ଇତିହାସ ଅନେକ କଥା ବସ୍ତୁକୁ ନେଇ ସୃଷ୍ଟି, ଯାହା ପୂର୍ବରୁ ଘଟିଯାଇଛି l ଆମେ କିନ୍ତୁ ଏହି ସମସ୍ତ କଥାକୁ ଜାଣିପାରି ନାହୁଁ l ସେ ଯାହାବି ହେଉନା କାହିଁକି ସେହି ଇତିହାସ ପୃଷ୍ଠାରେ ଶ୍ରୀଜଗନ୍ନାଥ ଙ୍କ କଥା ସର୍ବଦା ଗ୍ରହଣୀୟ ଅଟେ l ଆମେ ପିଲା ଦିନରୁ ପ୍ରାୟ ସମସ୍ତେ ଶୁଣିଛୁ ଗୋଟିଏ ପଦ୍ୟ ‘ ଆସିଲା କଳାପାହାଡ଼ ଭାଙ୍ଗିଲା ଲୁହାର ବାଡ଼, ପିଇଲା ମହାନଦୀ ପାଣି, ସୁବର୍ଣ୍ଣ ଥାଳିରେ ହେଡା ପରସିଲେ ମୁକୁନ୍ଦଦେବ ଙ୍କ ରାଣୀ ‘ l କିନ୍ତୁ କିଏ ଥିଲା ଏହି ପାହାଡ଼, ଯିଏ କି ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କ ମନ୍ଦିର କୁ ଆକ୍ରମଣ କରିଥିଲା ଓ ତାର କଣ ସମ୍ପର୍କ ଥିଲା ଶ୍ରୀଜଗନାଥ ଙ୍କ ସହିତ l କାହିଁକି ଏହି ସମୟରେ ଶ୍ରୀଜଗନ୍ନାଥ ଙ୍କୁ ଲୁଚାଇ ରଖା ଯାଇଥିଲା l
କଳାପାହାଡ଼ ର ପ୍ରକୃତ ନାମ ହେଲା ରାଜୀବ ଲୋଚନ ରାୟ ବହାଦୁର, ଯିଏକି ଜଣେ ବୈଷ୍ଣବ ବ୍ରାହ୍ମଣ ଥିଲେ l ସେ ଦେଖିବାକୁ ଖୁବ ଉଚ୍ଚ, ଶକ୍ତିଶାଳୀ ସିପାହୀ ଥିଲେ l ସେଥିପାଇଁ ତାଙ୍କ ନାମ ଥିଲା କଳାପାହାଡ଼ l କଳାପାହାଡ଼ ବଙ୍ଗ ସୁଲତାନ ସୁଲେମାନ କରାଣୀ ଙ୍କର ସିପାହୀ ମୁଖ୍ୟ ଭାବରେ ନିୟୋଜିତ ହୋଇଥିଲେ l ରାଜୀବ ଲୋଚନ ଜଣେ ବୀର ଯୋଦ୍ଧା ସହିତ ଖୁବ ସାହସୀ ମଧ୍ୟ ଥିଲେ l ଏହାଛଡା ସେ ମଧ୍ୟ ଜଣେ ଥିଲେ ଜଣେ ଖୁବ ସୁନ୍ଦର ବଂଶୀ ବାଦକ l ତାଙ୍କର ବଳିଷ୍ଠ ସୁନ୍ଦର ଚେହେରା ଓ ବଂଶୀ ସ୍ୱରରେ ଖୁବ ଆକୃଷ୍ଟ ହୋଇ ପଡ଼ିଥିଲେ ସୁଲେମାନ କରାଣୀ ଙ୍କ ପୁତ୍ରୀ ଗୁଲନlଜ l ତେଣୁ ସେ ରାଜୀବ ଲୋଚନ ରେ ଙ୍କୁ ବିବାହ କରିବାକୁ ଇଛା ପ୍ରକାଶ କରିଥିଲେ l ରାଜୀବ ଲୋଚନ ମଧ୍ୟ ଡୁଲାରୀ ବା ଗୁଲନାଜ ଙ୍କୁ ପତ୍ନୀ ଭାବରେ ପାଇବାକୁ ଇଛା କରିଥିଲେ l ଇତିହାସକାର ଙ୍କ ମତରେ ସୁଲତାନ ଇଛା କରିଥିଲେ ଯେ ଏହି ବୀରଯୋଦ୍ଧା ଙ୍କୁ ନିଜ ଜାତିରେ ମିଶାଇବେ , ତେଣୁ ସେ ନିଜ ପୁତ୍ରୀ ଙ୍କୁ ରାଜୀବଲୋଚନ କୁ ପ୍ରେମ କରିବାକୁ ବାଧ୍ୟ କରିଥିଲେ l ସେହି ସମୟରେ ଇସ୍ଲାମ ଧର୍ମଵିତ ମାନେ ନିଷ୍ପତି ନେଇଥିଲେ ଯେ ସେ ଯଦି ନିଜର ଧର୍ମ ପରିବର୍ତନ କରି ଇସ୍ଲାମ ଗ୍ରହଣ କରିବେ ତେବେ ଡୁଲାରୀ ଙ୍କୁ ବିବାହ କରିପାରିବେ l
ଏଠାରେ ଦୁଇଟି କଥା ଇତିହାସକାର ରଖିଛନ୍ତି ଗୋଟିଏ ହେଲା ଦୁଲାରୀ ବା ଗୁଲନାଜ ଙ୍କୁ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ଦିଆଯାଇ ନଥିଲା , ତେଣୁ ସେ ମୁସଲମାନ ଧର୍ମ ଗ୍ରହଣ କରି ହିଂସ୍ର ହୋଇଯାଇ ଥିଲେ l ଅନ୍ୟ କଥାଟି ହେଉଛି ଯେତେବେଳେ ସେ ବିବାହ ପରେ ପୁନର୍ବାର ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ଚାହିଁଲେ ତାଙ୍କୁ ଶ୍ରୀମନ୍ଦିରର ପୂଜକ ମାନେ ଗ୍ରହଣ କରି ନଥିଲେ ଏବଂ ଧର୍ମ ପରିବର୍ତନ କରିପାରିବେ ନାହିଁ ବୋଲି କହିଥିଲେ l
ତେଣୁ ସେ କ୍ଷୁବ୍ଧ ହୋଇ ନିଜର କ୍ରୋଧକୁ ଓଡ଼ିଶାର ୨ଟି ଧର୍ମପୀଠ ଉପରେ ଦେଖାଇଥିଲେ l ସେହି ଅପମାନର ପ୍ରତିଶୋଧ ନେବାପାଇଁ କଳାପାହାଡ଼ ପୁରୀ ମନ୍ଦିର ଉପରେ ଆକ୍ରମଣ କରିଥିଲା l ଏହାପରେ ଯେଉଁ କୋଣାର୍କ ମନ୍ଦିର ଏହି ଓଡ଼ିଆ ଜାତିର ଗର୍ବ ଓ ସନାତନ ଧର୍ମର ପ୍ରତୀକ ତାହାକୁ ମଧ୍ୟ ଧ୍ବଂସ କରିବାକୁ ଆଗେଇ ଥିଲା l ଏହାପରେ କଳାପାହାଡ଼ ଆସାମ ର କାମାକ୍ଷୀ ମନ୍ଦିର ଉପରେ ମଧ୍ୟ ଆକ୍ରମଣ କରି ଧ୍ୱସ୍ତବିଧ୍ୱସ୍ତ କରିଥିଲା l
ଥରେ ଧର୍ମ ପରିବର୍ତନ କଲାପରେ ସେ କାହିଁକି ନିଜ ଧର୍ମକୁ ଫେରି ଆସିବାର କାରଣ ହେଲା କଳାପାହାଡ଼ ପୂର୍ବରୁ ୨ଟି ହିନ୍ଦୁ ପତ୍ନୀଙ୍କୁ ବିବାହ କରିଥିଲା, ସେ ଦୁହିଁଙ୍କୁ ଖୁବ ଭଲ ପାଉଥିଲା ଓ ସେମାନେ ମଧ୍ୟ କଳାପାହାଡ଼ ଧର୍ମ ପରିବର୍ତନ କରିସାରି ପୁନର୍ବାର ବିବାହ କରିଥିଲେ ମଧ୍ୟ ତାକୁ ଖୁବ ଭଲ ପାଉଥିଲେ l କଳାପାହାଡ଼ ଦୁଲାରୀ କୁ ବିବାହ କରିବା ପରେ ନିଜର ପୂର୍ବ ପତ୍ନୀଙ୍କ ନିକଟକୁ ଆସିବାକୁ ଚାହିଁଥିଲା, କିନ୍ତୁ କଳାପାହାଡ଼ ର ନିଜ ଓ ତାର ସମାଜ ତାକୁ ସ୍ୱୀକାର କରିବାକୁ ଚାହିଁ ନଥିଲେ l ଅନେକ ବାଦବିବାଦ ପରେ ଗୋଟିଏ ନିଷ୍ପତି ନିଆଯାଇ ଥିଲା ଯେ କଳାପାହାଡ଼ ଯଦି ପୁନର୍ବାର ହିନ୍ଦୁ ଧର୍ମ ଗ୍ରହଣ କରିବ ତେବେ ସେ ନିଜର ସମାଜ ରେ ସାମିଲ ହୋଇ ପାରିବ l ତେଣୁ ତାକୁ ପୁରୀ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ରେ ନିଜର ଧର୍ମ ପରିବର୍ତନ କରିବାକୁ ପଡିବ l
ଏହାପରେ କଳାପାହାଡ଼ ପୁରୀ ଶ୍ରୀମନ୍ଦିର ଅଭିମୁଖେ ଆସିଥିଲା ଓ ପଣ୍ଡା ମାନଙ୍କୁ ଅନେକ ନିବେଦନ କରିଥିଲା, କିନ୍ତୁ କେହି ତା କଥା ଶୁଣି ନଥିଲେ l ୩ଦିନ ୩ରାତି ସେ ଶ୍ରୀମନ୍ଦିର ବାହାରେ ଅପେକ୍ଷା କରି ରହିଥିଲା l କିନ୍ତୁ ତାକୁ ଅପମାନିତ କରି ଫେରାଇଦିଆ ଯାଇଥିଲା l ଏହାପରେ ସେ ହତାଶ ହୋଇ ପୁନର୍ବାର ନିଜର ମୁସଲମାନ ଧର୍ମ କୁ ଫେରି ଯାଇଥିଲା l ଏହାପରେ ତାର ଘୃଣା ଭାବନା ହିନ୍ଦୁ ଧର୍ମ ପ୍ରତି ଆସିବାକୁ ଲାଗିଲା l ଏହାପରେ ସେ ନିଜର କ୍ରୋଧ କୁ ଆକ୍ରମଣ ଓ ଧ୍ବଂସ ମାଧ୍ୟମରେ ଦେଖାଇବାକୁ ଲାଗିଲା l
ସେତେବେଳେ ଓଡ଼ିଶାରେ ଶାସନ କରୁଥିଲେ ରାଜା ମୁକୁନ୍ଦଦେବ l ସେହି ସମୟରେ ରାଜା ମୁକୁନ୍ଦଦେବ ଉତ୍ତର ଭାରତର ରାଜନୀତି ସହିତ ମଧ୍ୟ ଯୋଡି ହୋଇ ଥିଲେ l ଏହାଥିଲା ରାଜା ମୁକୁନ୍ଦଦେବ ଙ୍କ ଜୀବନ ର ବହୁତ ବଡ଼ ଭୁଲ l ସେତେବେଳେ ଉତ୍ତର ଭାରତରେ ମୋଗଲ ଶାସକ ଆକବର ଙ୍କ ଶାସନ ଚାଲିଥିଲା ଓ ବଙ୍ଗରେ ଆଫଗାନ ଶାସନ ଥିଲା, ଯେଉଁଠି ଶାସନ କରୁଥିଲେ ସୁଲେମାନ କରାଣୀ l ସେତେବେଳେ ଜଣେ ଆଫଗାନି ଜୋଧା ଉବାହିମ ଖାଁ ମୋଗଲ ସହିତ ଯୁଦ୍ଧ କରି ବଙ୍ଗରେ ଆଶ୍ରୟ ନେବା ପାଇଁ ଆସିଥିଲେ l ତାଙ୍କୁ ବିଶ୍ୱାସ ନକରି ବଙ୍ଗ ଶାସକ ତଡି ଦେଇଥିଲେ l
ଏହାପରେ ଉବାହିମ ଖାଁ ଓଡିଶା ଆସି ମୁକୁନ୍ଦ ଦେବ ଙ୍କୁ ସାରଂ ଦେବାକୁ କହିଥିଲେ l ଏହାପରେ ମୁକୁନ୍ଦଦେବ ତାଙ୍କୁ ଶରଣ ଦେଇଥିଲେ l ଏହାକୁ ନେଇ ବଙ୍ଗର ଶାସକ ସୁଲେମାନ କରାଣୀ ଅସନ୍ତୁଷ୍ଟ ହୋଇଥିଲେ l ଆକବର ଙ୍କର ଖୁବ ଇଚ୍ଛା ଥିଲା ବଙ୍ଗ ବିଜୟ, ଏହା ସୁଲେମାନ କରାଣୀ ଜାଣି ପାରିଥିଲେ , ତେଣୁ ସେ ମୁକୁନ୍ଦଦେବ ଙ୍କ ଉପରେ ଖୁବ ଅସନ୍ତୁଷ୍ଟ ହୋଇଥିଲେ l ତେଣୁ ବଙ୍ଗ ଶାସକ ସୁଲେମାନ କରାଣୀ ନିଷ୍ପତି ନେଇଥିଲେ ଓଡିଶା ଆକ୍ରମଣ କରିବା ପାଇଁ l
କିଛିଦିନ ପରେ ଆକବର ଙ୍କର ଚିତୋର ଅଭିଯାନ ଆରମ୍ଭ ହୋଇଥିଲା, ଏଥିରେ ସମସ୍ତ ମୋଗଲ ଶକ୍ତି ଏକତ୍ରିତ ହେଲେ l କିନ୍ତୁ ଏହାର ସୁଯୋଗ ନେଇ ସୁଲେମାନ କରାଣୀ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଥିଲେ l ଏହି ଯୁଦ୍ଧରେ ସେ ନିଜ ପୁଅ ବୈଜାତ ସହିତ କଳାପାହାଡ଼ କୁ ଦାୟିତ୍ୱ ଦେଇଥିଲା ସୁଲତାନ ସୁଲେମାନ l ଆକ୍ରମଣ କଥା ଶୁଣି ମୋଗଲଙ୍କ ସାହାଯ୍ୟ ଲୋଡି ଥିଲେ ମୁକୁନ୍ଦଦେବ, କିନ୍ତୁ ମୋଗଲ କୌଣସି ପ୍ରକାର ସାହାଯ୍ୟ କରିପାରିବେନି ବୋଲି ମନାକରି ଥିଲେ ଆକବର l ଏହି ଯୁଦ୍ଧରେ ମୁକୁନ୍ଦଦେବ ବୀରତ୍ବର ସହିତ ଲଢ଼ିଥିଲେ ମଧ୍ୟ ନିଜର ଜୀବନ ବଞ୍ଚାଇବା ପାଇଁ ପଛଘୁଞ୍ଚା ଦେଇଥିଲେ l ଏହାପରେ ସେ କୁଟ ସୀମା ଦୁର୍ଗ କୁ ଯାଇ ଆଶ୍ରୟ ନେଇଥିଲେ l
ସେହି ସମୟରେ ନିଜ ଲୋଭର ପରିଚୟ ଦେଇଥିଲେ ସାରଙ୍ଗଗଡ଼ ର ରାଜା ରାମଚନ୍ଦ୍ର ଭଞ୍ଜ l ସେ ବାହ୍ୟ ଶତ୍ରୁକୁ ବାହାର କରିବା ପରିବର୍ତେ ନିଜକୁ ଓଡ଼ିଶାର ରାଜା ଭାବରେ ଘୋଷଣା କରିଥିଲେ l ଏହାପରେ ମୁକୁନ୍ଦଦେବ ସୁଲେମାନ କରାଣୀ ଙ୍କ ସହିତ ଗୋଟିଏ ସନ୍ଧି କରି ଓଡିଶା ଫେରିଥିଲେ l ଏହାପରେ ମୁକୁନ୍ଦଦେବ ଓ ରାମଚନ୍ଦ୍ର ଭଞ୍ଜ ଙ୍କ ମଧ୍ୟରେ ଯାଜପୁରର ନିକଟର ଗୋହିରି ଟିକିରା ଠାରେ ୧୫୬୮ ଖ୍ରିଷ୍ଟାବ୍ଧ ରେ ଗୋଟିଏ ଯୁଦ୍ଧ ହୋଇଥିଲା l ଯେଉଁ ଯୁଦ୍ଧରେ ମୁକୁନ୍ଦଦେବ ନିହତ ହୋଇଥିଲେ l ଏହାପରେ ଆଫଗାନ ଶାସକ ରାମଚନ୍ଦ୍ର ଦେବଙ୍କୁ ଆକ୍ରମଣ କରିଥିଲେ ଓ ରାମଚନ୍ଦ୍ର ଦେବ ଙ୍କ ମୃତ୍ୟୁ ହୋଇଥିଲା l ଏହାପରେ ବଙ୍ଗ ଶାସନ ଅଧୀନରେ ରହିଲା ଓଡିଶା ରାଜ୍ୟ l
ଏହାପରେ କଲପାହାଡ଼ ଓ ଆଫଗାନ ମାନେ ଅନେକ ଅମାନବୀୟ କାଣ୍ଡ ରଚିଥିଲେ ଓଡ଼ିଶାରେ l ମୁକୁନ୍ଦଦେବ ଙ୍କ ମୃତ୍ୟୁ ପରେ ତାଙ୍କ ରାଣୀ ବାରବାଟୀ ଦୁର୍ଗର ଦାୟିତ୍ୱ ନେଇଥିଲେ, ରାଣୀ ରାଜ୍ୟବାସୀ ଙ୍କ ସୁରକ୍ଷା ପାଇଁ ଯୁଦ୍ଧକ୍ଷେତ୍ର କୁ ମଧ୍ୟ ଓଲ୍ହାଇ ଥିଲେ l ସେହି ସମୟରେ ଓଡ଼ିଶାରେ ନାରୀ ଶକ୍ତିର ପରିଚୟ ଦେଇଥିଲେ ମୁକୁନ୍ଦଦେବ ଙ୍କ ରାଣୀ l ରାଣୀ ଯୁଦ୍ଧରେ ବିଫଳ ହେବାପରେ ନିଜର ଦାସୀ ମାନଙ୍କ ସହ ନିଆଁରେ ଝାସ ଦେଇଥିଲେ l କଳାପାହାଡ଼ ବାରବାଟୀ ଦୁର୍ଗ ଅଧିକାର ପରେ ପୁରୀ ଅଭିମୁଖେ ଯାଇଥିଲା ଓ ମନ୍ଦିର ସେବାୟତ ଏହି ଖବର ଜାଣିବା ପରେ ସେବକ ମାନେ ଅନେକ ଚିନ୍ତିତ ହୋଇପଡ଼ି ଥିଲେ l
ନିଜ ଜାତିର ଆରାଧ୍ୟ ଦେବତାଙ୍କୁ ରକ୍ଷା କରିବା ସେମାନେ ଚିଲିକା ଦ୍ବୀପ କୁ ପ୍ରଭୁଙ୍କୁ ସ୍ଥାନାନ୍ତର କରିଥିଲେ l କଥାରେ ଅଛି ଅଣ୍ଟି ଛୁରୀ ତଣ୍ଟି କାଟେ ସେହିଭଳି ନିଜ ଜାତିର ଲୋକେ ଶତ୍ରୁ ହୋଇଯାଇ ଏହି ଗୁପ୍ତ ଖବର କଳାପାହାଡ଼ କୁ ଦେଇଥିଲେ l ଏହାପରେ କଳାପାହାଡ଼ ସେହି ଦ୍ବୀପ କୁ ଯାଇ ଶ୍ରୀବିଗ୍ରହଙ୍କୁ ହାତୀ ପିଠିରେ ଚର୍ମ ଦଉଡ଼ି ରେ ବାନ୍ଧି ଘୋଷାରି ଘୋଷାରି ନେଇ ଯାଇଥିଲା ବଙ୍ଗ କୁ , ଓ ସେଠାରେ ସେ ଗଙ୍ଗାନଦୀ କୂଳରେ ଶ୍ରୀବିଗ୍ରହ ଙ୍କୁ ଅଗ୍ନି ସଂଯୋଗ କରି ଦେଇଥିଲା l ମହାପ୍ରଭୁ ଙ୍କ ଚମତ୍କାର ଆଗରେ ସବୁବେଳେ ହାର ମଣିଥାଏ ଏହି ଛାର ମଣିଷ l ସେହିଭଳି ନିଆଁ ଜଳି ଚାଲିଥିଲେ ମଧ୍ୟ ପ୍ରଭୁଙ୍କ ର ସାମାନ୍ୟ କ୍ଷତି ହୋଇଥିଲା l ସେହିଭଳି କଳାପାହାଡ଼ ଜଗି ବସିଥାଏ କେତେବେଳେ ବିଗ୍ରହ ଜଳିବ ଓ ସେଠାରୁ ସେ ଯିବ l
କିନ୍ତୁ ପ୍ରଭୁଙ୍କ ଚମତ୍କାର ଆଗରେ ସବୁକିଛି ସମ୍ଭବ l ସେହି ସମୟରେ ଓଡ଼ିଆ ଜାତିର ସ୍ୱାଭିମାନ ଓ ଗର୍ବ ବିସର ମହାନ୍ତି ସାମ୍ନାକୁ ଆସିଥିଲେ, ଯିଏକି ଜଣେ ମୃଦଙ୍ଗ ବାଦକ ଥିଲେ ଓ ଏହି ମାଟିର ଜଣେ ପାଗଳ ଜଗନ୍ନାଥ ପ୍ରେମୀ ଥିଲେ l ଯିଏ କି ଦାରୁ ଦିଅଁ ଙ୍କ ବ୍ରହ୍ମ କୁ ନିଜ ମୃଦଙ୍ଗ ରେ ଲୁଚାଇ ନେଇ ଆସିଥିଲେ l ଏହି ଓଡ଼ିଆ ଜାତି ସର୍ବଦା କୃତଜ୍ଞ ସେହି ବିସର ମହାନ୍ତି ଙ୍କ ପାଇଁ l