ପୁରୀ: ରବିବାର ସକାଳୁ ହଜାର ହଜାର ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଆଜି ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଦର୍ଶନ କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ମୂର୍ତ୍ତି ବିଗ୍ରହ ମାନଙ୍କୁ । ବିଗ୍ରହମାନଙ୍କୁ ଦର୍ଶନ କରି ଖୁସିରେ ଆତ୍ମ ବିଭୋର ହୋଇ ଉଠି ଥିଲେ ଭକ୍ତମାନେ। ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଅଭଡ଼ା ସେବନ କଲେ ଅପାର ପୂଣ୍ୟ ମିଳି ଥାଏ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି। ସେହି ବିଶ୍ୱାସ ଅନୁଯାୟୀ ଆଜି ହଜାର ହଜାର ଶ୍ରଦ୍ଧାଳୁ ଜନ୍ମ ବେଦୀରେ ଚତୁର୍ଦ୍ଧା ମୂର୍ତ୍ତୀ ବିଗ୍ରହ ମାନଙ୍କୁ ଦର୍ଶନ କରିଛନ୍ତି। କେତେକ ଶ୍ରଦ୍ଧାଳୁ ଆନନ୍ଦ ବଜାରରେ ମହା ପ୍ରସାଦ ସେବନ କରିବା ସହ ଘରକୁ ମଧ୍ୟ ନେଇ ଛନ୍ତି।
ଗତ କାଲି ରାତିରେ ବିଗ୍ରହ ମାନଙ୍କର ପହଣ୍ଡି ପରେ ବିଭିନ୍ନ ନୀତି କାନ୍ତି ବଡ଼ ସିଂହାର ବେଶ ପରେ ବିଳମ୍ବିତ ରାତ୍ର ପ୍ରାୟ ୩ ଟା ୫୫ ମିନିଟରେ ରାତ୍ର ପହୁଡ଼ ନିତୀ ଅନୁଷ୍ଠିତ ହୋଇ ଥିଲା। ରବିବାର ସକାଳ ୬ ଟା ୪୦ ମିନିଟରେ ଦ୍ଵାର ଫିଟା ନୀତି ଅନୁଷ୍ଠିତ ହୋଇ ଥିଲା। ଏହା ପରେ ଭିତର ଶୋଧ, ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ଅବକାଶ, ଅଧର ପୋଛା, ସାହଣ ମେଳା ଦର୍ଶନ ଅନୁଷ୍ଠିତ ହୋଇ ଥିଲା। ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରା ଯାଇଛି। ଭକ୍ତ ମାନେ ଧାଡ଼ିରେ ଠିଆ ହୋଇ ମନ୍ଦିର ଭିତରକୁ ଯାଇ ଥିଲେ। ସେଠାରେ ଜନ୍ମ ବେଦୀରେ ବିଗ୍ରହ ମାନଙ୍କୁ ଦର୍ଶନ କରିଛନ୍ତି । ଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ଭକ୍ତଙ୍କ ଲମ୍ବା ଲାଇନ ଦେଖିବାକୁ ମିଳି ଥିଲା।