Odisha news

ରଥ ଯାତ୍ରା ପାଇଁ ଅଗ୍ନିସମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

0
ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ବୋଲି ବିଭାଗ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି
ରାଜ୍ୟ ଅଗ୍ନିଶମ ବିଭାଗ ଡିଜି ଶ୍ରୀ ସନ୍ତୋଷ କୁମାର ଉପାଧ୍ୟାୟ।  ସୋମବାର ପୂର୍ବାହ୍ନରେ ସ୍ଥାନୀୟ ପୋଲିସ ଲାଇନ ସ୍ଥିଥ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଅଗ୍ନିଶମ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ । ଏହି ଅବସରରେ ଅଗ୍ନିସମ୍ ବିଭାଗ କାର୍ଯ୍ୟାଳୟ ପରିସରରେ ଡିଜି ଶ୍ରୀ ଉପାଧ୍ୟାୟ ଓ ଏଡିଜି ସୌମ୍ୟା ମିଶ୍ରଙ୍କ ଉପସ୍ଥିତିରେ  ଅଗ୍ନିଶମ କର୍ମଚାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା।
ରଥ ଯାତ୍ରା ଦିନ ଜନଗହଳି ପୁର୍ଣ୍ଣ ସ୍ଥାନରେ ଜଳସିଞ୍ଚନ, ଦଳା ଚକଟାରେ ଆହତ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର, ସୁରକ୍ଷିତ ସମୁଦ୍ର ସ୍ନାନ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ଅଗ୍ନିଶମ ବିଭାଗ ପ୍ରସ୍ତୁତି କରିଛି। ତିନି ରଥର ସୁରକ୍ଷା ପାଇଁ ତିନି ଗୋଟି ଫାୟାର ଫାଇଟିଙ୍ଗ ଟିମ ସହ ଅଗ୍ନି ନିର୍ବାପକ ବ୍ୟବସ୍ଥା ରହିବ | ସମୁଦ୍ରରେ ଦୁର୍ଘଟଣା ଜନିତ ଅଘଟଣ ରୋକିବା ପାଇଁ ୩୯ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନେଇ ତିନି ଗୋଟି ସ୍ୱତନ୍ତ୍ର ଟିମ ଓ ୯୦ ଜଣ ଲାଇଫ ଗାର୍ଡ ଓ ୩ ଶହ ଜଣ ଘରୋଇ ଲାଇଫ ଗାର୍ଡ ମୁତୟନ |  ଅଂଶୁଘାତ ଜନିତ ସୁରକ୍ଷା ପାଇଁ ୧୫ ଗୋଟି କୁଇକ ରେସ୍ପନ୍ସ ଟିମ ଓ ୮ ଟି ୱାଟର ଟ୍ୟାଙ୍କର ମୁତୟନ ହୋଇଛନ୍ତି | ପଞ୍ଚତୀର୍ଥ ପୁଷ୍କରିଣୀରେ ଅତ୍ୟାଧୁନିକ ପାୱାର ବୋଟ ସହ ଉଦ୍ଧାରକାରୀ ସମସ୍ତ ସରଞ୍ଜାମ ରହିବ |
ଗତ ଦୁଇବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଅଗ୍ନିଶମ ଗାଡି, ୱାଟର ଟ୍ୟାଙ୍କର, ୱାଟର ସ୍ପ୍ରିଙ୍କଲର ଓ କର୍ମଚାରୀ ନିୟୋଜନ କରାଯାଇଛି | ବର୍ଷା ହେଲେ ଜଳ ନିଷ୍କାସନ ସମସ୍ୟା ସମାଧାନ ପାଇଁ ୧୦  ଗୋଟି ଫାୟାର ପମ୍ପ ରହିବ |  କୌଣସି ଆପଦକାଳୀନ ପରିସ୍ଥିତି ପାଇଁ ଏକ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ପୁରୀ ଅଗ୍ନିଶମ କେନ୍ଦ୍ରରେ ୨୪ ଘଣ୍ଟିଆ କାର୍ଯ୍ୟ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ।
Leave A Reply