ପୁରୀ ବିଶ୍ୱପ୍ରସିଦ୍ଧ ଜଗନ୍ନାଥ ମହାପ୍ରଭୁଙ୍କ ଚମତ୍କାର ବିଷୟରେ ପ୍ରାୟ ସମସ୍ତେ ଜାଣିଛନ୍ତି l କିନ୍ତୁ ଖୁବ କମ ଲୋକ ଜାଣିଛନ୍ତି ଜଗନ୍ନାଥ ମନ୍ଦିର ଆକ୍ରମଣ ବିଷୟରେ l ପ୍ରତ୍ୟେକ ଥର ଆକ୍ରମଣ ପରେ ମନ୍ଦିରର ଚମତ୍କାର ଉପରେ କୌଣସି ପ୍ରଭାବ ପଡ଼ିନଥିଲା l ମନ୍ଦିରର ଇତିହାସ କୁ ନେଇ ଅଧ୍ୟୟନ କରିଥିବା ଗବେଷକ କହିଛନ୍ତି ଯେ ବାହ୍ୟ ଶତୃ ଆକ୍ରମଣ କାରଣରୁ ୧୪୪ ବର୍ଷ ପର୍ଯ୍ୟନ୍ତ ମହାପ୍ରଭୁ ଜଗନ୍ନlଥ ଙ୍କୁ ଦୁରେଇ ଅନ୍ୟତ୍ର ରକ୍ଷା ଯାଇଥିଲା l
* କିଏ ଓ କେବେ ଆକ୍ରମଣ କରିଥିଲେ –
– ଜଗନ୍ନାଥ ମନ୍ଦିର କୁ ନଷ୍ଟ କରିବା ପାଇଁ ପ୍ରଥମ ଆକ୍ରମଣ ୧୩୪୦ ରେ ବଙ୍ଗ ସୁଲତାନ ଇଲୀୟାସ ଶାହା କରିଥିଲେ, ସେହି ସମୟରେ ଓଡ଼ିଶାର ନାମ ଉତ୍କଳ ଥିଲା l ଉତ୍କଳ ର ନରେଶ ନରସିଂହ ଦେବ ତୃତୀୟ ଇଲିୟାସ ସାହା ସହିତ ଯୁଦ୍ଧ କରିଥିଲେ l ବଙ୍ଗ ସୁଲତାନ ଙ୍କ ସୈନିକ ମାନେ ମନ୍ଦିର ପରିସରରେ ବହୁ ରକ୍ତ ପ୍ରବାହିତ କରିଥିଲେ ଓ ଅନେକ ନିରୀହ ଲୋକଙ୍କୁ ମାରିଥିଲେ l କିନ୍ତୁ ରାଜା ନରସିଂହ ଦେବ ଙ୍କ ନେତୃତ୍ୱ ରେ ଜଗନ୍ନାଥ ଙ୍କ ମୂର୍ତି ରକ୍ଷା କରାଯାଇ ପାରିଥିଲା l
– ଏହାପରେ ୧୩୬୦ ରେ ଦିଲ୍ଲୀ ର ସୁଲତାନ ଫିରୋଜ ସାହ ତୁଗଲାକ ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ କରିଥିଲେ l
– ୧୫୦୯ ରେ ବଙ୍ଗ ସୁଲତାନ ଆଲାଉଦ୍ଧିନ ହୁସେନ ସାହା ର କମାଣ୍ଡର ଇସ୍ମାଇଲ ଗଞ୍ଜଇ ଆକ୍ରମଣ କରିଥିଲା l ସେହି ସମୟରେ ଓଡ଼ିଶାରେ ସୂର୍ଯ୍ୟବଂଶୀ ପ୍ରତାପ ରୁଦ୍ରଦେବ ଶାସନ କରୁଥିଲେ l ଆକ୍ରମଣ ସୂଚନା ପାଇବା ମାତ୍ରକେ ଦଇତାପତି ମାନେ ମହାପ୍ରଭୁ ଙ୍କୁ ଗଂଜାମ ଜିଲ୍ଲାର ଚିଲିକା ଦ୍ବୀପରେ ଲୁଚାଇ ଦେଇଥିଲେ l ପ୍ରତାପ ରୁଦ୍ରଦେବ ବଙ୍ଗ ସେନାଙ୍କୁ ହୁଗୁଳୀ ଠାରେ ପରାସ୍ତ କରିଥିଲେ ଓ ସେମାନେ ଯୁଦ୍ଧଭୂମୀ ଛାଡି ପଳାୟନ କରିଥିଲେ l
– ୧୫୬୮ ରେ ହୋଇଥିବା ଆକ୍ରମଣ ସବୁଠୁ ବଡ଼ ଆକ୍ରମଣ ଥିଲା l ଏହି ଆକ୍ରମଣ କଳାପାହାଡ଼ କରିଥିଲା l ଏହି ସମୟରେ ପୁନର୍ବାର ଜଗନ୍ନାଥ ଙ୍କୁ ଚିଲିକା ରେ ଲୁଚାଇ ଦିଆଯାଇ ଥିଲା l ଏହି ଆକ୍ରମଣ ରେ ଜଗନ୍ନାଥ ମନ୍ଦିରର ବାସ୍ତୁକଳା ଖୁବ ନଷ୍ଟ ହୋଇଥିଲା l ଏହି ଯୁଦ୍ଧପାରେ ଓଡିଶା ଇସ୍ଲାମିକ ସାମ୍ରାଜ୍ୟର ଅଧୀନରେ ରହିଥିଲା ଓ ରଥଯାତ୍ରା ବନ୍ଦ ରହିଥିଲା l
– ଏହାପରେ ୧୫୯୨ ରେ ଜଗନ୍ନାଥ ମନ୍ଦିର ଉପରେ ପୁନର୍ବାର ଆକ୍ରମଣ ହୋଇଥିଲା l ଏହି ଆକ୍ରମଣ ସୁଲତାନ ଇଶା ଙ୍କ ପୁଅ ଉସ୍ମାନ ଓ କୁଂଥୁ ଖାନ ଙ୍କ ପୁଅ ସୁଲେମାନ କରିଥିଲେ l ଲୋକଙ୍କୁ ନୃଶଂସ ଭାବରେ ମାରି ମୂର୍ତ୍ତି ମାନଙ୍କୁ ଅପବିତ୍ର କରିଥିଲେ l
– ୧୬୦୧ ରେ ବଙ୍ଗ ନବାବ ଇସ୍ଲାମ ଖାନ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ l ଏହି ସମୟରେ ପ୍ରଭୁଙ୍କୁ ଭର୍ଗର୍ବୀ ନଦୀ ଦେଇ କପିଳେଶ୍ୱର ରେ ଲୁଚାଇ ରଖାଯାଇଥିଲା l ଏହାପରେ ଓଡ଼ିଶାର ସୁବେଦାର ହସିମ ଖାନ ମନ୍ଦିର ଉପରେ ଆକ୍ରମଣ କରିଥିଲା ଓ ଏହି ସମୟରେ ମୂର୍ତି ଗୁଡିକୁ ୫୦ କିଲୋମିଟର ସ୍ଥିତ ଗୋପାଳ ମନ୍ଦିର ରେ ଲୁଚାଇ ଦିଆଯାଇ ଥିଲା l ଏହାପରେ ୧୬୦୮ ରେ ପୁନର୍ବାର ମୂର୍ତି ଗୁଡିକୁ ସ୍ଥାପନ କରାଯାଇ ଥିଲା l
– ମନ୍ଦିର ଉପରେ ଆକ୍ରମଣ ପୁନର୍ବାର ୧୬୧୧ ରେ ମୋଗଲ ବାଦଶାହା ଆକବର ଙ୍କ ନବରତ୍ନ ରେ ସାମିଲ ଥିବା ରାଜା ତୋଦରମଲ ଙ୍କ ପୁଅ ରାଜା କଲ୍ୟାଣ ମଲ କରିଥିଲେ l ଏହି ସମୟରେ ମୁର୍ତୀ ଗୁଡିକୁ ଲୁଚାଇ ଦିଆଯାଇ ଥିଲା l ଆଉଥରେ ପୁନର୍ବାର କଲ୍ୟାଣ ମଲ ଆକ୍ରମଣ କରି ମନ୍ଦିର କୁ ଲୁଟି ନେଇଥିଲା l
– ୧୬୧୭ ରେ ଦିଲ୍ଲୀ ବାଦଶାହ ଜାହାଙ୍ଗୀର ଙ୍କ ସେନାପତି ମୁକର୍ମ ଖାଁ ଆକ୍ରମଣ କରିଥିଲା l କିନ୍ତୁ ବିଶେଷ କ୍ଷୟକ୍ଷତି ହୋଇ ନଥିଲା l ୧୬୨୧ ରେ ଓଡ଼ିଶାର ମୋଗଲ ଗଭର୍ନର ମିର୍ଜା ଅହମଦ ବେଗ କରିଥିଲା l ମୋଗଲ ବାଦଶାହ ସାହାଜାହାନ ଙ୍କ ଓଡିଶା ଗସ୍ତ ସମୟରେ ମଧ୍ୟ ମୂର୍ତ୍ତିକୁ ଲୁଚାଇ ରଖାଯାଇ ଥିଲା l ଏହାପରେ ୧୬୪୧ ରେ ପୁନର୍ବାର ଆକ୍ରମଣ ହୋଇଥିଲା l
– ମୋଗଲ ବାଦଶାହ ଔରଙ୍ଗଜେବ ଙ୍କ ନିର୍ଦେଶ ରେ ୧୬୯୨ ରେ ଓଡିଶା ଉପରେ ଆକ୍ରମଣ ହୋଇଥିଲା l ଔରଙ୍ଗଜେବ ମନ୍ଦିର କୁ ଧ୍ବଂସ କରିବା ପାଇଁ ଆଦେଶ ଦେଇଥିଲା, ସେତେବେଳେ ଓଡିଶା ନବାବ ଇକରାମ ଖାଁ ଅଧୀନ ରେ ଥିଲା , ଯିଏ କି ମୋଗଲ ଶାସକ ଅଧୀନ ରେ ଥିଲା l ଇକରାମ ଖାଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରି ପ୍ରଭୁଙ୍କ ସୁନା ମକୁଟା ଲୁଟି ନେଇଥିଲା l ଏହି ସମୟରେ ପ୍ରଭୁଙ୍କ ମୂର୍ତି ମା ବିମଳାଙ୍କ ମନ୍ଦିର ରେ ଲୁଚାଇ ଦିଆଯାଇ ଥିଲା l
– ଶେଷଥର ପାଇଁ ଆକ୍ରମଣ ୧୬୯୯ ରେ ମହମ୍ମଦ ଟକି ଖାଁ କରିଥିଲା, ଏହାପରେ ସେ ୧୭୨୭ ରୁ ନେଇ ୧୭୩୪ ମଧ୍ୟରେ ଓଡ଼ିଶାର ନାୟାବ ସୁବେଦାର ଥିଲା l ଏହି ସମୟରେ ଶ୍ରୀମନ୍ଦିର ରେ ମୂର୍ତି ଙ୍କୁ ରଖାଯାଇ ନଥିଲା ଓ ପ୍ରଭୁଙ୍କ ରଥଯାତ୍ରା ମଧ୍ୟ ବନ୍ଦ ରହିଥିଲା l