ଚଣ୍ଡିଖୋଲ/ଛତିଆ : ଦୁନିଆର ସର୍ବାଧିକ ଓ ଦୀର୍ଘତମ ପଥ ଅତିକ୍ରମ କରୁଥିବା ଯାଜପୁର ଜିଲ୍ଲା ଛତିଆର ପ୍ରଶିଦ୍ଧ ମହାପ୍ରଭୁଙ୍କ ବାହୁଡା ଯାତ୍ରା ମହାସମାରୋହରେ ସମ୍ପର୍ଣ୍ଣ ହୋଇଯାଇଛି! ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ବଡଘୁମୁରୀ ସ୍ଥିତ ମାଉସୀ ମା’ଙ୍କ ଘରୁ ତିନିରଥ ବାହାରି ସନ୍ଧ୍ୟାରେ ଛତିଆସ୍ଥିତ ମନ୍ଦିର ସମ୍ମୁଖରେ ପହଞ୍ଚି ଯାଇଥିଲା! ସମସ୍ତ ବର୍ଷ ରଥ ମାଉସୀଙ୍କ ଘରୁ ବାହାରି ଏଠାରେ ପହଞ୍ଚିବାରେ ବିଳମ୍ବ ହୋଇଥାଏ! କିନ୍ତୁ ଚଳିତ ବର୍ଷ ଏହା ଧାର୍ଯ୍ୟ ସମୟ ପୂର୍ବରୁ ପହଞ୍ଚି ଥିବାରୁ ଶ୍ରଦ୍ଧାଳୁ ମାନେ ରଥରେ ମହାପ୍ରଭୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବାକୁ ବହୁ ସମୟ ପାଇଥିଲେ! ତିନିରଥ ମାଉସୀ ମାଙ୍କ ଘରୁ ବାହାରିବା ପରେ ୧୬ ନମ୍ବର ଜାତୀୟ ରାଜପଥରେ ଦୀର୍ଘ ୧୧ କିମି ପଥ ଅତିକ୍ରମ କରିଥିଲା! ଶ୍ରଦ୍ଧାଳୁ ଓ ପୋଲିସ ବାହିନୀ ମିଳିତ ଭାବେ ରଥକୁ ଟାଣି ଆଣିଥିଲେ! ରଥଯାତ୍ରା ପାଇଁ ଜାତୀୟ ରାଜପଥର ଗୋଟିଏ ପଟକୁ ପ୍ରଶାସନ ପକ୍ଷରୁ ସିଲ କରିଦିଆଯାଇ ରଥଟଣା ସମ୍ପର୍ଣ୍ଣ କରାଯାଇଥିଲା! ସକାଳୁ ପ୍ରଥମେ ମନ୍ଦିର ଭିତରେ ନିତିକାନ୍ତି ଶେଷ ହେବା ପରେ ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡିରେ ଆସି ରଥାରୁଢ଼ ହୋଇଥିଲେ! ସକାଳ ପ୍ରାୟ ୧୦ଟା ଠାରୁ ଜାତୀୟ ରାଜପଥରେ ତିନି ରଥ ଟଣା କାର୍ଯକ୍ରମ ଆରମ୍ଭ ହୋଇଥିଲା! ଛତିଆର ଏହି ରଥଦାଣ୍ଡ ଏସିଆ ମହାଦେଶର ସବୁଠାରୁ ଦୀର୍ଘତମ ରଥଦାଣ୍ଡ ଭାବେ ପ୍ରଶିଦ୍ଧ! ଭକ୍ତମାନେ ତିନିରଥକୁ ୧୧ କିଲୋ ମିଟର ଧରି ଟାଣିନେବା ଦୃଶ୍ୟ ସମସ୍ତଙ୍କୁ ଅଭିଭୁତ କରିଥିଲା! ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଦର୍ପଣ ତହସିଲଦାର ମାନସକୁମାର ତ୍ରିପାଠୀ,ଅତିରିକ୍ତ ତହସିଲଦାର ନିରଞ୍ଜନ ଗୁରୁ,ଗଗନ ବିହାରୀ ଦାଶ,ବୈରୀ ଥାନା ଅଧିକାରୀ ପ୍ରଦୀପ୍ତ କୁମାର କାନୁନଗୋଙ୍କ ସହ ବହୁ ସରକାରୀ ଅଧିକାରୀ ମାନେ ରଥଟଣା ଶେଷ ପର୍ଯ୍ୟନ୍ତ ଉପସ୍ଥିତ ଥିଲେ! ଶାନ୍ତି ସୃଙ୍ଖଳା ର ପକ୍ଷା ପାଇଁ ଏଠାରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା!
ସେହିପରି ଚଣ୍ଡିଖୋଲ ବଜାରରେ ମହାପ୍ରଭୁଙ୍କ ବାହୁଡାଯାତ୍ରା ମହାସମାରୋହରେ ଅନୁଷ୍ଟିତ ହୋଇଥିଲା! ଏଠାରେ ଚଣ୍ଡିଖୋଲ ସ୍ଥିତ ମାଉସୀ ମା’ଘରୁ ନିଶିମଳା ମନ୍ଦିରକୁ ରଥ ଟଣା ଯାଇଥିଲା! ଏଥିସହ ଯାଜପୁର ଜିଲ୍ଲାର ପ୍ରଶିଦ୍ଧ ଗଡଜାତ ମଧୁପୁରଗଡରେ ବାହୁଡାଯାତ୍ରା ଅନୁଷ୍ଟିତ ହୋଇଥିଲା! ଏଠାରେ ମଧୁପୁର ରାଣୀ ଅପର୍ଣ୍ଣା ଧୀରସିହ ଭରଦ୍ୱାଜ ଛେରାପହଁରା କରିବା ପରେ ରଥଟଣା ଯାଇଥିଲା! ତେବେ ଏଠାରେ ରଥଯାତ୍ରା ଦିନ ପରି ବାହୁଡା ଯାତ୍ରାରେ ଚଳିତ ବର୍ଷ ବହୁ ବିଳମ୍ବରେ ରଥଟଣା ଆରମ୍ଭ ହୋଇଥିଲା! ଏଠାରେ ଗୋଟିଏ ରଥରେ ତିନି ଠାକୁରଙ୍କୁ ବିଜେ କରାଯାଇ ଥିଲା ଓ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ରଥ ଟାଣିଥିଲେ! ଜେନାପୁର ଥାନା ପୋଲିସ ପକ୍ଷରୁ ଏଠାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲା!
