Odisha news

ରଥ, ପଥ ଓ ଜଗନ୍ନାଥ

0
ଓଡ଼ିଆ ଜାତି କହିଲେ ଜଗନ୍ନାଥ ସଂସ୍କୃତି ଯାହାକି ବିଶ୍ଵ ବିଦିତ । ଯାହାଙ୍କ ମନ୍ଦିର ହେଉଛି ଶ୍ରୀ ମନ୍ଦିର , ଆସନ ହେଉଛି ରତ୍ନ ସିଂହାସନ, ଦାଣ୍ଡ ହେଉଛି ବଡ଼ ଦାଣ୍ଡ , ବାଲି ହେଉଛି ସରଧା ବାଲି , ପ୍ରସାଦ ହେଉଛି ମହା ପ୍ରସାଦ, ବାନା ଅଟେ ପତିତ ପାବନ, ଚକ୍ର ଅଟଇ ନୀଳ ଚକ୍ର । ସେହି ବିଶାଳ ସଂସ୍କୃତି ମଧ୍ୟରେ ପ୍ରଭୁଙ୍କ ରଥ ଯାତ୍ରା ଗୋଟିଏ ସ୍ଵତନ୍ତ୍ର ସ୍ଥାନ ଗ୍ରହଣ କରିଛି ।
ଆଷାଢ଼ ମାସ ଆସିବା ମାତ୍ରକେ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ଙ୍କ ପାଇଁ ସମଗ୍ର ବିଶ୍ଵ ଚଳଚଞ୍ଚଳ ହୋଇ ଉଠିଥାଏ । ସେହି ସମୟରେ ଏପରି ଲାଗିଥାଏ ଯେପରି କାଳିଆ ରଜା ରଥାରୂଢ଼ ହୋଇ ବିଶ୍ଵ ବାସୀଙ୍କ ଆକ୍ଷୀ ଲୁହ ପୋଛି ଦେବାକୁ ବାହାରି ପଡ଼ିଛି ।
* ରଥଯାତ୍ରା ଗୋଟିଏ ଏପରି ପର୍ବ ଯାହାକି ଅନେକ ପର୍ବ ର ସମ୍ମିଳନ ଅଟେ । ଏକ ସାଙ୍ଗରେ ଅନେକ ଗୁଡ଼ିଏ ପର୍ବ କୁ ଧରି ଆସିଥାଏ ଏହି ରଥଯାତ୍ରା ।
* ଶ୍ରୀ ପଞ୍ଚମୀ ଦିନ ରଥ କାଠ ରଥ ଖଳାକୁ ଯାଇ ଥାଏ । ଏହିଦିନ ଜଗନ୍ନାଥ ସଂସ୍କୃତି ରେ ଗୋଟେ ପବିତ୍ର ଦିନ ଅଟେ । ଶ୍ରୀ ପଞ୍ଚମୀ ଦିନ ବିଦ୍ୟା ଦାତ୍ରୀ ମାତା ସରସ୍ଵତୀ ଙ୍କୁ ବିଧିବଦ୍ଧ ଭାବରେ ପୂଜା କରାଯାଇ ଥାଏ ।
* ଏହାପରେ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏହି ଦିନ ଟିର ମଧ୍ୟ ଗୋଟିଏ ବିଶେଷତ୍ଵ ରହିଛି । ଏହିଦିନ ଅକ୍ଷି ମୁଠି ଓ ହଳ ଲଙ୍ଗଳ ଧରି କୃଷକ ଚାଷ କାର୍ଯ୍ୟ ପାଇଁ ଅଣ୍ଟା ଭିଡ଼ି ଥାଏ ।
* ଦେବସ୍ନାନ ପୂର୍ଣ୍ଣିମା ଯାହାକୁ ଅନ୍ୟ ନାମରେ ବୈଶାଖ ପୂର୍ଣ୍ଣିମା ମଧ୍ୟ କୁହାଯାଇଥାଏ। ଏହିଦିନ ବୈଶାଖ ମାସ ର ଶେଷ ଦିନ । ଏହିଦିନ ପ୍ରଭୁ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର , ଭଉଣୀ ସୁଭଦ୍ରା ଓ ସୁଦର୍ଶନ ଙ୍କ ସହିତ ସ୍ନାନ ମଣ୍ଡପ କୁ ଆବିର୍ଭାବ କରି ଥାଆନ୍ତି। ଏହାପରେ ସୁନା କୁଅର ୧୦୮ କଳସୀ ଜଳ ରେ ମହାପ୍ରଭୁ ଙ୍କୁ ସ୍ନାନ କରାଯାଇଥାଏ ।
* ଏହି ମହାସ୍ନାନ ପରେ ପ୍ରଭୁ ଜ୍ଵର ର କୋପରେ କଷ୍ଟ ପାଇ ଥାଆନ୍ତି। ଏହି ସମୟରେ ଶ୍ରୀ ମନ୍ଦିରରେ ପଟି ଦିଅଁ ରତ୍ନ ସିଂହାସନ ରେ ପୂଜା ପାଇ ଥାଆନ୍ତି ଓ ଶ୍ରୀ ମନ୍ଦିର ରେ ଅଭଡ଼ା ପ୍ରସ୍ତୁତି ବନ୍ଦ୍ ରହିଥାଏ । ମହାପ୍ରଭୁ ଙ୍କୁ ଏହି ସମୟରେ ଜ୍ଵର ଉପଶମ ପାଇଁ ଫୁଲୁରି ଫୁଲ ରେ ମାଲିଶ୍ କରାଯାଇ ଥାଏ ରାଜ ବୈଦ୍ୟଙ୍କ ଦ୍ଵାରା ପ୍ରସ୍ତୁତ ଦଶମୂଳ ଔଷଧ ଦିଆ ଯାଇଥାଏ । ଯାହା ତାଙ୍କ ଶରୀର କୁ ଆରାମ ଦେଇ ତାଙ୍କୁ ଜ୍ଵର କୋପରୁ ରକ୍ଷା କରିଥାଏ ।
* ଏହାପରେ ଦଇତାପତି ମାନେ ଶ୍ରୀ ନଅର କୁ ଯାଇ ଏହି ସମ୍ବାଦ ଗଜପତି ଙ୍କୁ ଅବଗତ କରାଇ ଥାଆନ୍ତି । ଏହି ସମୟରେ ପ୍ରଭୁଙ୍କ ଶ୍ରୀ ଅଙ୍ଗରୁ ବାହାରିଥିବା ସାମଗ୍ରୀ କୁ ରାଜ ନଅର କୁ ବିଜେ କରାଯାଇ ଥାଏ ।
* ଏହାପରେ ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଶ୍ରୀ ଗୁଣ୍ଡିଚା ଯାତ୍ରା ବା ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହିଦିନ ତିନି ଠାକୁର ସୁଦର୍ଶନ ମହାପ୍ରଭୁ ଙ୍କ ସହିତ ମାଉସୀ ଗୁଣ୍ଡିଚା ଦେବୀ ଙ୍କ ମନ୍ଦିର କୁ ଯାତ୍ରା କରି ଥାଆନ୍ତି । ଏହି ସମୟରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ହୋଇଥାଏ । ବିଶ୍ବର କୋଣ ଅନୁକୋଣ ରୁ ଭକ୍ତ ମାନେ ଏକାଠି ହୋଇ ପ୍ରଭୁ ଙ୍କ ରଥ କୁ ଟାଣି ନେଇ ଥାଆନ୍ତି ମାଉସୀ ଘରକୁ ।
* ମାଉସୀ ଘରେ ପହଞ୍ଚିବା ପରେ ପ୍ରଭୁଙ୍କ ଦିବ୍ୟ ଦର୍ଶନ ହୋଇଥାଏ , ଯାହାକୁ କୁହାଯାଏ ଆଡ଼ପ ମଣ୍ଡପ ରେ ଦର୍ଶନ । ଏହି ସମୟରେ ସଭିଙ୍କି ପ୍ରଭୁ ଦର୍ଶନ ଦିଅନ୍ତି ।
* ଏହି ସମୟରେ ମାଉସୀ ଘରେ ପ୍ରଭୁଙ୍କ ର ଖୁବ୍ ଅତିଥି ସତ୍କାର କରାଯାଇ ଥାଏ । ଏହାପରେ ବାହୁଡା଼ ଦଶମୀ ଦିନ ପୁନର୍ବାର ପ୍ରଭୁ ଶ୍ରୀ ମନ୍ଦିର କୁ ଭକ୍ତ ମାନଙ୍କ ଗହଣ ରେ ରଥ ଉପରେ ବିଜେ କରି ଫେରି ଆସନ୍ତି । ଏହି ଦିନକୁ ବାହୁଡା଼ ଯାତ୍ରା କୁହାଯାଇ ଥାଏ ।
* ବାହୁଡ଼ା ଦଶମୀ ପରଦିନ ଏକାଦଶୀ ରେ ପ୍ରଭୁଙ୍କ ର ସୁନାବେଶ ହୋଇଥାଏ। ଏହିଦିନ ୩ଠାକୁର ବିଶେଷ ଭାବରେ ସୁନା ରେ ସୁସଜ୍ଜିତ ହୋଇ ରଥା ରୁଢ଼ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦିଅନ୍ତି । ଏହିଦିନ କୁ ସନ୍ଧ୍ୟା ଦର୍ଶନ ବା ସୁନାବେଶ କୁହାଯାଇ ଥାଏ ।
Leave A Reply