ବୈଶିଙ୍ଗା –୩୦/୬– ବୈଶିଙ୍ଗା ଥାନା ଅଧିନ ପଦ୍ମପୁର ଠାରେ ନବ ନିର୍ମିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଏହି ସ୍ଥାନ ଟିକୁ ନଳିନୀ କ୍ଷେତ୍ର ମାନ୍ୟତା ମିଳିଛି। ମହାପ୍ରଭୁ ଙ୍କ ରୀତି ନୀତି ଅନୁସାର ପୂଜାର୍ଚ୍ଚନା ଚାଲିଛି।ଜୁଲାଇ ୧ ତାରିଖ ରଥଯାତ୍ରା ପାଇଁ ସାରା ବୈଶିଙ୍ଗା ଅଞ୍ଚଳ ଚଳଚଞ୍ଚଳ ଥିବା ଜଣାଯାଇଛି।ଅକ୍ଷୟ ତୃତୀୟା ଠାରୁ ନିର୍ମାଣ ଆରମ୍ଭ ହୋଇଥିବା ରଥ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଥିବାବେଳେ କେବଳ ଅପେକ୍ଷା କରି ରହିଛି ମହାପ୍ରଭୂ ଙ୍କ ବିଜେ ପାଇଁ ।ଆଜି ମହାପ୍ରଭୁଙ୍କ ନବ ଯୌବନ ବେଶ ଦର୍ଶନ କରିଥିଲେ। ମନ୍ଦିର ନିର୍ମାଣ ହେବା ପୂର୍ବରୁ ଚତୁର୍ଦ୍ଧା ମୂର୍ତ୍ତୀ ମାଟି ଘରେ ପୂଜା ପାଉଥିଲେ । କିନ୍ତୁ ପ୍ରତିବର୍ଷ ଛୋଟ ରଥ ହେଲେ ରଥଯାତ୍ରା ଅନୁଷ୍ଠିତ ହେଉଥିଲା । ଚଳିତ ବର୍ଷ ନୂତନ ଭାବେ ନିର୍ମିତ ହୋଇଥିବା ରଥରେ ଚତୁର୍ଦ୍ଧା ମୂର୍ତ୍ତୀ ବିଜେ କରି ପଦ୍ମପୁରରୁ ବୈଶିଙ୍ଗା ପର୍ଯ୍ୟନ୍ତ ରଥଟଣା ହେବ ବୋଲି ପରିଚାଳକ ଅଭିଳାଷ ଦଣ୍ଡପାଟ, ରତିକାନ୍ତ ସାହୁ, ଶ୍ରୀଧର ପଣ୍ଡିତ, ସୁଧାଂଶୁ ଶେଖର ଦାସ ମଙ୍ଗରାଜ, ନରେନ୍ଦ୍ର ସିଂହ,ଶନିଆ ସିଂ, ରଥ ସିଂ ପ୍ରମୁଖ ପ୍ରକାଶ କରିଛନ୍ତି।
