେଁ ତାହା ନମୁନା ରିପୋର୍ଟ ଆସିଲେ ଜଣାପଡିବ ବୋଲି ଜିଲ୍ଲା ଖାଦ୍ୟ ନିରୀକ୍ଷକ ଜିତେନ୍ଦ୍ର କୁମାର ମହନ୍ତ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ରାୟଗଡ଼ା ସହରରେ ଦିର୍ଘ ବର୍ଷ ହେବ ଖାଦ୍ୟ ନିରୀକ୍ଷକ ନାହାଁନ୍ତି ଯୋଦ୍ୱାରା ସହରରେ ଛତୁ ଫୁଟିଲାପରି ଫାଷ୍ଟଫୁଡ଼ ଦୋକାନ ଗୁଡ଼ିକ ଗଢି ଉଠୁଛି । କେବେ ଖାଦ୍ୟର ମାନ ନିରୀକ୍ଷଣ ହେଉନାହିଁ । ଜନ ସ୍ୱାସ୍ଥ୍ୟ ବିଭାଗ କାମଚଳାଇବା ପାଇଁ ପୋଡ଼ଶୀ ଜିଲାରୁ ମାସରେ ଦିନେ ଦୁଇଦିନ ପାଇଁ ଆଣି କାମ ଚଳାଇ ଦେଇଥାନ୍ତି । ଆଜି ଭଗବାନଙ୍କ ଆର୍ଶ୍ରୀବାଦରୁ ଏହି ନକଲି ତେଲ ଧରି ପୋଲିସ ଜନ ସ୍ୱାସ୍ଥ୍ୟ ବିଭାଗକୁ ଯିବାବେଳେ ଖାଦ୍ୟ ନିରୀକ୍ଷକ ମହନ୍ତବାବୁ ଉପସ୍ଥିତଥିଲେ । ତାଙ୍କୁ ପଚାରିବାରୁ କହିଲେ ଆମ ପାଖରେ ସମସ୍ତ ବ୍ୟବସ୍ତା ଯୋଗାଇ ଦେଲେ ଚିଶ୍ଚିତ ଅଚାନକ ଖାଦ୍ୟ ନିରୀକ୍ଷଣ କରିବୁ ବୋଲି ମନ୍ତବ୍ୟ ଦେଲେ ।

Leave A Reply